Latest Odisha News

BREAKING NEWS

Browsing Category

ସହର

City

ଶିମିଳିପାଳରେ ଚାଲିଛି ବାଘ ଗଣନା : ଖଞ୍ଜାଯାଇଛି ୪୫୦ରୁ ଉର୍ଦ୍ଧ୍ବ ଟ୍ରାପ୍ କ୍ୟାମେରା

ବାରିପଦା : ଶିମିଳିପାଳ ଅଭୟାରଣ୍ୟରେ ବାଘ ଗଣନା । ୩ଟି ପର୍ଯ୍ୟାୟରେ ବାଘ ଗଣନା କାର୍ଯ୍ୟ ଚାଲିଛି  । ଏଥିଲାଗି ୭୦୦ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଶିମିଳିପାଳର ଉତ୍ତର ଦକ୍ଷିଣ ସମେତ ବିଭିନ୍ନ ବନଖଣ୍ଡରେ ଗଣନା ଜାରି ରହିଛି । ରାଇରଙ୍ଗପୁର, କରଞ୍ଜିଆ ଓ ବାରିପଦା ବନଖଣ୍ଡରେ ଗଣନା…

ଉତ୍କଳ ବିଶ୍ବବିଦ୍ୟାଳୟରେ ଆନ୍ତଃମହାବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଭୁବନେଶ୍ବର: ଆଜି ଉଦଯାପିତ ହୋଇଛି ଆନ୍ତଃ ମହାବିଦ୍ୟାଳୟ ପୁରୁଷ ଫୁଟବଲ ଟୁର୍ଣ୍ଣାମେଣ୍ଟ । ଉତ୍କଳ ବିଶ୍ବବିଦ୍ୟାଳୟ ବିଜୁ ପଟ୍ଟନାୟକ କ୍ରୀଡା ପ୍ରାଙ୍ଗଣରେ ୨ ଦିନ ଧରି ଚାଲିଥିଲା ଏହି ଟୁର୍ଣ୍ଣାମେଣ୍ଟ । ଆଜିର ଏହି ଫାଇନାଲ ମ୍ୟାଚ୍ ରେ ପୁରୀର ଏସସିଏସ କଲେଜ ଭୁବନେଶ୍ୱରର ଦେବରାୟ କଲେଜକୁ ୨-୦…

ପରିବା ବ୍ୟବସାୟୀ ବିକ୍ରି ବନ୍ଦ କରିବାକୁ ଧମକ, ପାର୍ବଣ ଋତୁରେ ସମସ୍ତଙ୍କ ସହଯୋଗ ଲୋଡ଼ିଲା ବିଏମସି

ଭୁବନେଶ୍ୱର: ୟୁନିଟ୍-୧ ଡେଲି ମାର୍କେଟ୍ ପର୍ଯ୍ୟନ୍ତ ରାସ୍ତାରେ ପୂଜା ମଣ୍ଡପ ଓ ଅସ୍ଥାୟୀ ଦୋକାନ ଜବରଦଖଲ ଯୋଗୁଁ ଅକ୍ଟୋବର ୨୦ରୁ ଭୁବନେଶ୍ୱରର ପରିବା ବ୍ୟବସାୟୀମାନେ ପରିବା ବିକ୍ରି ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି। ଏହାକୁ ନେଇ ଆଜି ଭୁବନେଶ୍ବର ମହାନଗର ନିଗମ (ବିଏମସି) କମିଶନର ବିଜୟ…

ଜୟପୁର ପୋଲିସକୁ ବଡ ସଫଳତା: ସାଇବର ଠକେଇ ଅଭିଯାଗରେ ୩ ଗିରଫ

ଜୟପୁର : ବଡ ଧରଣର ସାଇବର ଠକେଇର ପର୍ଦ୍ଧାଫାସ କଲା ଜୟପୁର ସଦର ପୋଲିସ । ଲୋକଙ୍କୁ ପ୍ରଲୋଭିତ କରି ସେମାନଙ୍କ ନାଁରେ ଜାଲ ଦସ୍ତାବିଜ କରି ଆକାଉଣ୍ଟ ଖୋଲିବା ଓ ଠକିବା ଅଭିଯୋଗରେ ପୋଲିସ ୩  ଅଭିଯୁକ୍ତଙ୍କୁ ଗିରଫ କରିଛି  । ଅଭିଯୁକ୍ତ ମାନେ ହେଲେ ସେମିଳିଗୁଡାର ବଳରାମ ଦାସ , ଭୁବନେଶ୍ବରର…

ବିକଶିତ ଗାଁ ହେବ ଆଧୁନିକ ଓଡିଶାର ପରିଚୟ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ସରକାରଙ୍କର ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ମାଧ୍ୟମରେ ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଅଭିଯାନ ଆରମ୍ଭ ହୋଇଛି  । ପ୍ରତି ପଞ୍ଚାୟତ ଓ ପ୍ରତି ଗାଁ ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ।  ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ…

ଅକ୍ଟୋବର ୨୯ରୁ ଭୁବନେଶ୍ବର-ଗୌହାଟୀକୁ ବିମାନ ସେବା: ଇଣ୍ଡିଗୋ ଏୟାର ଲାଇନ୍ସ ପକ୍ଷରୁ ଦୈନିକ ଚଳାଚଳ

ଭୁବନେଶ୍ବର: ଅକ୍ଟୋବର ୨୯ ତାରିଖରୁ ଭୁବନେଶ୍ବର-ଗୌହାଟୀକୁ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ଇଣ୍ଡିଗୋ ଏୟାର ଲାଇନ୍ସ ପକ୍ଷରୁ ଭୁବନେଶ୍ବରରୁ ଦୈନିକ ଗୌହାଟିକୁ ବିମାନ ଚଳାଚଳ କରିବ  । ପ୍ରତିଦିନ ୧ଟା ୨୫ରେ ଭୁବନେଶ୍ବରରୁ ଛାଡି ୨ଟା ୫୫ ରେ ଗୌହାଟୀରେ ପହଞ୍ଚିବ  । ସେହିପରି ୩ଟା…

ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ : ଭିଜିବ ଦଶହରା, ରାବଣ ପୋଡି

ଭୁବନେଶ୍ବର: ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ  । ୨୦ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଆଇଏମଡି ପକ୍ଷରୁ ସୂଚନା ମିଳିଛି ।  ସେପଟେ ଆଗକୁ ଆସୁଛି ପାର୍ବଣ । ଧରାପୃଷ୍ଠକୁ ଅବତରଣ କରିବେ ଜଗତଜନନୀ ମାଆ ଦୁର୍ଗା । କିନ୍ତୁ ଏଥର ଦଶହରାକୁ ଫିକା କରିପାରେ ଲଘୁଚାପ ବର୍ଷା ।…

ବନ୍ଧୁ ପାଇଁ ସାଜିଲେ ହେଲମେଟ୍ ମ୍ୟାନ୍ : ମାଗଣାରେ ବାଣ୍ଟିଲେଣି ୬୦ ହଜାର ହେଲମେଟ୍

ଭୁବନେଶ୍ବର: ଦିନେ ଏକ ସଡକ ଦୁର୍ଘଟଣାରେ ନିଜ ବନ୍ଧୁକୁ ହରାଇଥିଲେ ଆଉ ଏବେ ଲୋକଙ୍କ ପାଇଁ ସାଜିଛନ୍ତି ହେଲମେଟ୍ ମ୍ୟାନ୍  । ଲୋକଙ୍କୁ ଦେଉଛନ୍ତି ସଡକ ସୁରକ୍ଷାର ବାର୍ତ୍ତା । ହଁ ଆଜ୍ଞା ଆମେ କହୁଛୁ ଉତ୍ତର ପ୍ରଦେଶ ଗ୍ରେଟର ନୋଏଡାର ରାଘବେନ୍ଦ୍ର କୁମାରଙ୍କ କଥା  । ଭୁବନେଶ୍ବର-କଟକ – ପୁରୀ…

ବିଏମସିର ବଡ ପଦକ୍ଷେପ: ଭିକାରୀମୁକ୍ତ ହେବ ରାଜଧାନୀ ଭୁବନେଶ୍ଵର, ଟିଜିଙ୍କ ଲାଗି ନିର୍ମାଣ ହେବ ପୁନର୍ବାସ ଗୃହ

ଭୁବନେଶ୍ଵର: ବିଏମସିର ବଡ଼ ପଦକ୍ଷେପ । ଏଣିକି ରାଜରାସ୍ତାରେ ଭିକ ମାଗିପାରିବେନି ଭିକାରୀ । ଭିକାରୀ ମୁକ୍ତ ହେବ ରାଜଧାନୀ ଭୁବନେଶ୍ଵର। ବିଏମସି କମିଶନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ରାସ୍ତା କଡ଼ କିମ୍ବା ମନ୍ଦିର ସାମ୍ନାରେ ଆଉ ଭିକ ମାଗିପାରିବେନି…

ଜଗତଜନନୀଙ୍କୁ ସ୍ଵାଗତ ଜଣାଇବା ପାଇଁ ୫ ହଜାର ଲେମ୍ବୁରେ ମା’ ଦୁର୍ଗାଙ୍କ ପ୍ରତିମା

ପୁରୀ: ଆସୁଛନ୍ତି ମା' । ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ବିଜେ କରିବେ ଜଗତଜନନୀ ମା' ଦୁର୍ଗା । ବିଭିନ୍ନ ଥିମ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ଥିବା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଜଗତଜନନୀଙ୍କୁ ସ୍ଵାଗତ ଜଣାଇବା ପାଇଁ ୫ ହଜାର ଲେମ୍ବୁରେ ମା' ଦୁର୍ଗାଙ୍କ ପ୍ରତିମା କରିଛନ୍ତି ।…