Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଘର ମାଲିକଙ୍କ ବଦାନ୍ୟତା; ଛାଡ଼ିଲେ ମାସକର ଭଡ଼ା

ବ୍ରହ୍ମପୁର: କରୋନାଭାଇରସର ମୁକାବିଲା କରିବା ପାଇଁ ଦେଶବ୍ୟାପୀ ଲକଡାଉନ ଜାରି ରହିଛି। ଏଥିଯୋଗୁଁ କାମଧନ୍ଦା ହରାଇ ଅନେକ ବ୍ୟକ୍ତି ହଇରାଣ ହରକତ ହେଉଥିବା ବେଳେ ପରିବାର ପ୍ରତିପୋଷଣ ସେମାନଙ୍କ ପାଇଁ କଷ୍ଟକର ହୋଇପଡିଛି। ଏହି ଅସମୟରେ ସାହାଯ୍ୟର ହାତ ବଢ଼ାଇଛନ୍ତି ବ୍ରହ୍ମପୁରର ଜଣେ ବ୍ୟକ୍ତି…

କରୋନା ସହ ଲଢେଇ: ଭଦ୍ରକ ଜିଲ୍ଲାରେ ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ୍

ଭଦ୍ରକ: ଆଜି ଭଦ୍ରକ ଜିଲ୍ଲାରେ ୬ଟି ନୂଆ କରୋନା ପଜିଟିଭ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଜିଠାରୁ ଜିଲ୍ଲା ପ୍ରଶାସନର ସମସ୍ତ ସରକାରୀ ବିଭାଗରେ କାର୍ଯ୍ୟ କରୁଥିବା ପଦାଧିକାରୀମାନଙ୍କର ଛୁଟି ବାତିଲ୍ କରାଯାଇଛି । Leave of all…

ରାଜ୍ୟରେ ସୁସ୍ଥ ହେଲେ ଆଉ ୮ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ବିଜୁଳି ଗତିରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏହାରି ଭିତରେ ଆସିଛି ଏକ ଆଶ୍ୱସନାର ଖବର । ଆଜି ରାଜ୍ୟରେ ଆଉ ୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଖୁବଶୀଘ୍ର ସେମାନଙ୍କୁ ମେଡିକାଲରୁ ଡିସଚାର୍ଜ କରାଯିବ ବୋଲି ସୂଚନା ମିଳିଛି । ସ୍ୱାସ୍ଥ୍ୟ ବିଭାଗ…

ସଙ୍ଗରୋଧ କେନ୍ଦ୍ରରେ ଜଣେ ପ୍ରବାସୀ ଓଡିଆଙ୍କ ଆତ୍ମହତ୍ୟା ଅଭିଯୋଗ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବେଟନୋଟି ବ୍ଲକ ଅନ୍ତର୍ଗତ ଅନଳ ପଞ୍ଚାୟତର ଏକ ସଙ୍ଗରୋଧ କେନ୍ଦ୍ରରେ ଜଣେ ଯୁବକ ଗୁରୁବାର ରାତିରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ନାମ ସୁରେନ୍ଦ୍ର ବେହେରା ବୋଲି ଜଣାପଡିଛି । ସୁରେନ୍ଦ୍ର ନିକଟରେ ପତ୍ନୀଙ୍କ ସହ ତାମିଲନାଡୁରୁ ଫେରିଥିଲେ…

୧୦୦ଟପିଲା ବାଲେଶ୍ୱରରେ କରୋନା ପଜିଟିଭ୍ ସଂଖ୍ୟା, ରାଜ୍ୟରେ ଦ୍ୱିତୀୟ ସର୍ବାଧିକ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାରେ ବଢୁଛି କରୋନା ପଜିଟିଭଙ୍କ ସଂଖ୍ୟା । ଆଜି ସକାଳ ସୁଦ୍ଧା ଏହି ସଂଖ୍ୟା ୧୦୨ରେ ପହଞ୍ଚିଛି । ରାଜ୍ୟର ମୋଟ କରୋନା ପଜିଟିଭ ସଂଖ୍ୟାରୁ କେବଳ ଏହି ଜିଲ୍ଲାର ୧୫.୨ ପ୍ରତିଶତ ରହିଛି । ଏଥି ସହ ଏହା ରାଜ୍ୟର ଦ୍ୱିତୀୟ ସର୍ବାଧିକ କରୋନା ପଜିଟିଭ୍ ସଂଖ୍ୟା ଥିବା…

ଆଜି କଟକରେ ପହଞ୍ଚିବ ଶ୍ରମିକ ସ୍ବତନ୍ତ୍ର ଟ୍ରେନ

କଟକ: ହାଇଦ୍ରାବାଦରୁ ୮୦୦ରୁ ଅଧିକ ପ୍ରବାସୀ ଓଡିଆଙ୍କୁ ଧରି ଆସୁଥିବା ଏକ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଶୁକ୍ରବାର ଦିନ କଟକସ୍ଥିତ ନର୍ଗୁଣ୍ଡି ରେଳ ଷ୍ଟେସନରେ ପହଞ୍ଚିବ। ପରବର୍ତ୍ତୀ ସମୟରେ ଯାତ୍ରୀମାନଙ୍କୁ ବସ୍‌ରେ ନିଜ ନିଜ ବ୍ଲକରେ ଥିବା କ୍ବାରେନଣ୍ଟାଇନ ସେଣ୍ଟରକୁ ନିଆଯିବ ବୋଲି…

୬ ନୂଆ କରୋନା ରୋଗୀଙ୍କ ତଥ୍ୟ ଦେଲେ ଭଦ୍ରକ ପ୍ରଶାସନ

ଭଦ୍ରକ: ଭଦ୍ରକ ପ୍ରଶାସନ ପକ୍ଷରୁ ଶୁକ୍ରବାର ଦିନ କରୋନାଭାଇରସରେ ଆକ୍ରାନ୍ତ ୬ ନୂଆ ରୋଗୀଙ୍କ ଯାତ୍ରା ଇତିହାସ ପ୍ରକାଶ କରାଯାଇଛି। ଏହି ୬ ଜଣ ବ୍ୟକ୍ତି ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜିଲ୍ଲା ପ୍ରଶାସନ ଟ୍ବିଟ୍ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେମାନେ ବିଭିନ୍ନ ଅସ୍ଥାୟୀ…

ଚିହ୍ନଟ ୬୧ ଆକ୍ରାନ୍ତଙ୍କ ସମ୍ପୂର୍ଣ୍ଣ ବିବରଣୀ, ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସକାଳୁ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୬୧ ପଜିଟିଭ । କେନ୍ଦ୍ରାପଡା ଜିଲ୍ଲାରୁ ଆଜି ୧୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ପଜିଟିଭ ମାନେ ସମସ୍ତେ ସୁରତ ଫେରନ୍ତା ହୋଇଥିବା ବେକେ ଏମାନେ କ୍ୱାରେଣ୍ଟାଇନରେ ଥିବା…

ପୁରୀରେ ଆଉ ୧୦ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ପୁରୀରେ ଶୁକ୍ରବାର ଦିନ ଆଉ ୧୦ଟି କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି। ଯାହା ଫଳରେ ଏବେ ଜିଲ୍ଲାରେ ମୋଟ ସଂଖ୍ୟା ୧୪ ଛୁଇଁଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଶୁକ୍ରବାର ସକାଳ ୯ ଟା ସୁଦ୍ଧା ରାଜ୍ୟରେ ୪୮ ଟି ନୂଆ ମାମଲା ଚିହ୍ନଟ ହୋଇଛି। ସୂଚନାଯୋଗ୍ୟ, ବିଶ୍ବ…

କରୋନା ଅପଡ଼େଟ୍‌: ଓଡ଼ିଶା, ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଓଡ଼ିଶାରେ ଶୁକ୍ରବାର ସକାଳ ୬ଟା ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୭୨କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୮ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ…