Latest Odisha News

BREAKING NEWS

ନବରଙ୍ଗପୁରରେ ଖୁଡି-ପୁତୁରା ଲଢେଇ

ଭୁବନେଶ୍ବର: ନବରଙ୍ଗପୁରରେ ଖୁଡ଼ି-ପୁତୁରା ଲଢେଇ। ଖୁଡି କୌଶଲ୍ୟା ପ୍ରଧାନୀ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ତ ପୁତୁରା ଦିଲ୍ଲୀପ ପ୍ରଧାନୀ କଂଗ୍ରେସରୁ ମଇଦାନକୁ ଓହ୍ଲାଇଛନ୍ତି । ନବରଙ୍ଗପୁର ଲୋକସଭାରୁ ୯ଥର ସାଂସଦ ହୋଇଥିଲେ ଖଗପତି ପ୍ରଧାନୀ । ତାଙ୍କ ସାନଭାଇ ତଥା ନବରଙ୍ଗପୁର ଜିଲ୍ଲାର ପ୍ରଥମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗୋପୀନାଥ ପ୍ରଧାନୀଙ୍କ ପୁଅ ସଦାଶିବ ପ୍ରଧାନୀ ଗତ ନିର୍ବାଚନରେ ବିଜେଡିରୁ ବିଧାୟକ ନିର୍ବାଚିତ ହୋଇଥିଲେ। ସଦାଶିବଙ୍କ ପତ୍ନୀ କୌଶଲ୍ୟା ପ୍ରଧାନୀଙ୍କୁ ଏଥର ପ୍ରାର୍ଥୀ କରିଛି ବିଜେଡି ।

କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ଖଗପତିଙ୍କ ନାତି ଦିଲ୍ଲୀପ ପ୍ରଧାନୀ । କଂଗ୍ରେସ ଆଦିବାସୀ ସେଲର ଜିଲ୍ଲା ସଭାପତି ଥିବା ଦିଲ୍ଲୀପ ତେନ୍ତୁଳିଖୁଣ୍ଟି ବ୍ଲକ ପାତ୍ରପୁଟ ପଞ୍ଚାୟତର ସମିତି ସଭ୍ୟ ରହିଛନ୍ତି । ଗତ ପଞ୍ଚାୟତ ନିର୍ବାଚନରେ ଦାଦା ସଦାଶିବଙ୍କ ସମର୍ଥିତ ପ୍ରାର୍ଥୀଙ୍କୁ ମାତ୍ ଦେଇ ପଞ୍ଚାୟତ ଦଖଲ କରିଥିଲେ ଦିଲ୍ଲୀପ । ତେବେ ଦିଲ୍ଲୀପଙ୍କ ବ୍ଲକ ଅଧ୍ୟକ୍ଷ ହେବା ବାଟରେ ବାଧା ସାଜିଥିଲେ ଦାଦା ସଦାଶିବ । ସେବେଠୁ ଦାଦା ପୁତୁରାଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଲାଗିରହିଛି । ଏଥର ବିଧାନସଭା ମଇଦାନରେ ଉଭୟ ଖୁଡି ପୁତୁରା ମୁହାଁମୁହିଁ ହୋଇଛନ୍ତି ।

ସେପଟେ ଗୌରୀଶଙ୍କର ମାଝୀଙ୍କୁ ରିପିଟ୍ କରିଛି ବିଜେପି । ଗୌରୀଶଙ୍କର ୨୦୧୯ରେ ବି ପ୍ରାର୍ଥୀ ହୋଇଥିଲେ । ସେତେବେଳେ ମାତ୍ର ୬ହଜାର ୬୪ ଭୋଟରେ ସଦାଶିବଙ୍କଠାରୁ ହାରିଥିଲେ ଗୌରୀଶଙ୍କର ।

Leave A Reply

Your email address will not be published.