Latest Odisha News

BREAKING NEWS

ଦ୍ରୁତଗତିରେ ଆସୁଥିଲା କାର, ତାଳଦଣ୍ଡା କେନାଲ ଭିତରେ ପଶିଗଲା

କଟକ:କଟକ ତାଳଦଣ୍ଡା ତାଳଦଣ୍ଡା କେନାଲ ଭିତରେ ପଶିଗଲା କାର । କାରରେ ବସିଥିଲେ ୨ ଜଣ । ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, କାରଟି ଦ୍ରୁତ ଗତିରେ ଆସୁଥିଲା । ମାତୃଭବନ-ନୂଆବଜାର ରାସ୍ତାରେ ଯାଉଥିବାବେଳେ ହଠାତ ଭାରସାମ୍ୟ ହରାଇ କେନାଲ ଭିତରକୁ ପଶି ଯାଇଥିଲା । ପାଣିରେ କାରଟି ଓଲଟି ବୁଡି ଯାଇଥିଲା ।

ସ୍ଥାନୀୟ ଲୋକେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ହେଁ ସେତେବେଳକୁ ବିଳମ୍ବ ହୋଇ ଯାଇଥିଲା । ଗାଡି ଭିତରୁ ୨ ଜଣଙ୍କୁ ଉଦ୍ଧାର କରି କଟକ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଗାଡି ଚଳାଉଥିବା ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ମହିଳାଙ୍କ  ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ,  ମୃତ ବ୍ୟକ୍ତିଙ୍କ ନାଁ  ଜ୍ଞାନେନ୍ଦ୍ର ଜେନା । ତାଙ୍କ ଘର କନ୍ଦରପୁର ଅଞ୍ଚଳରେ । ସେ ପତ୍ନୀ ଅଞ୍ଜନାଙ୍କ ସହ ଆସୁଥିବାବେଳେ ବାଟରେ ଦୁର୍ଘଟଣାର ଶିକାର ହୋଇଥିଲେ । ସେମାନେ ମାତୃଭବନ ସ୍କୁଲଠାରୁ ନୂଆବଜାର ଯାଇଥିବା ତାଳଦଣ୍ଡା କେନାଲ ରାସ୍ତାରେ ଦିନ ସାଢେ ଗୋଟାଏବେଳେ ଯାଉଥିଲେ । ରାସ୍ତା ଓ ଡ୍ରେନ କାମ ଚାଲିଥିବାରୁ ରାସ୍ତା ସଂକୀର୍ଣ୍ଣ ଓ ଜାମ ଥିଲା । ତେଣୁ କାରଟି ଭାରସାମ୍ୟ ହରାଇ ପାଣି ଭିତରେ ପଶି ଯାଇଥିଲା । ତେବେ ସବୁଠାରୁ ଦୁର୍ଭାଗ୍ୟର କଥା ହେଉଛି, କେନାଲ ଭିତରେ କାର ଲକ ପଡିଯିବାରୁ ଦୁହିଁଙ୍କୁ ଉଦ୍ଧାର କରିବା କଷ୍ଟକର ହୋଇଥିଲା । ମଧୁପାଟଣା ପୋଲିସ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.