Latest Odisha News

BREAKING NEWS

ମଧୁର ଭଣ୍ଡାରକର୍ ଆଣୁଛନ୍ତି ଇଣ୍ଡିଆ ଲକଡାଉନ୍ !

ମୁମ୍ବାଇ: କରୋନା ମାହାମାରୀରେ ଧ୍ୱସ୍ତ ହୋଇଥିଲା ବଲିଉଡ ଇଣ୍ଡଷ୍ଟ୍ରୀ । ଅନେକ ଖବର କାଗଜ ଓ ଟିଭି ଚ୍ୟାନେଲର ନ୍ୟୁଜ ଅନୁଯାୟୀ ପ୍ରାୟ ୮ହଜାର କୋଟିର କ୍ଷତି ସହିଥିଲା ବଲିଉଡ । ହେଲେ ଏବେ ପୁଣିଥରେ ବଲିଉଡ ଅଣ୍ଟା ସଳଖି ଛିଡା ହେବାକୁ ଚେଷ୍ଟା କରିଛି । ଅନେକ ନୂଆନୂଆ ଫିଲ୍ମ ସାମ୍ନାକୁ ଆସୁଥିବାବେଳେ ଲଗାତାର ୱେବ୍ ସିରିଜ ଦର୍ଶକଙ୍କ ସାମ୍ନାକୁ ଆସୁଛି । ତେବେ ନିକଟରେ ନିର୍ଦ୍ଦେଶକ ମଧୁର ଭଣ୍ଡାରକର ବି ନିଜରଏକ ନୂଆ ପ୍ରୋଜେକ୍ଟର ଘୋଷଣା କରିଛନ୍ତି ।

ହିରୋଇନ, କ୍ୟାଲେଣ୍ଡର ଗାର୍ଲସ୍‌, ଫ୍ୟାସନ୍ ଓ ପେଜ୍‌-୩ ଭଳି ଚର୍ଚ୍ଚିତ ଫିଲ୍ମ ନିର୍ମାଣ କରିଥିବା ମଧୁର ଭଣ୍ଡାରକର ଦୀର୍ଘଦିନର ବ୍ୟବଧାନ ପରେ ନିର୍ଦ୍ଦେଶନାକୁ ଫେରିଛନ୍ତି । ୨୦୧୭ରେ ତାଙ୍କର ଶେଷ ଫିଲ୍ମ ଇନ୍ଦୁ ସରକାର ଦର୍ଶକଙ୍କ ସାମ୍ନାକୁ ଆସିଥିଲା । ତେବେ ଖୁବଶୀଘ୍ର ଇଣ୍ଡିଆ ଲକଡାଉନ୍ ନାମକ ଏକ ଫିଲ୍ମର ସୁଟିଂ ସେ ଆରମ୍ଭ କରିବାକୁ ଯାଉଛନ୍ତି ।

ସତ୍ୟ ଘଟଣା ଉପରେ ଆଧାରିତ ହେବାକୁ ଥିବା ଏହି ଫିଲ୍ମର କାଷ୍ଟିଂ ଚାଲୁ ରହିଛି । ଜାନୁଆରୀ ମାସ ସୁଦ୍ଧା ଏହାର ସୁଟିଂ ଆରମ୍ଭ କରିବାକୁ ମଧୁର ଭଣ୍ଡାରକର ଯୋଜନା କରିଛନ୍ତି । ତେବେ କେବଳ ନିର୍ଦ୍ଦେଶନା ନୁହେଁ ବରଂ ଏହାର ପ୍ରଯୋଜନା ବି ମଧୁର ଭଣ୍ଡାରକର ହିଁ ସମ୍ଭାଳିବେ ।

Leave A Reply

Your email address will not be published.