Latest Odisha News

BREAKING NEWS

ଚମକିବ କୋଣାର୍କ ମନ୍ଦିର ଚାରିପାଖ: ଖର୍ଚ୍ଚ ହେବ ୨୦୯ କୋଟିି

ଭୁବନେଶ୍ୱର: ଚମକିବ କୋଣାର୍କ ମନ୍ଦିର । ପୂର୍ବାପେକ୍ଷା ଆହୁରି ଦିଶିବ ଆକର୍ଷଣୀୟ । କୋଣାର୍କ ମନ୍ଦିର ପରିସର ଏବଂ ଚତୁଃପାର୍ଶ୍ୱକୁ ଅଧିକ ବିକଶିତ ଏବଂ ଆକର୍ଷିତ କରିବା ପାଇଁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି । ଐତିହ୍ୟ ଓ ସ୍ମାରକୀ ତଥା ପର୍ଯ୍ୟଟନ ଆକର୍ଷଣ ସମନ୍ୱିତ ବିକାଶ ଯୋଜନା ଅଧୀନରେ କୋଣାର୍କ ଐତିହ୍ୟସ୍ଥଳୀର ବିକାଶ ଯୋଜନା  (Konark Heritage Area Development Plan – KHADP)ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଏହାବ୍ୟତୀତ କୋଣାର୍କ ମନ୍ଦିର ଆଖପାଖରେ ଭିତ୍ତିଭୂମିର ଉନ୍ନତି ଏବଂ ପର୍ଯ୍ୟଟକଙ୍କ ଅନୁଭବକୁ ଉନ୍ନତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।

ଏହି ଯୋଜନା କାର୍ଯ୍ୟକାରୀ କରାଇବା ପଇଁ ରାଜ୍ୟ ସରକାର ୨୦୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି । ଆଜି ବସିଥିବା କ୍ୟାବିନେଟ ବୈଠକରେ ଏହାକୁ ମଞ୍ଜୁରୀ ମିଳିଛି । ଏହି କାମ ପାଇଁ d M/s B.P. Construction କୁ ଦାୟିତ୍ୱ ଦିଆଯାଇଛି । କାମ ୧୮ ମାସ ମଧ୍ୟରେ ସାରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ ରଖଯାଇଥିବା କୁହାଯାଇଛି ।

ସୂଚନାଥାଉ କି, ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଭାପତିତ୍ୱରେ ବସିଥିବା  ଆଜି  କ୍ୟାବିନେଟ ବୈଠକରେ ୧୮ ପ୍ରସ୍ତାବ ଉପରେ ମୋହର ବାଜିଛି  ।  ‘ମୋ ଘର’ ଯୋଜନା ସମେତ  ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ୩୩୦.୧୭ କୋଟି ମଂଜୁର ହୋଇଛି । VSSUTର ଉନ୍ନତୀକରଣ ପାଇଁ ୨୦୦୦ କୋଟିର ଅନୁମୋଦନ ମିଳିଛି । ସେତିକି ନୁହେଁ, ସଦ୍ୟ ମୁକ୍ତିଲାଭ କରିଥିବା ହିନ୍ଦୀ ଚଳଚ୍ଚିତ୍ର ଜ୍ୱିଗୋଟୋ ଏବଂ ଓଡ଼ିଆ ଚଳଚ୍ଚିତ୍ର ଡେଲିଭରି ବୟକୁ କରମୁକ୍ତ କରିବାକୁ ଅନୁମୋଦନ ମିଳିଛି ।

Leave A Reply

Your email address will not be published.