Latest Odisha News

BREAKING NEWS

ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ; ଥାନା ଘେରାଉ, ୫ ଗୁରୁତର

ବଲାଙ୍ଗୀର: ବଙ୍ଗୋମୁଣ୍ଡାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିବା ସୂଚନା ମିଳିଛି। ଶତାଧିକ ଆଦିବାସୀ ବଙ୍ଗୋମୁଣ୍ଡା ଥାନା ଘେରାଉ କରିଛନ୍ତି। ସୂଚନାନୁସାରେ, ବାଙ୍ଗୋମୁଣ୍ଡା ଗାଁର ଲୋକମାନେ ଦୁଇ ଦିନ ପୂର୍ବରୁ ଛତ୍ର ଯାତ୍ରାରେ ଭାଗ ନେଇଥିଲେ। ଏହି ଉତ୍ସବରେ ଆଦିବାସୀ ସମେତ ପଡୋଶୀ ଗାଁର ଗ୍ରାମବାସୀ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ଉତ୍ସବ ସମୟରେ କିଛି ଲୋକ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଦିବାସୀ ଗୋଷ୍ଠୀ ଉପରେ ଆକ୍ରମଣ କରିଥିଲେ।

ବଙ୍ଗୋମୁଣ୍ଡାର ଦଳିତ ଗୋଷ୍ଠୀର ଯୁବକ ମାନେ ଜମିଦାରପଡାକୁ ଆସି ବିଭିନ୍ନ ଭାଷାରେ ଗାଳି ଗୁଲଜ କରିବା ସହ ଆଦିବାସୀ ଗୋଷ୍ଠୀର ୫ ଜଣ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୫ ଆଦିବାସୀ ଗୁରୁତର ଆହତ ହୋଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏହା ପରେ ଆଦିବାସୀ ସମାଜର ସଦସ୍ୟମାନେ ବଙ୍ଗୋମୁଣ୍ଡା ଥାନାରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଯୋଗ କରିଥିଲେ।

ଦୁଇ ଦିନ ଧରି ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କୌଣସି ପଦକ୍ଷେପ ନେଇ ନଥିବାରୁ ଆଦିବାସୀମାନେ ମହିଳାଙ୍କ ସମେତ ଅନ୍ୟ ଗ୍ରାମବାସୀ ଏକ ଶୋଭାଯାତ୍ରାରେ ଯାଇ ମଙ୍ଗଳବାର ଥାନା ଘେରାଉ କରିଛନ୍ତି। ବଙ୍ଗୋମୁଣ୍ଡା ଥାନାରେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଛି।

Leave A Reply

Your email address will not be published.