Latest Odisha News

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା: ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତଙ୍କ ଆଗୁଆ ଜାମିନ ଖାରଜ

ଶର୍ମିଷ୍ଠାଙ୍କୁ ରାଜ୍ୟ ଓ ବାହାରେ ଖୋଜୁଛି ପୋଲିସ

କଟକ: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ମାଷ୍ଟରମାଇଣ୍ଡ ୱେବ୍ ଚ୍ୟାନେଲ୍ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ ହାଇକୋର୍ଟରୁ ଝଟକା ଲାଗିଛି । ଆଗୁଆ ଜାମିନ ଆବେଦନକୁ ଖାରଜ କରିଛନ୍ତି କୋର୍ଟ । ମାନସ ନିଖୋଜ ନେଇ ପରିବାର ଲୋକ ଫେବ୍ରୁଆରୀ ୧୪ ତାରିଖରେ ଚାନ୍ଦବାଲି ଥାନାରେ ଏତଲା ଦେଇଥିଲେ ।

ଏହି ମାମଲାରେ ଗିରଫଦାରୀକୁ ଏଡ଼ାଇବା ପାଇଁ ଶର୍ମିଷ୍ଠା ରାଉତ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । ଗତ ଫେବ୍ରୁଆରୀ ୨୩ ତାରିଖରେ ଆଗୁଆ ଜାମିନ ଆବେଦନ କରିଥିଲେ ଶର୍ମିଷ୍ଠା । ମାନସ ସ୍ୱାଇଁ ହତ୍ୟା ମାମଲାରେ ଏଯାଏ ୫ ଜଣଙ୍କୁ ଗିରଫ କରିଛି ଭଦ୍ରକ ପୋଲିସ ।

ଗତକାଲି ଓଡ଼ିଶା ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ଟେକ୍ନିକାଲ୍ ଡାଇରେକ୍ଟର ନିରଞ୍ଜନ ସେଠୀଙ୍କ ସମେତ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ମାନସଙ୍କୁ ଅପହରଣ ଓ ହତ୍ୟା ମାମଲାରେ ନିରଞ୍ଜନ ସେଠୀ ଷଡ଼ଯନ୍ତ୍ରକାରୀ ଥିଲେ । ଭୁବନେଶ୍ୱରର ଆଶ୍ରମରେ ମାନସଙ୍କୁ ମାଡ଼ ମାରିବା ବେଳେ ସେ ଉପସ୍ଥିତ ଥିଲେ ।

ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ଧରାପଡ଼ିବା ପରେ ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ସସପେନ୍ସ ଉପରୁ ସମ୍ପୂର୍ଣ୍ଣ ପରଦା ହଟିବ । ଏକ ମେମୋରୀ ଚିପ୍ ପାଇଁ ମାନସ ସ୍ୱାଇଁ ହତ୍ୟା କରାଯାଇଥିବା କହିଛି ପୋଲିସ । ତେବେ ସେହି ମେମୋରୀ କାର୍ଡ ଏଯାଏ ପୋଲିସର ହସ୍ତଗତ ହୋଇନି । ପ୍ରଶ୍ନ ଉଠୁଛି ମେମୋରୀ କାର୍ଡରେ କଣ ଥିଲା ଯେ ମାନସଙ୍କ ଜୀବନ ନେବାକୁ ପଛାଇଲେନି ଅଭିଯୁକ୍ତ ।

Leave A Reply

Your email address will not be published.