Latest Odisha News

BREAKING NEWS

ଓଡ଼ିଶା ପୋଲିସ ଜାରି କଲା ହେଲପ ଲାଇନ ନମ୍ବର; ଉଦ୍ଧାର କାମ ପାଇଁ ବୈଜୟନ୍ତ ଅଫର କଲେ ନିଜ ହେଲିକପ୍ଟର

ଭୁବନେଶ୍ୱର:  ବାଲେଶ୍ବର ଜିଲ୍ଲାର ବାହାନଗା ଠାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସ୍ଥାନୀୟ ଲୋକଙ୍କ ଅକ୍ଳାନ୍ତ ପରିଶ୍ରମ ଏବଂ ଉଦ୍ଧାରକାରୀ ଟିମଙ୍କ ନିଷ୍ଠାପର ଚେଷ୍ଟାରେ ଉଦ୍ଧାର କାମ ଚାଲିଛି । ଲୋକଙ୍କୁ କିପରି ଉପଯୁକ୍ତ ସେବା ଓ ସହାୟତା ମିଳିବ ସେଥିପାଇଁ ସବୁ ଦିଗରୁ ଉଦ୍ୟମ ଜାରି ରହିଛି ।

ଯେ କୌଣସି ପ୍ରକାର ସହାୟତା ପାଇବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ସ୍ଥାନମାନଙ୍କ ପାଇଁ ପ୍ରଦାନ କରାଯାଇଛି  Helpline ନମ୍ବର । ଓଡ଼ିଶା ପୋଲିସ ତାର ଅଫିସିଆଲ ଟୁଇଟର ହାଣ୍ଡେଲରେ ବିଭିନ୍ନ ସ୍ଥାନର ହେଲପ ଲାଇନ ନମ୍ବର ଜାରି କରିଛି । ଯେ କୌଣସି ସହାୟତା ପାଇଁ ଭଦ୍ରକ, ଜାଜପୁର କେଉଁଝର ରୋଡ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ, ବ୍ରହ୍ମପୁର, ବାଲୁଗାଁ, ପଲାସା , ହାଓଡା, ବାଲେଶ୍ୱର, ଖଡଗପୁର, ବାଲେଶ୍ୱର ଏବଂ ଶାଲିମାରର ଏହି ଟୋଲ ଫ୍ରି ହେଲପଲାଇନ ନମ୍ବରରେ ଫୋନ କରିବାକୁ  ଓଡ଼ିଶା ପୋଲିସ ପକ୍ଷରୁ କୁହାଯାଇଛି ।

ସେହିପରି  କେନ୍ଦ୍ରାପଡା ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଉଦ୍ଧାର କାମରେ ସହଯୋଗ କରିବା ପାଇଁ ହେଲିକାପ୍ଟର ଯୋଗାଇ ଦେବାକୁ କହିଛନ୍ତି ।  ପଣ୍ଡା କହିଛନ୍ତି, ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ତାଙ୍କର ନିଜ ହେଲିକାପ୍ଟର ପ୍ରସ୍ତୁତ ହୋଇ ରହିଛି । ଏହାକୁ ବ୍ୟବହାର କରିବା ପାଇଁ ନିବେଦନ କରିଛନ୍ତି ।  ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତ ଯାତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଶ୍ରୀ ପଣ୍ଡା ।
ଏହି ଦୁଃଖଦ ସମୟରେ  ହେଲିକପ୍ଟର ଯୋଗାଇ ଦେବା ସହ ସମସ୍ତ ଆବଶ୍ୟକୀୟ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପ୍ରସ୍ତୁତ ଥିବା   ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କୁ ଜଣାଇଛନ୍ତି।

Leave A Reply

Your email address will not be published.