Latest Odisha News

BREAKING NEWS

ଘରେ ବନାନ୍ତୁ ‘ଗାଜର-ଫୁଲକୋବି ଆଚର’

ଭୁବନେଶ୍ବର: ଶୀତ ଦିନରେ ବଜାରରେ ଗାଜର, ଫୁଲକୋବି ବହୁତ ପରିମାଣରେ ମିଳେ । ଏହି ସମୟରେ ଦାମ୍ ମଧ୍ୟ ଶସ୍ତା ଥାଏ । ତେବେ ଆପଣ ଏହି ଗାଜର ଓ ଫୁଲକୋବି ଆଚର ଘରେ ସହଜରେ କରି ପାରିବେ । ଅଫ୍ ସିଜନରେ ମଧ୍ୟ ଏହାର ମଜା ନେଇ ପାରିବେ ।

ଏହି ‘ଗାଜର-ଫୁଲକୋବି ଆଚର’ ପାଇଁ ଗାଜର ଅଧା କିଲୋ, ଫୁଲକୋବି ଗୋଟିଏ , ହଳଦୀଗୁଣ୍ଡ ଅଧା କପ୍, ହେଙ୍ଗୁ ଛୋଟ ଖଣ୍ଡ, କାଗଜି ରସ -ଏକ କପ୍ , ସୋରିଷ ତେଲ -ଏକ କପ୍ , ଲଙ୍କାଗୁଣ୍ଡ ଅଧା କପ୍ , ଲୁଣ ପରିମାଣ ମୁତାବକ, ସୋରିଷ ଗୁଣ୍ଡ ଅଧା କପ୍

ବିଧି
ହେଙ୍ଗୁକୁ ଭାଜି ଗୁଣ୍ଡ କରି ରଖିବେ । ଗାଜର ଧୋଇ ପୋଛି ଛୋଟ ଛୋଟ କାଟିବେ , ଫୁଲକୋବି ଧୋଇ ନେଇ ଭଲଭାବରେ ପୋଛି ନେବେ । ଏହାପରେ ଛୋଟ ଖଣ୍ଡରେ କାଟି ଦେବେ । ଗାଜର- ଫୁଲକୋବି କଟା, ଲେମ୍ବୁରସ,ସବୁ ମସଲା ଗୁଣ୍ଡ, ଲୁଣ ଭଲଭାବରେ ମିଶାଇ ଏକ ଜାର୍ ରେ ରଖିବେ । ସେଥିରେ ତେଲ ଢାଳିବେ । ଏହାକୁ ଗୋଟିଏ ସପ୍ତାହ ଖରାରେ ରଖିବେ । ଏହାପରେ ଆପଣ ଖାଇ ପାରିବେ ।

Comments are closed.