Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରଚନା ବାନାର୍ଜୀଙ୍କ ବିବାଦୀୟ ମନ୍ତବ୍ୟ, ସରଗରମ ହେଲା ପଶ୍ଚିମବଙ୍ଗ ରାଜନୀତି

କୋଲକାତା: ଅଭିନେତ୍ରୀରୁ ରାଜନେତା ପାଲଟିଥିବା ରଚନା ବାନାର୍ଜୀଙ୍କୁ ହୁଗୁଳି ଲୋକସଭା ଆସନ ପାଇଁ ତୃଣମୂଳ କଂଗ୍ରେସ ପ୍ରାର୍ଥୀ କରିଛି। ଏବେ ସେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଯାହା ପଶ୍ଚିମବଙ୍ଗ ରାଜନୀତିକୁ ସରଗରମ କରିଛି। ଯେଉଁଥିପାଇଁ ସେ ସମାଲୋଚନାର ଶିକାର ହୋଇଛନ୍ତି। ନିକଟରେ ଏକ…

ଷଷ୍ଠ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

ନୂଆଦିଲ୍ଲୀ: ଷଷ୍ଠ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି। ରାଜସ୍ଥାନର ୨ ଓ ମଣିପୁରର ଗୋଟିଏ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି। ଏହି ତାଲିକାରେ ଇନ୍ଦୁ ଦେବୀ ଜାଟବଙ୍କୁ ରାଜସ୍ଥାନର କରୌଲି ଧୌଲପୁର ଆସନରୁ ଏବଂ ଦୋସାରୁ କହ୍ନେୟା ଲାଲ ମୀଣାଙ୍କୁ ପ୍ରାର୍ଥୀ…

କର୍ଣ୍ଣାଟକ ମନ୍ତ୍ରୀଙ୍କ ବିବାଦୀୟ ବୟାନ: ‘ମୋଦୀ ନାଁ ଜପୁଥିବା ଯୁବକ ମାନଙ୍କୁ ମାଡ଼ ମରାଯିବା ଦରକାର’

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ କର୍ଣ୍ଣାଟକ ମନ୍ତ୍ରୀଙ୍କ ବିବାଦୀୟ ବୟାନ। କର୍ଣ୍ଣାଟକ କୋପାଲ ଜିଲ୍ଲାରେ କଂଗ୍ରେସ ପକ୍ଷରୁ ଆୟୋଜିତ କର୍ମୀ ସମ୍ମିଳନୀରେ ମୋଦୀ ମୋଦୀ ନାରା ଦେଉଥିବା ଯୁବକ ମାନଙ୍କୁ ମାଡ଼ ମରାଯିବା ଦରକାର ବୋଲି କହି ବିବାଦରେ ମନ୍ତ୍ରୀ ଶିବରାଜ…

କୋଟାରେ ପୁଣି ଆଉ ଜଣେ ଛାତ୍ରଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଜୟପୁର: ରାଜସ୍ଥାନର କୋଟାରେ ପୁଣି ଏକ ଛାତ୍ର ଆତ୍ମହତ୍ୟା କରିଥିବା ମାମଲା ସାମ୍ନାକୁ ଆସିଛି । କୋଟା ସହରର ବିଜ୍ଞାନ ନଗର ଥାନା ଅଞ୍ଚଳରେ ଜଣେ କୋଚିଂ ନେଉଥିବା ଛାତ୍ର ଆଜି ଆତ୍ମହତ୍ୟା କରିଥିବା ସୂଚନା ରହିଛି । ଛାତ୍ର ଜଣକ ଏକ ଘରୋଇ କୋଚିଂ ସେଣ୍ଟରରେ ଡାକ୍ତରୀ ପ୍ରବେଶିକା ପରୀକ୍ଷା ପାଇଁ…

କେଜ୍ରିଓ୍ବାଲଙ୍କ ଗିରଫକୁ ବିରୋଧ କରି ଆପ୍ ର ବିକ୍ଷୋଭ, ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦାବି କଲା ବିଜେପି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ଇସ୍ତଫା ଦାବି କରି ନୂଆଦିଲ୍ଲୀରେ ବିଜେପିର ବିରୋଧ ପ୍ରଦର୍ଶନ । ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଦାବି କରିଛନ୍ତି ବିଜେପି କର୍ମୀମାନେ । ଏହାସହ ଜେଲ୍ ରୁ କାମ କରିବାକୁ ବିଜେପି…

ସରିଲା ରିମାଣ୍ଡ, ବିଚାର ବିଭାଗୀୟ ହାଜତକୁ ଗଲେ କେ. କବିତା

ନୂଆଦିଲ୍ଲୀ: ଶେଷ ହେଲା ରିମାଣ୍ଡ ଅବଧି । ଜେଲ୍‌ ଗଲେ ବିଆରଏସ ନେତ୍ରୀ କେ. କବିତା । ଦିଲ୍ଲୀର ଏକ କୋର୍ଟ ଭାରତ ରାଷ୍ଟ୍ର ସମିତି ନେତ୍ରୀ ତଥା ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ. କବିତାଙ୍କୁ ଏପ୍ରିଲ ୯ ତାରିଖ ଯାଏଁ ଜେଲ୍‌କୁ ପଠାଇ ଦେଇଛନ୍ତି । ଏପ୍ରିଲ ୧ ତାରି‌ଖରେ…

ଇଡି ହାଜତରୁ ଦ୍ୱିତୀୟ ନିର୍ଦ୍ଦେଶ ପଠାଇଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଏବେ ଜେଲରୁ ଚାଲୁଛି ଆପ୍ ସରକାର । ଇଡି ହାଜତରେ ରହି ଏବେ ସେଠାରୁ ସରକାର ଚଲାଇଛନ୍ତି ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ରବିବାର ପ୍ରଥମ ନିର୍ଦ୍ଦେଶ ଜାରି କରିଥିବା ବେଳେ ଆଜି ଆଉ ଏକ…

କଙ୍ଗନାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଫସିଲେ ସୁପ୍ରିୟା, କାର୍ଯ୍ୟାନୁଷ୍ଠାନ ଦାବି

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ମଣ୍ଡିରୁ ଭାଜପା ପ୍ରାର୍ଥୀ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଫସିଲେ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ । ଗତକାଲି ବିଜେପି କାର୍ଯ୍ୟାନୁଷ୍ଠାନ ଦାବି କରିଥିବା ବେଳେ ଆଜି ମହିଳା ଆୟୋଗ ତାଙ୍କ ବିରୋଧରେ…

ଅକାଳୀ ଦଳ ସହ ହେବନି ମେଣ୍ଟ, ପଞ୍ଜାବରେ ଏକାକୀ ଲଢିବ ବିଜେପି

ଚଣ୍ଡିଗଡ: ପଞ୍ଜାବରେ ବିଜେପି ଏବଂ ଅକାଳୀ ଦଳ (ଏସଏଡି) ମଧ୍ୟରେ ମେଣ୍ଟକୁ ନେଇ ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ବର୍ତ୍ତମାନ ରାଜ୍ୟରେ ଅକାଳୀ ଦଳ ଏବଂ ବିଜେପି ମଧ୍ୟରେ କୌଣସି ମେଣ୍ଟ ହେବ ନାହିଁ । ପଞ୍ଜାବରେ ଲୋକସଭା ନିର୍ବାଚନରେ ଏକାକୀ ଲଢିବ ବିଜେପି । ଏନେଇ ଆଜି ବିଜେପି ପକ୍ଷରୁ…

ତେଲେଙ୍ଗାନା ଫୋନ୍ ଟ୍ୟାପିଂ ବିବାଦ: ଗୁଇନ୍ଦା ବିଭାଗର ପୂର୍ବତନ ମୁଖ୍ୟ ନମ୍ବର ୧ ଅଭିଯୁକ୍ତ

ହାଇଦ୍ରାବାଦ: ଲୋକସଭା ନିର୍ବାଚନ ପୂର୍ବରୁ ତେଲେଙ୍ଗାନାରେ ଫୋନ ଟ୍ୟାପିଂ ବିବାଦ ଦେଖାଦେଇଛି । ରାଜ୍ୟ ଇଣ୍ଟେଲିଜେନ୍ସ ବ୍ୟୁରୋ ତଥା ଗୁଇନ୍ଦା ବିଭାଗର ପୂର୍ବତନ ମୁଖ୍ୟ ଟି ପ୍ରଭାକର ରାଓଙ୍କ ନାଁରେ ଫୋନ୍ ଟାପିଂ ନେଇ ସଙ୍ଗୀନ ଅଭିଯୋଗ ରହିଛି । ବିଆରଏସ୍ ସରକାର ସମୟରେ ରାଓଙ୍କ ନିର୍ଦ୍ଦେଶରେ…