Latest Odisha News

BREAKING NEWS

Browsing Category

ଖେଳ

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜରେ ମ୍ୟାନେଜର ହେବେ ଓଡିଶାର ଶିବବ୍ରତ

ଭୁବନେଶ୍ୱର: ଓଡିଶା କ୍ରିକେଟ ଆସୋସିଏଶନ ସଦସ୍ୟ ଶିବବ୍ରତ ମଲ୍ଲିକଙ୍କୁ ଆଗାମୀ ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ କ୍ରିକେଟ ସିରିଜ ପାଇଁ ମ୍ୟାନେଜର ଭାବେ ନିଯୁକ୍ତ କରାଯାଇଛି । ଏହି ୩ଟି ମ୍ୟାଚ ଜାନୁୟାରୀ ୧୮, ୨୧ ଓ ୨୪ରେ ଯଥାକ୍ରମେ ହାଇଦ୍ରାବାଦ, ରାୟପୁର ଓ ଇନ୍ଦୋରରେ ଖେଳାଯିବ । ମଙ୍ଗଳା କ୍ଲବର…

ହକି ବିଶ୍ୱକପ: ନେଦରଲାଣ୍ଡସର କ୍ରମାଗତ ଦ୍ୱିତୀୟ ବିଜୟ, ଚିଲିକୁ ହରାଇଲା ମାଲେସିଆ

ରାଉରକେଲା: ହକି ବିଶ୍ୱକପର ସୋମବାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯାଇଥିବା ୨ଟି ମ୍ୟାଚରେ ନେଦରଲାଣ୍ଡସ ଓ ମାଲେସିଆ ସେମାନଙ୍କ ମୁକାବିଲାକୁ ଜିତି ନେଇଛନ୍ତି । ପ୍ରଥମ ମ୍ୟାଚରେ ଚିଲି ଓ ମାଲେସିଆ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଥିଲା । ମାଲେସିଆ ୩-୨ ଗୋଲରେ ଚିଲିକୁ ପରାସ୍ତ…

୧୭ ବର୍ଷରୁ କମ ମହିଳା ଫୁଟବଲ: ଶ୍ରଦ୍ଧାଞ୍ଜଳୀଙ୍କୁ ଭାରତୀୟ କୋଚ ଦାୟିତ୍ୱ

ଭୁବନେଶ୍ୱର: ୧୭ ବର୍ଷରୁ କମ ମହିଳା ସାଫ(ସାଉଥ ଏସିଆନ ଫୁଟବଲ ଫେଡେରେଶନ) ଚାମ୍ପିୟନଶିପ ପାଇଁ ଓଡିଶାର ପୂର୍ବତନ ମହାନ ଫୁଟବଲ ଖେଳାଳି ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କୁ ମିଳିଛି ଗୁରୁ ଦାୟିତ୍ୱ । ଏହି ଚାମ୍ପିୟନଶିପ ପାଇଁ ସେ ଜାତୀୟ ମହିଳା ଦଳର କୋଚ ଦାୟିତ୍ୱ ତୁଲାଇବେ । ପୂର୍ବରୁ ସେ ରାଜ୍ୟ…

ହକି ବିଶ୍ୱକପ: ଭାରତ ୦, ଇଂଲଣ୍ଡ ୦

ରାଉରକେଲା: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ବିଶ୍ୱକପ ହକିର ଏକ ରୋମାଂଚକ ମୁକାବିଲା ଗୋଲ ଶୂନ୍ୟ ଭାବେ ଶେଷ ହୋଇଛି । ଷ୍ଟାଡିୟମରେ ୨୧୦୦୦ରୁ ଊର୍ଦ୍ଧ୍ୱ ଦର୍ଶକ ଏହି ରୋମାଂଚକର ମ୍ୟାଚକୁ ଭରପୂର ଉପଭୋଗ କରିଥିଲେ । ପ୍ରଥମାର୍ଦ୍ଧରେ ଇଂଲଣ୍ଡ ଏବଂ…

ଦିନିକିଆ କ୍ରିକେଟରେ ଭାରତର ବଡ଼ ବିଜୟ, ୩୧୭ ରନରେ ହାରିଲା ଶ୍ରୀଲଙ୍କା

ଥିରୁଅନନ୍ତପୁରମ: ଶ୍ରୀଲଙ୍କା ବିପକ୍ଷ ୩ ଟିକିଆ ଦିନିକିଆ ସିରିଜକୁ ଭାରତ ୩-୦ରେ ଜିତି ନେଇଛି । ଏଥିସହ ଦିନିକିଆ କ୍ରିକେଟ୍ ଇତିହାସରେ ଭାରତ ସବୁଠୁ ବଡ଼଼ ବିଜୟ ହାସଲ କରିଛି । ୩୧୭ ରନରେ ତୃତୀୟ ଦିନିକିଆ ଜିତିଛି ଭାରତ । ବିରାଟ କୋହଲି ଅପରାଜିତ ୧୬୬ ରନର ପାଳି ଖେଳିଥିଲେ । ପ୍ରଥମେ…

ୟୁଏଇ ଫୁଟବଲ ଲିଗ: ମେସିଙ୍କୁ ୨୪୪୦ କୋଟି ଟଙ୍କାରେ ନେଇପାରେ ଅଲ ହିଲାଲ

ରିୟାଦ: କ୍ରିଷ୍ଟିଆନ ରୋନାଲ୍ଡୋ ସାଉଦି ଆରବ କ୍ଲବ ସହିତ ଜଡିତ ହେବା ପରେ ଏବେ ସମସ୍ତଙ୍କ ନଜର ଆର୍ଜେଂଟିନା ଷ୍ଟାର ଲିଓନେଲ ମେସିଙ୍କ ଉପରେ ରହିଛି । ରିପୋର୍ଟ ମୁତାବକ ଅଲ ହିଲାଲ କ୍ଲବ ମେସିଙ୍କୁ ନେବା ପାଇଁ ଉଦ୍ୟମ ଆରମ୍ଭ କରିଛି । ଏପରିକି ବାର୍ଷିକ ୨୪୪୦ କୋଟି ଟଙ୍କା ଦେବା ପାଇଁ କ୍ଲବ…

ହକି ବିଶ୍ୱକପ: ୱେଲ୍ସକୁ ହରାଇ ଖାତା ଖୋଲିଲା ସ୍ପେନ

ରାଉରକେଲା: ଓଡିଶାରେ ଚାଲିଥିବା ବିଶ୍ୱକପ ହକିରେ ରବିବାର ଅନୁଷ୍ଠିତ ପ୍ରଥମ ମୁକାବିଲାରେ ସ୍ପେନ ୫-୧ ଗୋଲରେ ୱେଲ୍ସକୁ ପରାସ୍ତ କରିଛି । ଏଥିସହ ଚଳିତ ବିଶ୍ୱକପରେ ସ୍ପେନ ବିଜୟ ଖାତା ଖୋଲିଛି । ପୂର୍ବରୁ ସ୍ପେନ ୦-୨ ଗୋଲରେ ଭାରତ ନିକଟରୁ ପରାଜିତ ହୋଇଥିଲା । ପ୍ରଥମ କ୍ୱାର୍ଟରରେ ଉଭୟ ଟିମ…

ସଚିନଙ୍କୁ ପଛରେ ପକାଇଲେ କୋହଲି, ଶ୍ରୀଲଙ୍କା ସମ୍ମୁଖରେ ୩୯୧ ରନର ଟାର୍ଗେଟ

ଥିରୁୱନ୍ତପୁରମ: ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ବିରାଟ କୋହଲି ଓ ଶୁଭମନ ଗିଲ(୧୧୬)ଙ୍କ ଆକର୍ଷଣୀୟ ଶତକ ବଳରେ ଭାରତ ୩୯୧ ରନର ବିଜୟ ଲକ୍ଷ୍ୟ ଶ୍ରୀଲଙ୍କା ସମ୍ମୁଖରେ ରଖିଛି । କୋହଲି ୧୧୦ ବଲର ସମ୍ମୁଖୀନ ହୋଇ ୧୪ ଚୌକା ଓ ୨ ଛକା ବଳରେ ୧୬୬ ରନ କରି ଅପରାଜିତ ରହିଥିଲେ । ଏହା ତାଙ୍କ…

ହକି ବିଶ୍ୱକପ: ଏଥର ଟିମ ଇଣ୍ଡିଆର ଟାର୍ଗେଟ ଇଂଲଣ୍ଡ

ରାଉରକେଲା: ଓଡିଶାରେ ଚାଲିଥିବା ହକି ବିଶ୍ୱକପରେ ଭାରତ ଏବଂ ଇଂଲଣ୍ଡ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆମ୍ନା ସାମ୍ନି ହେବେ । ଗ୍ରୁପ ଡିର ଏହି ୨ଟି ଟିମ ସେମାନଙ୍କ ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଛନ୍ତି । ଏହି ମ୍ୟାଚରେ ବିଜୟୀ ହୋଇ ଟେବୁଲ ଟପର ହେବା ପାଇଁ ଉଭୟ ଟିମ ଉଦ୍ୟମ କରିବେ । ୱେଲ୍ସକୁ…

ରଣଜୀ ଟ୍ରଫି: ୟୁପି ବିପକ୍ଷ ମ୍ୟାଚରୁ ବାଦ ପଡିଲେ ଅଂଶୁମାନ

ଭୁବନେଶ୍ୱର: ଚଳିତ ରଣଜୀ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟର ଉତରପ୍ରଦେଶ ବିପକ୍ଷ ମ୍ୟାଚରୁ ବାଦ ପଡିଛନ୍ତି ଓଡିଶାର ଅଂଶୁମାନ ରଥ । ଚଳିତ ମାସ ୧୭ରେ ମୀରଟରେ ହେବାକୁ ଥିବା ଏହି ମ୍ୟାଚ ପାଇଁ ଓଡିଶା ଗସ୍ତ କରିଛି । ୨୫ ବର୍ଷୀୟ ଅଂଶୁମାନ ହିମାଚଳ ପ୍ରଦେଶ ବିପକ୍ଷରେ ଚଳିତ ସିଜନର ପ୍ରଥମ ରଣଜୀ…