Latest Odisha News

BREAKING NEWS

Browsing Category

ଅପରାଧ

ଦନ୍ତା ମୃତ୍ୟୁ ଘଟଣାରେ ବାପପୁଅଙ୍କୁ ବାନ୍ଧିଲା ବନ ବିଭାଗ

ସୁବର୍ଣ୍ଣପୁର: ବିନିକା ବ୍ଲକ ମହଦା ଗାଁ ନିକଟ ଜଙ୍ଗଲରେ ଦନ୍ତା ହାତୀର ମୃତ୍ୟୁ ଘଟଣାରେ ବନ ବିଭାଗ ବାପପୁଅଙ୍କୁ ଗିରଫ କରିଛି । ଗିରଫ ୨ ଜଣ ହେଲେ ବୀରେନ୍ଦ୍ର ଶର୍ମା ଓ ଆଲାଉଦ୍ଦିନ ଶର୍ମା । ଉଭୟ ବାପପୁଅ ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିବା ବେଳେ ଦନ୍ତା ସେଥିରେ ପଡ଼ି ଯାଇଥିଲା ।…

ଚାର୍ଜସିଟ୍‌ ଦାଖଲରେ ପଛୁଆ ପୋଲିସ ! ବିଳମ୍ବିତ ହେଉଛି ଦଣ୍ଡ ବିଧାନ, ଅପରାଧିଙ୍କୁ ମିଳିଯାଉଛି ଜାମିନ

ରାଜ୍ୟରେ ଯେତିକି ଅପରାଧିକ ମାମଲା ରୁଜୁ ହେଉଛି ତାହାର ଅଧା ମାମଲାରେ ବି ଚାର୍ଜସିଟ୍‌ ଦାଖଲ ହୋଇପାରୁ ନାହିଁ । ଯାହାକି ଓଡ଼ିଶା ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି। ସୂଚନାଯୋଗ୍ୟ, ଚାର୍ଜସିଟ୍‌ ହେଉଛି ସିଆରପିସିର ଧାରା ୧୭୩ ଅନୁଯାୟୀ ମାମଲାର ତଦନ୍ତକାରୀ ପୋଲିସ୍ ଅଧିକାରୀଙ୍କ…

ପୂର୍ବତନ ସମିତି ସଭ୍ୟଙ୍କ ଘର ଉପରକୁ ଦୁର୍ବୃତ୍ତଙ୍କ ବୋମାମାଡ଼

କାମାକ୍ଷାନଗର: ଅଧରାତିରେ ବୋମାମାଡ଼ । ଢେଙ୍କାନାଳ ଜିଲ୍ଲା କୋଟଗରା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟଙ୍କ ଘର ଉପରକୁ ଶନିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ବୋମାମାଡ଼ କରିଛନ୍ତି । ଏନେଇ ପୋଲିସରେ ଏତଲା ଦେଇଛନ୍ତି ପୂର୍ବତନ ସମିତି ସଭ୍ୟ ଅଶ୍ୱିନୀ ପରିଡ଼ା । ଅଭିଯୋଗ ଅନୁସାରେ, ଶନିବାର…

ଢେଙ୍କାନାଳରେ ସେକ୍ସ ରାକେଟ ଠାବ ! ୨ ଯୁବତୀ ଉଦ୍ଧାର ଓ ଜଣେ ଗିରଫ

ଢେଙ୍କାନାଳ ସହରର କାଲଟାକ୍ସ ନିକଟରେ ଏକ ସେକ୍ସ ରାକେଟ୍‌ ଠାବ କରିଛି ପୋଲିସ। କାଲଟାକ୍ସ ନିକଟରେ ଥିବା ଏକ ଘରେ ଦେହ ବେପାର ଚାଲିଥିବା ଖବର ପାଇ ଢେଙ୍କାନାଳ ଟାଉନ ଥାନା ପୋଲିସ ଶନିବାର ରାତି ପ୍ରାୟ ୧୦ଟା ବେଳେ ଚଢ଼ାଉ କରିଥିଲା। ଚଢାଇ ସମୟରେ ୨ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ…

କୁକୁଡ଼ା ଚୋରିକୁ ନେଇ ଭଉଣୀ ଉପରକୁ ଏସିଡ୍ ଫିଙ୍ଗିଲା ଭଉଣୀ, ୪ ଗୁରୁତର

ବଲାଙ୍ଗିର: ଭଉଣୀ-ଭଉଣୀ ସମ୍ପର୍କ ମଧ୍ୟରେ ଫାଟ ସୃଷ୍ଟ କରିଛି କୁକୁଡ଼ା ଚୋରି । ସାମାନ୍ୟ କୁକୁଡ଼ା ପାଇଁ ଏସିଡ୍ ମାଡ଼ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । କୁକୁଡ଼ା କିଏ ନେଲା ? ତୁ ନେଇଛୁ କହି ଭଉଣୀର ପରିବାର ଉପରକୁ ଏସିଡ୍ ଫିଙ୍ଗିଛନ୍ତି ଭଉଣୀ ଓ ପୁତୁରା । ଏଭଳି ଅଭାବନୀୟ ଘଟଣା…

ସଙ୍ଗୀତ ପାଇଁ ହତ୍ୟା, ଓଡ଼ିଶା ପୋଲିସ ଡିଏସପିଙ୍କ ୨ ପୁଅ ସହ ଅନ୍ୟ ଜଣେ ଗିରଫ

ଭୁବନେଶ୍ୱର: ବେଙ୍ଗଳୁରୁରେ ସଙ୍ଗୀତ ପାଇଁ ହତ୍ୟା ମାମଲାରେ ଓଡ଼ିଶା ପୋଲିସରେ ଡିଏସପି ଥିବା କେଶବ କୁମାର ସାମନ୍ତରାୟଙ୍କ ଦୁଇ ପୁଅ ଓ ଅନ୍ୟ ଜଣଙ୍କୁ ଗିରଫ କରାଯାଇଛି । ୩ ଦିନ ତଳେ ବେଙ୍ଗଳୁରୁରେ ୫୪ ବର୍ଷୀୟ ଲୟଡ ନେହେମିଆଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ମାମଲାରେ ବେଙ୍ଗଳୁରୁ ପୋଲିସ…

ଭିଜିଲାନ୍ସ ଜାଲରେ ଖଣ୍ଡଗିରି ଥାନା ସବଇନ୍ସପେକ୍ଟର, ୫୦ ହଜାର ଟଙ୍କା ନେଉଥିଲେ ଲାଞ୍ଚ

ଭୁବନେଶ୍ୱର: ଖଣ୍ଡିଗିରି ଥାନା ସବଇନ୍ସପେକ୍ଟରଙ୍କ ସହ ଅନ୍ୟ ଜଣେ ଭଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ନାକା ଗେଟ୍ ନିକଟରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଖଣ୍ଡଗିରି ଥାନା ଏସ୍ଆଇ ସୁଶାନ୍ତ କୁମାର ସ୍ୱାଇଁଙ୍କ ସହ ଅନ୍ୟ ଜଣେ ବ୍ୟକ୍ତି ଚିରଞ୍ଜୀବଙ୍କୁ ଧରିଛି । କୌଣସି ଏକ ମାମଲାରେ…

କନ୍ଧମାଳରେ ସକ୍ରିୟ ଗଞ୍ଜାମର ଲୁଟେରା ଗ୍ୟାଙ୍ଗ, ୨ ମହିଳାଙ୍କ ସହ ୬ ଗିରଫ

ବାଲିଗୁଡ଼ା: ଲୁଟର ଦୁଇ ଦିନ ମଧ୍ୟରେ ପୋଲିସକୁ ସଫଳତା । ବନ୍ଧା ହେଲେ ଲୁଟେରା । ଗତ ୩ ତାରିଖରେ ଜନୈକ ବ୍ୟବସାୟୀଙ୍କ ଠାରୁ ଦିନ ଦ୍ୱିପ୍ରହରରେ ଫୁଲବାଣୀ ସହରରୁ ବ୍ଲାକ୍ ପଲସରରେ ଦୁଇ ଦୁର୍ବୃତ୍ତ ୧୭ ଲକ୍ଷ ୫୦ ହଜାର ଟଙ୍କା ଲୁଟ୍ କରିଥିଲେ । ଏହି ମାମଲାରେ ପୋଲିସ ୬ ଜଣ ଲୁଟେରାଙ୍କୁ ଗିରଫ…

କଥା କଟାକଟିକୁ ନେଇ ଗଣ୍ଡଗୋଳ, ୨୦ ଗିରଫ

ଜୟପୁର: କୋରାପୁଟ ସହରରେ ଥିବା ଟିକିରା ସାହି, ଇନ୍ଦିରା କଲୋନୀ ଓ ପରିଜା ସାହିପିଲା ମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ କଥା କଟାକଟି ପରେ ଗଣ୍ଡଗୋଳ ଘଟଣା । ୩ ସାହି ପକ୍ଷରୁ ହୋଇଥିବା ପୃଥକ ପୃଥକ ମାମଲାରେ ପୋଲିସ ୨୦ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ୫ ଜଣ ନାବାଳକ ଅଛନ୍ତି ।…

ତାଳଚେରର ବ୍ୟବସାୟୀଙ୍କ ଘରେ ଜିଏସଟି ରେଡ୍

ଅନୁଗୁଳ: ତାଳଚେରରେ ଜିଏସଟି ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି । କୁମୁଣ୍ଡାର ଜଣେ ଟାୟାର ବ୍ୟବସାୟୀଙ୍କ ଘରେ ଚଢାଉ କରିଛି କଟକ ଜିଏସଟି ଅନଫୋର୍ସମେଣ୍ଟ ଟିମ୍ । ମିଳିଥିବା ସୂଚନା ଅନୁସାରେ, କୁମୁଣ୍ଡା ଗାଁର ୨ ଜଣ ବ୍ୟବସାୟୀଙ୍କ ବିବି ଟ୍ରେଡର୍ସ ନାଁରେ ଏକ ସଂସ୍ଥା ରହିଛି । ବିବି ଟ୍ରେଡର୍ସ…