Latest Odisha News

BREAKING NEWS

କବିତା: ଅତୀତକୁ ଯିବି ଫେରି

ଦୀପକ କୁମାର ନାୟକ

ଜୀବନ ର କାନଭାସ ରେ
କଲମ ର ତୁଳି ଧରୀ ଆଜି ଆଙ୍କିଛି।
ଅତୀତ ର ସେହି ସ୍ମୃତି କୁ
ଲାଗେ ଦେଖି ସ୍ୱପ୍ନ ପରି।
ଆଜି ହଜିଯାଇଛି ମୋର
ସେ ଶାନ୍ତ ନୀରବ ଚୁପ୍ ଚାପ୍ ଦିନ।
ଆଜି ସେ ଦିନ କୁ ଖୋଜେ ମୁଁ
କାନଭାସ ର ଚିତ୍ରର କଳ୍ପନା ରେ।
ସ୍ମୃତି ର ମରୁଭୂମିରୁ ଭାଷୀ ବୁଲେ
ଜୀବନ ର ଅନିକେ କିଛି ।
ମୁଁ ବାସ୍ତବ କୁ ଛାଡି ଦେଇଚି
ଅବାସ୍ତବ ରେ ଯାଉଛି ହଜି।
ମିଛ ସମ୍ପର୍କରେ ବଞ୍ଚି ରହେନା
ବେଶିଦିନ ସେନେହ ଆଦର।
କେତେ ଭଲ ଥିଲା ଅତୀତ ର ଦିନ
ମୁଁ ଦେଇଛି ଆଜି ହଜେଇ।
ହେ ଅତୀତ ତୁ ଫେରିଆ
ମୋର ସେ ଅଭୁଲା ଦିନ।
ଖୋଜେ ଆଜି ନୀରବରେ
ହେଲା ପାଉନାହିଁ ସେ ଦିନ।

Leave A Reply

Your email address will not be published.