Latest Odisha News

BREAKING NEWS

Browsing Category

ଫିଚର

ଚନ୍ଦ୍ରବାବୁ ନାଇଡୁଙ୍କୁ ଆଶ୍ୱସ୍ତି, ସେପ୍ଟେମ୍ବର ୧୮ ପର୍ଯ୍ୟନ୍ତ ହାଜତରେ ବନ୍ଦ ନକରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଅମରାବତୀ: ଟିଡିପି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ହାଇକୋର୍ଟରେ ଆଶ୍ୱସ୍ତି। ଆସନ୍ତା ସୋମବାର ପର୍ଯ୍ୟନ୍ତ ହାଜତ ଉପରେ ରୋକ ଲଗାଇଛନ୍ତି ଆନ୍ଧ୍ରପ୍ରଦେଶ ହାଇକୋର୍ଟ। କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ (ସିଆଇଡି) କୁ ଚନ୍ଦ୍ରବାବୁ ନାଇଡୁଙ୍କୁ…

ରାମ ମନ୍ଦିର ଖନନ ବେଳେ ବାହାରିଲା ପୁରୁଣା ମନ୍ଦିରର ଅବଶେଷାଂଶ

ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାମ ଜୋରସୋରରେ ଚାଲିଛି । ଇତି ମଧ୍ୟରେ ମନ୍ଦିର ପରିସର ଖୋଳିବା ସମୟରେ ମିଳିଛି ପୁରୁଣା ମନ୍ଦିରର ଅବଶେଷାଂଶ । ଏହି ଅବଶେଷାଂଶକୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏଥିରେ ରହିଛି ବଡବଡ ସ୍ତମ୍ଭ ଏବଂ ମୂର୍ତ୍ତି ।  ରାମ ଜନ୍ମଭୂମି…

ଦିନିକିଆ କ୍ରିକେଟରେ ବାମହାତୀ ସ୍ପିନର ଭାବେ ଦ୍ରୁତ ୧୫୦ ୱିକେଟ ନେବାରେ ରେକର୍ଡ କଲେ କୂଲଦୀପ

ନୂଆଦିଲ୍ଲୀ: ଚଳିତ ଏସିଆ କପ କ୍ରିକେଟରେ ଭାରତ ଲୋ ସ୍କୋରିଂ ମୁକାବିଲାରେ ଶ୍ରୀଲଙ୍କାକୁ ପରାସ୍ତ କରିଛି । ଏଥିରେ ବାମହାତୀ ସ୍ପିନର କୂଲଦୀପ ଯାଦବ ପ୍ରଶଂସନୀୟ ପ୍ରଦର୍ଶନ କରିଥିଲେ । ସେ ୯.୩ ଓଭରରେ ୪୩ ରନ ଦେଇ ୪ଟି ୱିକେଟ ଅକ୍ତିଆର କରିଥିଲେ । ଏଥିସହ ସେ ବାମହାତୀ ସ୍ପିନର ଭାବେ ସବୁଠାରୁ କମ…

କୋଟାରେ ଥମୁନି ଆତ୍ମହତ୍ୟା: ପୁଣି ଫ୍ୟାନରେ ଝୁଲି ଜୀବନ ହାରିଲେ ନିଟ ଆଶାୟୀ ଛାତ୍ରୀ

କୋଟା: କୋଟାରୁ ପୁଣି ଏକ ଦୁଃଖଦ ଖବର ।   କୋଟାରେ ପୁଣି ଗଲା ମେଧାବୀ ଛାତ୍ରୀଙ୍କ ଜୀବନ । ଏଠାରେ କୋଚିଂ ନେଉଥିବା ଜଣେ ଛାତ୍ରୀଙ୍କ ମୃତଦେହ ଗର୍ଲସ ହଷ୍ଟେଲରୁ ଜବତ ହୋଇଛି ।  ମିଳିଥିବା ସୂଚନା ଅନୁସାରେ, ୧୬ ବର୍ଷର ଏହି ଛାତ୍ରୀ ଜଣକ ୫ ମାସ ତଳେ ଝାରଖଣ୍ଡରୁ ଆସିଥିଲେ । ସେ ଏଠାରେ ନିଟ…

ଆରପାରିରେ ବଲିଉଡର ହାସ୍ୟାଭିନେତା ବୀରବଲ ଖୋସଲା

ମୁମ୍ବାଇ: ସିନେ ଜଗତ ପାଇଁ ଦୁଃଖଦ ଖବର । ୫୦୦ରୁ ଅଧିକ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କୁ ହସାଇ ହସାଇ ବେଦମ କରୁଥିବା ହାସ୍ୟାଭିନେତା ବୀରବଲ ଖୋସଲା ଆଉ ନାହାନ୍ତି । ୮୪ ବର୍ଷ ବୟସ୍କ ବୀରବଲ କିଛି ଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ଆକ୍ରାନ୍ତ ଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ…

ରାଜ୍ୟ ସରକାରଙ୍କ ନିଷ୍ପତ୍ତି: ଚଳିତ ବର୍ଷ ମଧ୍ୟ ହେବନି ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ଵର: ପୂର୍ବ ବର୍ଷଗୁଡ଼ିକ ଭଳି ଏଥର ବି ହେବନି ଛାତ୍ର ସଂସଦ ନିର୍ବାଚନ । ଚଳିତବର୍ଷ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଲଗାତାର ଭାବରେ ଗତ ୬ ବର୍ଷ ହେବ ରାଜ୍ୟର ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟରେ…

ଆଜି ଇଣ୍ଡିଆ ମେଣ୍ଟର ବୈଠକ, ଆସନ ବୁଝାମଣା ଓ ନିର୍ବାଚନୀ ମୁଦ୍ଦା ବାବଦରେ ହେବ ଆଲୋଚନା

ନୂଆଦିଲ୍ଲୀ: ଦିଲ୍ଲୀ ଓ ପଞ୍ଜାବରେ ଆପ୍ ଓ କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ଆପ୍ ସାଂସଦ ରାଘବ ଚଢା ମଙ୍ଗଳବାର କହିଛନ୍ତି ଯେ ବୁଧବାର ୧୪ ଜଣିଆ ସମନ୍ୱୟ କମିଟିର ପ୍ରଥମ ବୈଠକରେ ଏ ନେଇ ଆଲୋଚନା ହେବାର ସମ୍ଭାବନା ରହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି…

ଶ୍ରୀଲଙ୍କାକୁ ହରାଇ ଏସିଆ କପ ଫାଇନାଲରେ ଭାରତ, କମାଲ କଲେ କୁଲଦୀପ

କଲୋମ୍ବୋ: ଭାରତୀୟ ଦଳ ଏସିଆ କପ୍ ୨୦୨୩ ର ସୁପର ୪ର ଦ୍ୱିତୀୟ ମ୍ୟାଚରେ ଶ୍ରୀଲଙ୍କାକୁ ୪୧ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ମଧ୍ୟ ଫାଇନାଲରେ ପ୍ରବେଶ କରିଛି। ଏହି ଟୁର୍ଣ୍ଣାମେଣ୍ଟର ଅନ୍ତିମ ମ୍ୟାଚ୍ ୧୭ ସେପ୍ଟେମ୍ବରରେ ଖେଳାଯିବ। ସେପ୍ଟେମ୍ବର ୧୪ରେ ପାକିସ୍ତାନ ଏବଂ…

ଭଦ୍ରକ ଧାମରା ବନ୍ଦରକୁ ନୂତନ ରେଳ ଲାଇନର ଫାଇନାଲ ଲୋକେସନ ସର୍ଭେକୁ ମଞ୍ଜୁରୀ

ଭୁବନେଶ୍ୱର: ଯାଜପୁର ଟାଉନ ଓ ଆରଡ଼ି ମାର୍ଗ ଦେଇ ଯାଜପୁର ଶିଳ୍ପାଞ୍ଚଳର ପ୍ରବେଶ ଦ୍ୱାର ଯାଜପୁର-କେନ୍ଦୁଝର ରୋଡ ଏବଂ ଭଦ୍ରକ ଜିଲ୍ଲାର ଧାମରା ବନ୍ଦର ମଧ୍ୟରେ ୯୬ କି.ମି ଦୈର୍ଘ୍ୟ ପ୍ରସ୍ତାବିତ ନୂତନ ରେଳ ଲାଇନର ଫାଇନାଲ ଲୋକେସନ ସର୍ଭେ (FLS) କୁ ରେଳ ମନ୍ତ୍ରଣାଳୟ ମଞ୍ଜୁର ଦେଇଛି। ସର୍ଭେ…

ଗୋଟିଏ ଦିନରେ ୨୯୫ ଜଣ ଓଏଏସ୍ ଅଧିକାରୀଙ୍କୁ ବଦଳି କଲେ ସରକାର

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କେନ୍ଦ୍ରୀୟ ନିର୍ବାଚନ କମିଶନ ମଧ୍ୟ ଆସିଛନ୍ତି ଓଡ଼ିଶା। ଏହି ସମୟରେ ସରକାର ଏକ ଦୃଢ ପଦକ୍ଷେପ ନେଇ ୨୯୫ ଜଣ ଓଏଏସ୍ ଅଧିକାରୀଙ୍କୁ ସେମାନଙ୍କ ବର୍ତ୍ତମାନର ପଦବୀରୁ ବଦଳି କରି ନୂଆ ପଦବୀରେ ଅବସ୍ଥାପିତ କରିଛନ୍ତି।…