Latest Odisha News

BREAKING NEWS

ଛଉନୃତ୍ୟ ପ୍ରେମରେ କଲମ୍ବିଆର ନୃତ୍ୟଶିଳ୍ପୀ କେରୋଲିନା

ବାରିପଦା : ମୟୂରଭଞ୍ଜର ଐତିହ୍ୟସମ୍ପନ୍ନ ଛଉନୃତ୍ୟ ଦେଶ ବିଦେଶରେ ବେଶ୍ ଲୋକପ୍ରିୟ । ଅନେକ ବିଦେଶୀ ବି ଏହାର ପ୍ରେମରେ ପଡିଯାନ୍ତି । ଏମିତି ଜଣେ ବିଦେଶୀନି ହେଉଛନ୍ତି କଲମ୍ବିଆର କେରୋଲିନା ପ୍ରାଦା ।

କରୋଲିନା ଜଣେ ଛଉନୃତ୍ୟ ଶିଳ୍ପୀ ଭାବେ ବେଶ୍ ନାଁ କରିଛନ୍ତି । କରୋନା ଯୋଗୁଁ ସରକାର ସଟ୍ ଡାଉନ ଘୋଷଣା କରିଥିବାରୁ ଆନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିଥିଲା । ଏହି ସମୟରେ କରୋଲିନା କଲମ୍ବିଆରେ ରହିଯାଇଥିଲେ । ପରିସ୍ଥିତି ସ୍ୱାଭାବିକ ହେବା ପରେ ସେ ବାରିପଦାରେ ଆସି ପହଞ୍ଚିଛନ୍ତି ।

Chhau Dance - 2

ଏଠାରେ ପହଞ୍ଚିବା ପରେ ସେ ଛଉ ନୃତ୍ୟକୁ ନେଇ ସୁଟିଂ କରିଛନ୍ତି । ମୁଖ୍ୟତଃ ବେଲଗାଡିଆ ରାଜପ୍ରାସାଦ ଓ ଆଖପାଖ ଅଂଚଳକୁ ସୁଟିଂ ସେଟ୍ ଭାବେ ସେ ବାଛିଛନ୍ତି । ନଟରାଜ ନୃତ୍ୟରେ କେରୋଲିନାଙ୍କ ପ୍ରଦର୍ଶନ ବେଶ ଆକର୍ଷଣୀୟ ଏବଂ ପ୍ରଭାବଶାଳୀ। କେବଳ ଛଉ ନୁହେଁ ସେ ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ମଧ୍ୟ । ଚଳିତ ମାସ ୩ରୁ ଅନୁଷ୍ଠିତ ହୋଇଥିବା ୬ ଦିନିଆ କର୍ମଶାଳାରେ ଶିବିରାର୍ଥୀମାନଙ୍କୁ କରୋଲିନା ଶାସ୍ତ୍ରୀୟ ଅଙ୍ଗଭଙ୍ଗୀ ଏବଂ ଅଭିନୟ ବାବଦରେ ଶିକ୍ଷା ପ୍ରଦାନ କରିଥିଲେ ।

ଛଉରେ କେନ୍ଦ୍ର ସଂଗୀତନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ ଛଉନୃତ୍ୟ ଶିଳ୍ପୀ ଜନ୍ମେଜୟ ସାଏବାବୁଙ୍କ ନିକଟରୁ ଏବେ କେରୋଲିନା ଛଉ ନୃତ୍ୟ ଶିକ୍ଷା ଲାଭ କରୁଛନ୍ତି ।

Leave A Reply

Your email address will not be published.