Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଓଡିଶାରୁ ସୁସ୍ଥ ହେଲେ ଆଉ ୧୪୨୨ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୪୨୨ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା ୧୪୨୨ ଜଣଙ୍କ ମଧ୍ୟରୁ ୨୫୫ ଜଣ ଗଞ୍ଜାମରୁ, ୨୨୮ ଜଣ ଖୋର୍ଦ୍ଧା, ୧୩୯ ଜଣ ଗଜପତିରୁ, ୧୦୦ ଜଣ…

ଆଳିପିଙ୍ଗଳ ଜେଲର ୨୧ ଅନ୍ତେବାସୀ କରୋନା ପଜିଟିଭ୍

ଜଗତସିଂହପୁର: ଆଳିପିଙ୍ଗଳ ଜେଲର ୨୧ ଅନ୍ତେବାସୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୦ଜଣ ବିଚାରାଧୀନ କଏଦୀ ଓ ଜଣେ ସଜାପ୍ରାପ୍ତ କଏଦୀ ଥିବା ଜଣାପଡିଛି । ପୂର୍ବରୁ ଜେଲର ୩ ବନ୍ଦୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସେମାନଙ୍କଠାରୁ ଏହି ୨୧ ଜଣ ସଂକ୍ରମିତ ହୋଇଥିବା…

କଟକରୁ ୧୧୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: କଟକରେ ଗୁରୁବାର ଦିନ ୧୧୫ ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । କଟକ ଜିଲ୍ଲାରୁ ଚିହ୍ନଟ ମୋଟ୍ ୧୩୧ ଆକ୍ରାନ୍ତଙ୍କ ମଧ୍ୟରେ ସିଏମସିରୁ ୧୧୫ ବାହାରିଛି । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କଟକ ମହାନଗର ନିଗମ (ସିଏମସି)।…

ରାଜଧାନୀରେ ସ୍ଥିତି ସଙ୍ଗୀନ, ପୁଣି ବାହାରିଲେ ୨୩୭ ପଜିଟିଭ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ଲାଗୁନି ବ୍ରେକ୍ । ପ୍ରତିଦିନ ଚିହ୍ନଟ ହେଉଛନ୍ତି ଶହେରୁ ଉର୍ଦ୍ଧ୍ୱ କରୋନା ଆକ୍ରାନ୍ତ । ଆଜି ପୁଣି ୨୩୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ସଙ୍ଗରୋଧ…

ଧୋନିଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍‌, ଚେନ୍ନାଇ ଟ୍ରେନିଂ କ୍ୟାମ୍ପରେ କରିବେ ଯୋଗଦାନ

ରାଞ୍ଚି: ଧୋନି ଫ୍ୟାନଙ୍କ ପାଇଁ ଖୁସି ଖବର । ରାଞ୍ଚି ରକର୍ସ ଏମ ଏସ୍ ଧୋନିଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି । ଆସନ୍ତା ୧୪ ତାରିଖରୁ ଆଇପିଏଲ-୧୩ ପାଇଁ ଚେନ୍ନାଇରେ ଆରମ୍ଭ ହେବାକୁ ଯାଉଥିବା ଚେନ୍ନାଇ ସୁପରକିଙ୍ଗସ୍‌ର ଟ୍ରେନିଂ କ୍ୟାମ୍ପରେ ଯୋଗ ଦେବେ । ଗତ ଦେଢ ବର୍ଷ ହେଲା…

ଗଂଜାମର ବିଭିନ୍ନ କୋଭିଡ ହସ୍ପିଟାଲରେ ଏଯାଏଁ ଜନ୍ମଗ୍ରହଣ କରିଛନ୍ତି ୫୭ ଶିଶୁ

ବ୍ରହ୍ମପୁର: ରାଜ୍ୟରେ ସବୁଠୁ ଅଧିକ କୋଭିଡ୍ ପଜିଟିଭ୍ ରୋଗୀ ଗଂଜାମ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ଯାହା ଏକ ଚିନ୍ତାର ବିଷୟ ହୋଇଥିବା ବେଳେ ଜିଲ୍ଲାର ବିଭିନ୍ନ କୋଭିଡ ହସ୍ପିଟାଲରେ ଜନ୍ମଗ୍ରହଣ କରିଛନ୍ତି ପ୍ରାୟ ୫୭ ଜଣ ଶିଶୁ । ଯାହା କୋଭିଡ ହସ୍ପିଟାଲରେ ଖୁସିର ବାତାବରଣ ତିଆରି କରିଛି ।…

ନକଲି ପୋଲିସ ମାଡାମ୍ କାଟୁଥିଲେ ଅସଲି ଚାଲାଣ !

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କୁ ଭାରି ପଡିଛି କରୋନା କାଳ । କିଏ ପେଟ ପୋଷିବା ପାଇଁ ଚୋର ପାଲଟିଲାଣି, ତ କିଏ ଆତ୍ମହତ୍ୟା ପନ୍ଥାକୁ ଆପଣେଇବାକୁ ବାଧ୍ୟ ହେଉଛନ୍ତି । ହେଲେ ଦିଲ୍ଲୀର ଜଣେ ମହିଳା ନିଜକୁ ଆସିଷ୍ଟାଣ୍ଟ ସବ୍‌-ଇନ୍ସପେକ୍ଟର କହି ଲୋକଙ୍କଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରି ଗିରଫ…

ଗଞ୍ଜାମରେ ହାରୁଛି କରୋନା, ୩ ସପ୍ତାହ ତଳେ ସ୍ଥିତି ଯାହା ଥିଲା ଏବେ ନାହିଁ

ଭୁବନେଶ୍ୱର: ରାଜ୍ୟରେ ଉପର ମୁହାଁ ରହିଛି କରୋନା । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି । ତେବେ ପୂର୍ବରୁ ସବୁଠୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ଗଂଜାମ ଜିଲ୍ଲାରେ ସ୍ଥିତି ସୁଧୁରିଛି । ଏଠାରେ ସ୍ଥିତି ବଦଳିଛି । ଏଠି ହାରୁଛି କରୋନା । ୩ ସପ୍ତାହ ତଳେ ସ୍ଥିତି ଯାହା ଥିଲା ଏବେ…

କରୋନା ରୋଗୀଙ୍କୁ ବୋହିଲେ ନେତା, ହେଲେ କେଉଁଠି?

କୋଲକାତା: କରୋନା ରୋଗୀଙ୍କୁ ବୋହିଲେ ନେତା । ସମସ୍ତଙ୍କୁ ପାଇଁ ସୃଷ୍ଟି କଲେ ଉଦାହାରଣ । କରେନା ମହାମାରୀ ବେଳେ ଜଣେ ରାଜନେତା ସାଜିଲେ ଡ୍ରାଇଭର । କରୋନା ରୋଗୀଙ୍କୁ ବାଇକ୍ ପଛପଟେ ବସାଇ ବୋହିନେଲେ ହସ୍ପିଟାଲ । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗରେ । ପଶ୍ଚିମବଙ୍ଗର ଜଣେ…

ପୁନର୍ଜୀବନ ପାଇଲା ସମ୍ବଲପୁରର ରାଣୀ ବଖରୀ, ହେଲେ ରାସ୍ତା ନିର୍ମାଣରେ ଅଟକିଛି କଣ୍ଟା

ସମ୍ବଲପୁର: ସମ୍ବଲପୁର ରାଜଶାସନ ମୂକ ସାକ୍ଷୀ ରାଣୀ ବଖରୀ ବା ରାଣୀ ମହଲ । ୧୬୬୦ ମସିହାରେ ରାଜା ବଳିଆରସିଂହ ନିଜ ରାଣୀଙ୍କ ପାଇଁ ତିଆରି କରିଥିଲେ ଏହି ମହଲ । ତିନି ମହଲା ବିଶିଷ୍ଟ ଏହି ମହଲରେ ରହିଛି ୧୬ଟି ବଖରା । ଦିନେ ରାଣୀ ଓ ତାଙ୍କ ସହଯୋଗୀମାନଙ୍କ କୋଳାହଳରେ ପୁରି ଉଠୁଥିବା ଏହି ମହଲ…