Latest Odisha News

BREAKING NEWS

Browsing Category

ଖେଳ

ଅନୀଲଙ୍କ ଚମତ୍କାର ପ୍ରଦର୍ଶନ, ସର୍ଭିସେସ ସମ୍ମୁଖରେ ୩୭୬ ରନର ଟାର୍ଗେଟ

କଟକ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶା ୩୭୬ ରନର ଟାର୍ଗେଟ ସର୍ଭିସେସ ସମ୍ମୁଖରେ ରଖିଛି । ଜବାବରେ ତୃତୀୟ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ସର୍ଭିସେସ କୌଣସି ୱିକେଟ ନ ହରାଇ ୪୬ ରନ ସଂଗ୍ରହ କରିନେଇଛି । ଅନ୍ତିମ ଦିବସରେ ବିଜୟ ପାଇଁ ଦଳ ୩୩୦ ରନ ଆବଶ୍ୟକ କରୁଛି । ପଦାର୍ପଣ ମ୍ୟାଚରେ ଅନୀଲ…

ହକି ଇଣ୍ଡିଆ ଲିଗ୍: ଆଜି ଟାଇଗର୍ସ- ତୁଫାନ୍ସ ଫାଇନାଲ ଫାଇଟ୍

ରାଉରକେଲା: ଆଜି ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ପୁରୁଷ ହକି ଇଣ୍ଡିଆ ଲିଗ ଷଷ୍ଠ ସଂସ୍କରଣ ୨୦୨୪-୨୫ର ଫାଇନାଲ ଲଢେଇ । ଶ୍ରାଚୀ ରା'ବେଙ୍ଗଲ ଟାଇଗର୍ସ ଓ ହାଇଦ୍ରାବାଦ ତୁଫାନ୍ସ ମଧ୍ୟରେ ଫାଇନାଲ ମୁକାବିଲା ରାତି ୮ଟା୧୫ ମିନିଟରେ ଖେଳାଯିବ । ଏହି ମ୍ୟାଚ ପୂର୍ବରୁ ଅପରାହ୍ନ ୫ଟା୪୫ରେ ୩ୟ…

ଜାତୀୟ କ୍ରୀଡା: ରୀମା ଭୋଇ, ମହିଳା ରଗବୀ ଟିମ ଓଡିଶା ପାଇଁ ଜିତିଲେ ସ୍ୱର୍ଣ୍ଣ

ଭୁବନେଶ୍ୱର: ଉତରାଖଣ୍ଡରେ ଚାଲିଥିବା ଜାତୀୟ କ୍ରୀଡାରେ ଶୁକ୍ରବାର ଓଡିଶାର ମହିଳା ରଗବୀ ଟିମ ଓ ୱେଟଲିଫ୍ଟର ରୀମା ଗୋଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ମହିଳା ରଗବୀ ଫାଇନାଲରେ ଓଡିଶା ୨୯-୫ରେ ବିହାରକୁ ପରାସ୍ତ କରି ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା । ପୂର୍ବରୁ ସେମିଫାଇନାଲରେ ଓଡିଶା ୩୧-୫ରେ…

ଭାରତୀୟ ଖେଳାଳିଙ୍କ ପ୍ରତି ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ନ କରିବାକୁ କହିଲେ ପାକିସ୍ତାନର ଏହି କୋଚ

କରାଚୀ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଆରମ୍ଭ ହେବା ପୂର୍ବରୁ ପାକିସ୍ତାନର ପୂର୍ବତନ ଅଧିନାୟକ ଓ କୋଚ ମୋଇନ ଖାଁ ଏକ ବିବାଦୀୟ ବୟାନ ଦେଇଛନ୍ତି । ସେ ଏକ ସାକ୍ଷାତକାରରେ କହିଛନ୍ତି ଆମ ଖେଳାଳିମାନେ ଭାରତୀୟଙ୍କ ପ୍ରତି ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର କରିବା ଉଚିତ ନୁହେଁ । ବିପକ୍ଷ…

ରଣଜୀ ଟ୍ରଫି: ରାଜେଶଙ୍କୁ ୫ ୱିକେଟ, ଆଶୀର୍ବାଦଙ୍କ ଅର୍ଦ୍ଧଶତକ

କଟକ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଆଶୀର୍ବାଦ ସ୍ୱାଇଁଙ୍କ ଅର୍ଦ୍ଧଶତକ ବଳରେ ଓଡିଶା ୧୪୭ ରନର ଅଗ୍ରଣୀ ସର୍ଭିସେସ ବିପକ୍ଷରେ ହାସଲ କରିନେଇଛି । ପ୍ରଥମ ଇନିଂସରେ ଓଡିଶା ୧୮୦ ରନରେ ଅଲଆଉଟ ହେବା ପରେ ସର୍ଭିସେସ ୧୯୯ ରନ କରି ୧୯ ରନର ଅଗ୍ରଣୀ ହାସଲ କରିଥିଲା ।…

ଟେଷ୍ଟ କ୍ରିକେଟରେ ସର୍ବାଧିକ ଥର ୬୦୦ରୁ ଊର୍ଦ୍ଧ୍ୱ ସ୍କୋର କଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ କ୍ରିକେଟ ଟିମ ଟେଷ୍ଟ କ୍ରିକେଟରେ ନିଜ ନାମରେ ଏକ ବଡ କୀର୍ତିମାନ ସ୍ଥାପନ କରିଛି । ଟେଷ୍ଟରେ ସର୍ବାଧିକ ଥର ୬୦୦ରୁ ଊର୍ଦ୍ଧ୍ୱ ସ୍କୋର କରିବାରେ ଅଷ୍ଟ୍ରେଲିଆ ପ୍ରଥମ ସ୍ଥାନରେ ରହିଛି । ଓଭରାଲ ୩୫ ଥର ଅଷ୍ଟ୍ରେଲିଆ ଟିମ ଏହି ସଫଳତା ହାସଲ କରିଛି । ଶ୍ରୀଲଙ୍କା ବିପକ୍ଷ…

ସଚିନ ତେନ୍ଦୁଲକରଙ୍କୁ ମିଳିବ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ

ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାରରେ ସମ୍ମାନିତ କରାଯିବ। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନିଜର ବାର୍ଷିକ ସମାରୋହରେ ଏହି ଆୱାର୍ଡ ପ୍ରଦାନ କରିବ। ତେବେ ସଚିନ ଅନ୍ତର୍ଜାତୀୟ…

ମ୍ୟାଚ ପୂର୍ବରୁ ବାରବାଟୀ ଷ୍ଟାଡିୟମରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

କଟକ: ବାରବାଟୀ ଷ୍ଟାଡିୟମରେ ଆଗାମୀ ଫେବୃଆରୀ ୯ ତାରିଖ ରେ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମ୍ୟାଚ୍ ପାଇଁ ପ୍ରସ୍ତୁତ ଥିମ୍ ସଙ୍ଗ ଉନ୍ମୋଚନ କରିବା ପରେ ଷ୍ଟାଡିୟମର ପ୍ରସ୍ତୁତି ଅନୁଧ୍ୟାନ କରୁଛନ୍ତି। ସୂଚନା ଅନୁଯାୟୀ,…

ହକି ଇଣ୍ଡିଆ ଲିଗ୍: ଆଜି ସେମିଫାଇନାଲ ଫାଇଟ୍; ବେଙ୍ଗଲ ବନାମ ଡ୍ରାଗନ୍ସ, ସୁରୁମା ବନାମ ତୁଫାନ୍ସ

ରାଉରକେଲା: ଆଜି ପୁରୁଷ ହକି ଇଣ୍ଡିଆ ଲିଗର ସେମିଫାଇନାଲ ମୁକାବିଲା । ପ୍ରଥମ ସେମିଫାଇନାଲ ମ୍ୟାଚରେ ବେଙ୍ଗଲ ଟାଇଗର୍ସକୁ ଭେଟିବ ଅମିତ ରୋହିଦାସଙ୍କ ଦଳ ତାମିଲନାଡ଼ୁ ଡ୍ରାଗନ୍ସ । ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ସନ୍ଧ୍ୟା ୬ଟା ବେଳେ ଖେଳାଯିବ ପ୍ରଥମ ମ୍ୟାଚ ଓ ଦ୍ବିତୀୟ ସେମିଫାଇନାଲ…

ରଣଜୀରେ ବି ନିରାଶ କଲେ କୋହଲି

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ପାଇଁ ଅଫ ସାଇଡ ବଲ ଦୁଃସ୍ୱପ୍ନ ସାଜିବାରେ ଲାଗିଛି । କ୍ରମାଗତ ଖରାପ ପ୍ରଦର୍ଶନ ପରେ ସେ ରଣଜୀ ଟ୍ରଫି ଖେଳି ଫର୍ମରେ ଉନ୍ନତି ଆଣିବା ପାଇଁ ଚେଷ୍ଟା କରିଥିଲେ । ତେବେ ଏଥିରେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡିଛି । ଦିଲ୍ଲୀ ପକ୍ଷରୁ…