Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ସଲମାନଙ୍କୁ ପସନ୍ଦ ଆସିଲାନି ଦବଙ୍ଗ ୪ର ସ୍କ୍ରିପ୍ଟ

ମୁମ୍ବାଇ: ଦବଙ୍ଗ ୪ ପାଇଁ ପ୍ରଶଂସକଙ୍କୁ ଆହୁରି କିଛି ଦିନ ଅପେକ୍ଷା କରିବାକୁ ପଡିବ । ରିପୋର୍ଟ ମୁତାବକ ଦବଙ୍ଗ ୪ ପାଇଁ ପ୍ରସ୍ତୁତ କରାଯାଇଥିବା ସ୍କ୍ରିପ୍ଟ ସଲମାନ ଖାଁଙ୍କୁ ପସନ୍ଦ ଆସି ନାହିଁ । ଲେଖକ ତଥା ନିର୍ଦ୍ଦେଶକ ତିଗମାଂଶୁ ଧୂଲିଆ ଯେଉଁ ସ୍କ୍ରିପ୍ଟ ପସନ୍ଦ କରିଥିଲେ ତାହାକୁ…

ଲଣ୍ଡନରେ ଜନ୍ମ ଦିନ ପାଳିବେ ଶିଳ୍ପା

ମୁମ୍ବାଇ: ଲଣ୍ଡନରେ ଜନ୍ମଦିନ ପାଳିବେ ବଲିଉଡ଼ ଅଭିନେତ୍ରୀ ଶିଳ୍ପା ଶେଟ୍ଟି । ଏନେଇ ଏବେ ସେ ପୁରା ପରିବାର ସହ ଲଣ୍ଡନରେ ଅଛନ୍ତି । ଦୀର୍ଘ ସମୟ ପରେ ଶିଳ୍ପା ସ୍ୱାମୀ ରାଜ କୁନ୍ଦ୍ରା ଏବଂ ପିଲା ଭିଆନ ଏବଂ ସମିଶାଙ୍କ ସହ ସମୟ କାଟୁଛନ୍ତି । ନିଜ ଜନ୍ମଦିନ କିପରି ପାଳନ କରିବେ ସେ ନେଇ ସୋସିଆଲ…

‘ଆଦିପୁରୁଷ’ର ୧୦ ହଜାର ଟିକେଟ ମାଗଣାରେ ବାଣ୍ଟିବେ ‘ଦ କଶ୍ମୀର ଫାଇଲ୍ସ’ର ପ୍ରଡ୍ୟୁସର

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’ ଆଜିକାଲି ଖୁବ୍ ଚର୍ଚ୍ଚାରେ ଅଛି । ଏହି ଫିଲ୍ମ ଆସନ୍ତା ୧୬ ତାରିଖରେ ରିଲିଜ୍ ହେବ । ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ର ପ୍ରଡ୍ୟୁସର ଅଭିଷେକ ଅଗ୍ରୱାଲ ଫିଲ୍ମ ଆଦିପୁରୁଷର ୧୦ ହଜାର ଟିକେଟ ମାଗଣାରେ ବଣ୍ଟନ କରିବେ । ଏହି ଟିକେଟସବୁ ତେଲେଙ୍ଗାନାରେ…

ଅଭିନେତାଙ୍କ କାର ଧକ୍କାରେ ପ୍ରାଣ ହରାଇଲେ ତାମିଲ ନିର୍ଦ୍ଦେଶକ ସରନ୍ ରାଜ

ମୁମ୍ବାଇ: ତାମିଲ ଅଭିନେତା ତଥା ନିର୍ଦ୍ଦେଶକ ସରନ୍ ରାଜ ଆଉ ନାହାନ୍ତି । କେ କେ ନଗରରେ ଏକ କାର ଦୁର୍ଘଟଣାରେ ଅଭିନେତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୯ ବର୍ଷ ହୋଇଥିଲା । ଗତ ୮ ତାରିଖ ରାତି ପ୍ରାୟ ସାଢ଼େ ୧୧ଟାରେ ସରନ୍ ଏକ ବାଇକ୍‌ରେ ଘରକୁ ଫେରୁଥିଲେ…

ଟ୍ରେନ ଦୁର୍ଘଟଣାରେ ମୃତାହତଙ୍କୁ ସମ୍ମାନ ଜଣାଇ ଘୁଞ୍ଚିଲା ରିଲିଜ୍ ତାରିଖ, ୧୩ରେ ପରଦାକୁ ଆସିବ ‘ଲଭ୍ ଇନ୍ ଲଣ୍ଡନ’

ଭୁବନେଶ୍ୱର: ବାହାନାଗା ଟ୍ରେନ୍ ଦୁର୍ଘଟଣାରେ ମୃତାହତଙ୍କୁ ସମ୍ମାନ ଜଣାଇ ଓଡ଼ିଆ ଫିଲ୍ମ ‘ଲଭ ଇନ୍ ଲଣ୍ଡନ’ର ରିଲିଜ୍ ତାରିଖ ଘୁଞ୍ଚାଇ ଦିଆଯାଇଛି । ଏହି ଫିଲ୍ମ ୯ ତାରିଖରେ ରିଲିଜ୍ ହେବାର ଥିଲା । କିନ୍ତୁ ଏହା ଆସନ୍ତା ୧୩ ତାରିଖରେ ପରଦାକୁ ଆସିବ । ଏଥିସହ ଫିଲ୍ମର ଲାଭାଂଶର ୧୦ ଭାଗ ପୀଡିତଙ୍କ…

ସବୁ ଫଟୋ ଡିଲିଟ କରି ସୋସିଆଲ ମିଡିଆରୁ ବ୍ରେକ ନେଲେ ଅଭିନେତ୍ରୀ କାଜୋଲ

ନୂଆଦିଲ୍ଲୀ: ଡିଡିଏଲଜି, କୁଛକୁଛ ହୋତା ହେ ଏବଂ ଦିଲବାଲେ ପରି ଫିଲ୍ମରେ ନିଜର ଜଲୱା ଦେଖାଇ ଦର୍ଶଙ୍କ ମନ ଜିତିଥିବା ଅଭିନେତ୍ରୀ କାଜୋଲଙ୍କର ସୋସିଆଲ ମିଡିଆରେ ଢେର ଫ୍ୟାନ ଫଲୋଇଂ ଅଛନ୍ତି । କାଜୋଲଙ୍କର ୧୪.୫ ମିଲିଅନ ଫଲୋଅର୍ସ ଅଛନ୍ତି । ଏମାନେ କାଜଲଙ୍କ ବ୍ୟକ୍ତିଗତ ଜୀବନର ସବୁ ଖବର…

ଓଲିଉଡରେ ପୁଣି ତେଜିଲା କାଷ୍ଟିଂ କାଉଚ ବିବାଦ; ମୁହାଁମୁହିଁ ହେଲେ ପ୍ରଯୋଜକ-ଅଭିନେତ୍ରୀ

ଭୁବନେଶ୍ୱର:ଓଲିଉଡରେ କାଷ୍ଟିଂ କାଉଚକୁ ନେଇ ପୁଣି ତେଜିଲା ବିବାଦ । ମୁହାଁମୁହିଁ ହୋଇଛି ପ୍ରଯୋଜକ-ଅଭିନେତ୍ରୀ । ଏମିତିକି କାଷ୍ଟିଂକାଉଚକୁ ନେଇ ହ୍ୱାଟସଅପ ଚାଟିଂ ମଧ୍ୟ ଭାଇରାଲ ହୋଇଛି । ଅଭିନେତ୍ରୀ ଜସ୍ମିନ ରଥ ପ୍ରଯୋଜକ ସଞ୍ଜୟ ନାୟକଙ୍କ ବିରୋଧରେ ଗତକାଲି ସାଂଘାତିକ ଅଭିଯୋଗ…

‘ଗଦ୍ଦର-୨’ କୁ ଟକ୍କର ଦେବ ‘ଓଏମଜି-୨’, ଘୋଷଣା ହେଲା ରିଲିଜ ତାରିଖ

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ଆଜିକାଲି ତାଙ୍କ ଫିଲ୍ମ 'ବଡେ ମିଆଁ ଛୋଟେ ମିଆଁ' ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଚଳଚ୍ଚିତ୍ରରେ ତାଙ୍କ ସହ ଟାଇଗର ଶ୍ରଫଙ୍କୁ ଦେଖିବାକୁ ମିଳିବ। ଏଥି ସହିତ ପ୍ରଶଂସକମାନେ ଅଭିନେତାଙ୍କ ଆଗାମୀ ଚଳଚ୍ଚିତ୍ର 'ଓ ମାଇଁ ଗଡ଼-୨' କୁ ଉତ୍ସାହର ସହିତ…

ତିନି ଦଶନ୍ଧି ପରେ ଭାରତରେ ଅନୁଷ୍ଠିତ ହେବ ମିସ୍ ୱାର୍ଲ୍ଡ ୨୦୨୩ ପ୍ରତିଯୋଗିତା

ନୂଆଦିଲ୍ଲୀ: ଦୀର୍ଘ ବର୍ଷ ପରେ ଭାରତରେ ଅନୁଷ୍ଠିତ ହେବ ମିସ୍ ୱାର୍ଲ୍ଡ ୨୦୨୩ ପ୍ରତିଯୋଗିତା। ୨୭ ବର୍ଷ ପରେ ପୁଣି ଥରେ ମିସ୍ ୱାର୍ଲ୍ଡ ୨୦୨୩ ଫାଇନାଲ୍ ଆୟୋଜନ କରିବାକୁ ଭାରତ ପ୍ରସ୍ତୁତ। ୧୯୯୬ ରେ ଏହି କାର୍ଯ୍ୟକ୍ରମ ଶେଷ ଥର ପାଇଁ ଆୟୋଜିତ ହୋଇଥିଲା। ନଭେମ୍ବର-ଡିସେମ୍ବର ମଧ୍ୟରେ ଏହି…

ପିତା ଆର ମାଧବନଙ୍କଠାରୁ ଅଧିକ ପ୍ରଶଂସା ସାଉଁଟୁଛନ୍ତି ପୁଅ ବେଦାନ୍ତ

ନୂଆଦିଲ୍ଲୀ: କୌଣସି ଚଳଚ୍ଚିତ୍ରରେ ଡେବ୍ୟୁ ନକରି ବଲିଉଡ ଷ୍ଟାରକିଡମାନେ ପ୍ରଶଂସକଙ୍କ ହୃଦୟରେ ରାଜ କରନ୍ତି। ଆମ ନିକଟରେ ଏମିତି ଜଣେ ଷ୍ଚାରକିଡ ଅଛନ୍ତି ଯିଏ ୧୭ ବର୍ଷ ବୟସରେ ସାରା ଦେଶ ତଥା ବିଦେଶରେ ନିଜର କଳା ଦ୍ୱାରା ସୁନାମ ଅର୍ଜନ କରିଛନ୍ତି। ସେ ହେଉଛନ୍ତି ଲୋକପ୍ରିୟ ବଲିଉଡ ଅଭିନେତା ଆର…