Latest Odisha News

BREAKING NEWS

ବିଦେଶ ମାଟିକୁ ଥରାଇ ଦେଲା ଓଡ଼ିଶା ଟ୍ରେନ୍ ଦୁର୍ଘଟଣା; କାନାଡ଼ା ପ୍ରଧାନମନ୍ତ୍ରୀଙ୍କ ସମେତ ତାଇୱାନ ରାଷ୍ଟ୍ରପତିଙ୍କ ଶୋକ

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଠାରେ ହୋଇଥିବା କରମଣ୍ଡଳ ଏକ୍ସପ୍ରେ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮ କୁ ବୃଦ୍ଧି ପାଇଛି। ଆହତଙ୍କ ସଂଖ୍ୟା ୯୦୦ରୁ ଅଧିକ ରହିଛି। ଏତେବଡ଼ ଦୁର୍ଘଟଣା କେବ ରାଜ୍ୟ କି ଦେଶ ନୁହେଁ ବିଦେଶ ମାଟିକୁ ବି ଥରାଇ ଦେଇଛି। କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡେଉ ଗଭୀର ଦୁଃଖ ପ୍ରକାଶ କରି ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

ଏନେଇ ସେ ଟ୍ୱିଟ୍ କରି ଲେକିଛନ୍ତି “ ଭାରତର ଓଡ଼ିଶାରେ ହୋଇଥିବା ଟ୍ରେନ୍ ଦୁର୍ଘଟଣାରେ ଯେଉଁ ରିପୋର୍ଟ ଓ ଫଟୋ ସବୁ ଦେଖିବାକୁ ମିଳିଛୁ ତାହା ମୋ ହୃଦୟ ଭାଙ୍ଗି ଦେଇଛି। ଯେଉଁମାନେ ତାଙ୍କ ପରିବାରର ସଦସ୍ୟଙ୍କୁ ହରାଇଲେ ସେମାନଙ୍କୁ ପାଇଁ ମୁଁ ମୋ ସମବେଦନା ଜଣାଉଛି। ଆହତଙ୍କ ପାଇଁ ମଧ୍ୟ ମୋର ଚିନ୍ତା ରହିଛି। ଏଭଳି ଏକ ଦୁଃଖଦ ସମୟରେ କାନାଡ଼ାର ଲୋକମାନେ ଭାରତୀୟ ଲୋକଙ୍କ ସହିତ ରହିଛନ୍ତି।”

ସେହିପରି ତାଇୱାନ ରାଷ୍ଟ୍ରପତି ତ୍ସାଇ ଇଙ୍ଗ ୱେନ୍ ମଧ୍ୟ ଟ୍ରେନ୍‌ ଦୁର୍ଘଟଣାରେ ଶୋକ ପ୍ରକାଶ କରି ଟ୍ୱିଟ୍ କରିଛନ୍ତି। ସେ ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି “ ଭାରତରେ ହୋଇଥିବା ଟ୍ରେନ୍‌ ଦୁର୍ଘଟଣାରେ ସମସ୍ତ ପୀଡ଼ିତଙ୍କ ପାଇଁ ମୁଁ ପ୍ରର୍ଥନା କରୁଛି। ମୃତକଙ୍କ ପରିବାର ପ୍ରତି ମୋର ହୃଦୟରୁ ସମବେଦନା ଜଣାଉଛି। ଆଶା କରୁଛି ଯେ ଉଦ୍ଧାର କାର୍ଯ୍ୟରେ ପୀଡ଼ିତଙ୍କୁ ସୁରକ୍ଷା ଦେଇ ହେବ।”

Leave A Reply

Your email address will not be published.