Latest Odisha News

୫ମ ଟେଷ୍ଟ ପରେ ସେ କ୍ରିକେଟକୁ ଅଲବିଦା କହିବେ ଷ୍ଟୁଆର୍ଟ ବ୍ରଡ

ଲଣ୍ଡନ: ଇଂଲଣ୍ଡର ଷ୍ଟାର ପେସ ବୋଲର ଷ୍ଟୁଆର୍ଟ ବ୍ରଡ କ୍ରିକେଟରୁ କେବେ ଅବସର ନେବେ ତାହା ଘୋଷଣା କରିଛନ୍ତି । ଆଶେସ ସିରିଜର ୫ମ ଟେଷ୍ଟ ପରେ ସେ କ୍ରିକେଟକୁ ଅଲବିଦା କହିବେ । ମ୍ୟାଚର ତୃତୀୟ ଦିବସ ଖେଳ ଶେଷ ହେବା ପରେ ସେ ଏ ନେଇ ଘୋଷଣା କରିଥିଲେ । ଟେଷ୍ଟ କ୍ରିକେଟରେ ସେ ୬୦୦ ୱିକେଟ ନେବାରେ ଦ୍ୱିତୀୟ ପେସର ଏବଂ ଓଭରାଲ ୪ର୍ଥ ବୋଲର । ନଟିଂହାମଶାୟର ଓ ଇଂଲଣ୍ଡ ଜର୍ସି ପିନ୍ଧିବା ମୋ ପାଇଁ ସବୁଠାରୁ ଗର୍ବର ବିଷୟ ଥିଲା ବୋଲି ସେ କହିଛନ୍ତି । ବହୁତ ଚିନ୍ତା କରିବା ପରେ ଅବସର ନେବା ପାଇଁ ଏହା ମୋ ପାଇଁ ସବୁଠାରୁ ଉପଯୁକ୍ତ କ୍ଷଣ ବୋଲି ବ୍ରଡ କହିଛନ୍ତି । ବ୍ରଡ ୧୬୭ ଟେଷ୍ଟ, ୧୨୧ ଦିନିକିଆ ଓ ୫୬ ଟି୨୦ ମ୍ୟାଚ ଖେଳିଛନ୍ତି । ଆନ୍ତର୍ଜାତୀୟ କ୍ରିକେଟର ୩ଟି ଯାକ ଫର୍ମାଟରେ ସେ ୮୪୫ ୱିକେଟ ହାସଲ କରିଛନ୍ତି ।

BjdElectrycity

୨୦୦୬ରେ ପାକିସ୍ତାନ ବିପକ୍ଷରେ ସେ ଟି୨୦ କ୍ୟାରିୟର ଆରମ୍ଭ କରିଥିଲେ । ୨୦୦୭ରେ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଥିଲେ । ଭାରତର ଯୁବରାଜ ସିଂ ତାଙ୍କର ଗୋଟିଏ ଓଭରରେ ୬ଟି ଛକା ମାରିଥିଲେ । ମାତ୍ର ପରେ ସେ ଏହି ସାମୟିକ ଅସଫଳତାକୁ ଭୁଲି ବିଶ୍ୱର ଶ୍ରେଷ୍ଠ ବୋଲର ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ । ୨୦୧୦ ଟି୨୦ ବିଶ୍ୱକପ ବିଜେତା ଏବଂ ୪ଟି ଆଶେସ ସିରିଜ ବିଜୟୀ ଦଳର ସେ ସଦସ୍ୟ ରହିଛନ୍ତି । ଅପରପକ୍ଷରେ ୪୧ ବର୍ଷୀୟ ଜେମ୍ସ ଆଣ୍ଡରସନ କିନ୍ତୁ ଏବେ ଅବସର ନେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

Leave A Reply

Your email address will not be published.