Latest Odisha News

BREAKING NEWS

Browsing Category

ଫିଚର

ପ୍ରବଳ ବର୍ଷା ସମ୍ଭାବନା: ଆଗାମୀ ୫ ଦିନ ଲାଗି ଏହି ସବୁ ଜିଲ୍ଲାକୁ ରହିଛି ୟେଲ୍ଲୋ ୱାର୍ଣ୍ଣିଂ !

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି)ର ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟରେ ଆଗାମୀ ୫ ଦିନ ଲାଗି ସତର୍କ ସୂଚନା ପ୍ରଦାନ କରାଯାଇଛି । ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ଆଜି ଉତ୍ତର ଓଡ଼ିଶାର କେତେକ ସ୍ଥାନ ଏବଂ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା…

ଅନ୍‌ଲକ୍‌-୨ରେ ଅଧିକ ସତର୍କତା ଜରୁରୀ: ମୋଦୀ

ନୂଆଦିଲ୍ଲୀ: କରୋନା କଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କୁ ଷଷ୍ଠଥର ପାଇଁ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି, କରୋନା ବିଶ୍ଵ ମହାମାରୀ ସହ ଲଢି ଲଢି ଆମେ ଅନଲକ୍‌-୨ରେ ପ୍ରବେଶ କରିଛେ। ଅନଲକ୍‌-୧ ପରଠାରୁ ଆମ ଲୋକମାନେ ଅସତର୍କ ହେବା ଦେଖାଯାଇଛି। ଯେବେ ସତର୍କ ହେବା…

ନଭେମ୍ବର ଯାଏଁ ଗରିବଙ୍କୁ ମିଳିବ ମାଗଣା ରାସନ

ନୂଆଦିଲ୍ଲୀ: ଆସନ୍ତା ୫ ମାସ ଯାଏଁ ବଢ଼ିଲା ଗରିବଙ୍କୁ ରାସନ ଦେବା ଯୋଜନା । ଅର୍ଥାତ ଆସନ୍ତା ନଭେମ୍ବର ଯାଏଁ ଗରିବଙ୍କୁ ମିଳିବ ମାଗଣା ରାସନ । ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସମ୍ବୋଧିତ କରି କହିଛନ୍ତି । ସେ ଘୋଷଣା କରିଛନ୍ତିଯେ, ଗରିବ କଲ୍ୟାଣ ଯୋଜନାରେ ଆସନ୍ତା ୫ ମାସ…

ଗୋଷ୍ଠୀ ସଂକ୍ରମଣ ହେଲେ ସ୍ଥିତି ଭୟାନକ ହେବ, ସଟ୍‌ଡାଉନ୍ କର: ପିସିସି ସଭାପତି

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କୟା ବିସ୍ତାର କରିବାରେ ଲାଗିଛି କରୋନା । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କିଛି ଦିନ ତଳେ ଓଡ଼ିଶାରେ କରୋନା ପ୍ରବାସୀଙ୍କ ମଧ୍ୟରେ ସୀମିତ ଥିଲା । ଏବେ କିନ୍ତୁ ଏହା ଗୋଷ୍ଠୀ ସଂକ୍ରମଣ ଆଡକୁ ଗତି କରୁଛି । ଥରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ…

ବାହୁଡା ପାଇଁ ରାତି ୧୦ରୁ ପୁରୀରେ କର୍ଫ୍ୟୁ, କଟକଣା କଡାକଡି

ପୁରୀ: ଆସନ୍ତାକାଲି ବାହୁଡାଯାତ୍ରା । ଏଥିପାଇଁ ପୁରୀରେ ଆରମ୍ଭ ହୋଇଛି ଜୋରସୋର ପ୍ରସ୍ତୁତି । ଆଡପମଣ୍ଡପରେ ସନ୍ଧ୍ୟା ଦର୍ଶନ ନୀତି ଚାଲିଛି । କରୋନା କଟକଣା ଯୋଗୁଁ ବିନା ଭକ୍ତରେ ଏଥର ରଥଯାତ୍ରା ହେଉଛି । ସବୁ ସେବାୟତ ଓ ସୁରକ୍ଷା ଅଧିକାରୀଙ୍କ କରୋନା ଟେଷ୍ଟ କରାଯାଇଛି । ବାହୁଡା ଯାତ୍ରା…

ଭୁବନେଶ୍ୱରରେ ଆଉ ୬ ପଜିଟିଭ, ୧୧ ସୁସ୍ଥ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ଆଉ ୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମ୍ପୃକ୍ତ ସଂକ୍ରମିତଙ୍କ ମଧ୍ୟରେ ହୋମ୍ କ୍ୱାରେଂଟିନ୍‌ର ଜଣେ ଥିବାବେଳେ ୫ ଜଣ ଲୋକାଲ କଣ୍ଟାକ୍ଟ କେସ୍ ରହିଛି । ଏନେଇ ଭୁବନେଶ୍ୱର ମହାନଗର ନିଗମ ଟ୍ୱିଟ କରି ସୂଚନା ଦେଇଛି । ଜଣେ ୫୬ ବର୍ଷୀୟ ରେଲୱେ କର୍ମଚାରୀ…

୧୯୬୨ ଚୀନ-ଭାରତ ଯୁଦ୍ଧ ଓ ଗୋଦାବରୀଶ ମହାପାତ୍ରଙ୍କ ‘ନିଆଁଖୁଣ୍ଟା’

ପ୍ରତି ମଙ୍ଗଳବାର କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ଆଜି ଭାରତର ଉତ୍ତରାକାଶେ ଚୀନା ରାହୁ ଚୀନା ଡ୍ରାଗନ ଦିଶେ କୁଆରେ, ପଶୁବଳରେ ମାତି ସର୍ବହରା ନାମେ ତେକେ କେ ଛତି!! ପତ୍ରିକାର ନାମ 'ନିଆଁଖୁଣ୍ଟା'। ନଭେମ୍ବର-୧୯୬୨ ସଂଖ୍ୟାରେ ପତ୍ରିକାର ସମ୍ପାଦକ ଗୋଦାବରୀଶ ମହାପାତ୍ର…

ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ: ବିଜେପି

ଭୁବନେଶ୍ୱର: ରାଜ୍ୟରେ ଆଇନ ଶୃଙ୍ଖଳାକୁ ନେଇ ସରକାରଙ୍କୁ ଘେରିଛି ରାଜ୍ୟ ବିଜେପି । ସାମ୍ବାଦିକ ସମ୍ମିଳନୀ କରି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି ଯେ, ମହିଳା ନିର୍ଯାତନା କ୍ଷେତ୍ରରେ ରାଜ୍ୟର ସ୍ଥିତି ସଙ୍ଗୀନ । ରକ୍ଷକ ଏବେ ଭକ୍ଷକ ସାଜିଛି । ମାଲକାନଗିରିରେ…

ତିନି ଦିନ ଭିତରେ ସରିବ ଶ୍ରୀମନ୍ଦିର ଗର୍ଭଗୃହ ମରାମତି କାମ

ଭୁବନେଶ୍ୱର: ଶ୍ରୀଜିଉ ମାନେ ୯ ଦିନିଆ ରଥଯାତ୍ରାରେ ଅଛନ୍ତି । ରତ୍ନବେଦୀ ଛାଡି ଜନ୍ମବେଦୀରେ ଚାଲିଛି ମହାପ୍ରଭୁଙ୍କ ଲୀଳାଖେଳା । ଏହାରିଭିତରେ ଶ୍ରୀମନ୍ଦିର ଭିତରେ ଚାଲିଛି ମରାମତି କାମ । ପୂର୍ତ୍ତ ବିଭାଗ ଓ ଏଏସଆଇର ମିଳିତ ଟିମ୍ ଶ୍ରୀମନ୍ଦିର ଗର୍ଭଗୃହର ଯାଂଚ ପରେ ମରାମତି କାମ କରୁଛନ୍ତି ।…

ଚୀନରେ ନୂତନ ପ୍ରକାର ସ୍ୱାଇନ ଫ୍ଲୁ ଭୂତାଣୁ ଚିହ୍ନଟ: ଗବେଷକଙ୍କ ଆଶଙ୍କା ମହାମାରୀ ସୃଷ୍ଟି କରାଇପାରେ

ବେଜିଂ:ଚୀନ ବିଶ୍ୱକୁ ନୂଆ ନୂଆ ରୋଗ ଦେବାରେ ବୋଧହୁଏ ରେକର୍ଡ କରିବ । ରିପୋର୍ଟ ମୁତାବକ କରୋନା ଭାଇରସ ପରେ ଏଠାରେ ଜି-୪ ନାମକ ଭୂତାଣୁ ଚିହ୍ନଟ କରାଯାଇଛି । ଗବେଷକଙ୍କ ଆଶଙ୍କା ଏହି ଭୂତାଣୁ ମହାମାରୀ ସୃଷ୍ଟି କରାଇପାରେ । ୨୦୦୯ରେ ମହାମାରୀ ସାଜିଥିବା ଏଚ୧ଏନ୧ ସ୍ୱାଇନ ଫ୍ଲୁର ଏହା ଆନୁବଂଶିକ…