Latest Odisha News

ମିଠା ଖାଇବା ପରେ ପାଣି ପିଉଛନ୍ତି କି ?  

ମିଠା ସମସ୍ତଙ୍କର ପସନ୍ଦ । ମିଠା ଖାଇବାକୁ ସମସ୍ତେ ଭଲପାଆନ୍ତି । ଆଉ ମିଠା ଖାଇବା ପରେ ଆପଣ ପାଣି ପିଉଛନ୍ତି କି ? ତାହେଲେ ହୋଇଯାଆନ୍ତୁ ସାବଧାନ ! ଦୈନନ୍ଦିନ ଜୀବନରେ ଖାଦ୍ୟପେୟକୁ ନେଇ ଆମେ ଅନେକ ଭୁଲ୍‌ କରିଥାଉ । କିଛି ଲୋକ ମିଠା ଖାଇବା ପରେ ଢକଢକ କରି ପାଣି ପିଇଥାନ୍ତି । ତେବେ ଏହା ଏକ ଖରାପ ଅଭ୍ୟାସ । ଶରୀରରେ ବିଷକ୍ରିୟା ସୃଷ୍ଟି କରିଥାଏ । ଆମେରିକାରେ ଏକ ରିସର୍ଚ୍ଚରୁ ଏହା ଜଣାପଡ଼ିଛି ।

ରିସର୍ଚ୍ଚ ମୁତାବକ, ଆପଣ ଯେତେ ଅଧିକ ପାଣି ପିଇଥାନ୍ତି, ସେହି ଅନୁପାତରେ କମ୍ ଶୁଗର ଓ ସାଚୁରେଟେଡ ଫ୍ୟାଟରେ ଭରପୁର ଖାଦ୍ୟ ପଦାର୍ଥ ଖାଇଥାନ୍ତି । ମାତ୍ର ଏବେ ନୂଆ ରିପୋର୍ଟ ଅନୁଯାୟୀ, ଖାଇବା ପରେ ପାଣି ପିଇବା ଦ୍ୱାରା ବ୍ଲଡ ଶୁଗର ଲେବଲ ଅତ୍ୟଧିକ ମାତ୍ରାରେ ବୃଦ୍ଧି ପାଇପାରେ ।

ଏଣ୍ଟୋନ ଡି କମ ବିଶ୍ୱବିଦ୍ୟାଳୟର ପକ୍ଷରୁ କରାଯାଇଥିବା ରିସର୍ଚ୍ଚରେ କେବଳ ମିଠାକୁ ସାମିଲ କରାଯାଇଥିଲା । ଏଥିରେ ୩୫ ଜଣ ଲୋକଙ୍କ ରକ୍ତ ଶର୍କରାର ସ୍ତରକୁ ପରୀକ୍ଷା କରାଯାଇଥିଲା । ତେବେ ମିଠା ଖାଇବା ପରେ ପାଣି ପିଇଥିବା ଲୋକଙ୍କ ରକ୍ତରେ ଗ୍ଲୁକୋଜ ସ୍ତର ଅନ୍ୟ ଲୋକଙ୍କ ତୁଳନାରେ ଦୁଇଗୁଣ ଅଧିକ ଥିବା ଜଣାପଡ଼ିଥିଲା । ମିଠାରେ ରହିଥିବା ଗ୍ଲୁକୋଜ ପେଟ ଦ୍ୱାରା ଖାଲି ହେବା ପାଇଁ ଲାଗୁଥିବା ସମୟକୁ ଧୀମା କରିଦେଇଥାଏ । ଫଳରେ ତରଳ ପଦାର୍ଥ ଅନ୍ତ ପର୍ଯ୍ୟନ୍ତ ପହଞ୍ଚି ପାରିନଥାଏ । ତେଣୁ ଆପଣଙ୍କୁ ଶୋଷ ଲାଗିଥାଏ । ଯଦି ଆପଣ ପାଣି ପିଅନ୍ତି ତେବେ ଶୋଷ ମେଣ୍ଟି ନଥାଏ ।

ଯଦି ଆପଣ ମିଠାଇ ଖାଉଛନ୍ତି ତାପରେ କିଛି ନମକିନ୍‌ ନିଶ୍ଚୟ ଖାଇଦିଅନ୍ତୁ । ମିଠା ଜିନିଷକୁ ଖାଇବା ପରେ କୁଳି ନିଶ୍ଚୟ କରନ୍ତୁ ।

 

Leave A Reply

Your email address will not be published.