Latest Odisha News

ମହଙ୍ଗା ପଡିଲା ପରିଶ୍ରା କରିବା…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ରୋହିଣୀ ଅଂଚଳରେ ରହୁଥିବା ଜଣେ ୩୯ ବର୍ଷୀୟ ବ୍ୟବସାୟୀଙ୍କୁ ପରିଶ୍ରା କରିବା ମହଙ୍ଗା ପଡିଛି । ଆଜି ଦିଲ୍ଲୀର ସରାଇକେଲ ଖାନ ଅଂଚଳରେ ତାଙ୍କ ସହ ଘଟିଥିଲା ଅପ୍ରତ୍ୟଶିତ ଘଟଣା । ଶେଷରେ ମୂଲ୍ୟବାନ ସାମଗ୍ରୀ ଓ ଟଙ୍କା ହରାଇ ନିଜ ଭାଗ୍ୟକୁ ଦୋଷ ଦେଇଛନ୍ତି ସେହି ଅଭାଗା ବ୍ୟବସାୟୀ ।

ମିଳିଥିବା ରିପୋର୍ଟ ଅନୁଯାୟୀ ଗୁରୁବାର ବିଳମ୍ବିତ ରାତ୍ରୀ ତଥା ଶୁକ୍ରବାର ଭୋର୍ ସମୟରେ ଅମିତ ଅରୋରା ନାମକ ଜଣେ ବ୍ୟବସାୟୀ ଲୁଟ୍‌ର ଶିକାର ହୋଇଥିଲେ । ପରିବାର ସହ ଏକ ଉତ୍ସବରେ ଯୋଗଦେଇ ଗାଜିଆବାଦରୁ ଫେରୁଥିବାବେଳେ ରାସ୍ତାରେ ପରିଶ୍ରା କରିବା ପାଇଁ ସେ ଗାଡିରୁ ଓହ୍ଲାଇଥିଲେ ।

ରାତି ପ୍ରାୟ ୧.୧୫ ମିନିଟ୍ ସମୟରେ ସେ ଗାଡି ରଖିବା ମାତ୍ରେ ଆଗପଟୁ ଆଉ ଏକ କାର ଆସି ତାଙ୍କ ପାଖରେ ଅଟକିଥିଲା । ଗାଡିରୁ ତିନିଜଣ ବ୍ୟକ୍ତି ହଠାତ୍ ଓହ୍ଲାଇ ଅମିତଙ୍କ ପେଟରେ ବନ୍ଧୁକ ଓ ବେକରେ ଛୁରି ଲଗାଇ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ପରେ ତାଙ୍କ ନିକଟରୁ ସୁନାର ବ୍ରାସ୍‌ଲେଟ୍‌, ଚେନ୍‌, ଦୁଇଟି ମୁଦି, ଘଣ୍ଟା ଓ ନଗଦ ୪୦ହଜାର ଟଙ୍କା ଲୁଟିନେଇ ଚମ୍ପଟ୍ ମାରିଥିଲେ ।

ଲୁଟର ଶିକାର ହେବା ପରେ ଅମିତ ଥାନାରେ ଏତଲା ଦେଇଥିଲେ । ଲୁୁଟେରାଙ୍କ ଗାଡିର ନମ୍ବର ଓ ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଜାରି ରହିଥିବାବେଳେ ଦିଲ୍ଲୀରେ ଏପରି ଘଟଣା ବାରମ୍ବାର ଘଟୁଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.