Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ପଦାରେ ପଡିଲା ନକଲି ଡାକ୍ତରଙ୍କ କେଳେଙ୍କାରୀ, ଯୁବତୀଙ୍କୁ ଫସାଇ ଲୁଟୁଥିଲେ ଟଙ୍କା

ଭୁବନେଶ୍ୱର: ନକଲି ଡାକ୍ତର କେଳେଙ୍କାରୀ ପର୍ଦ୍ଦଫାଶ ହୋଇଛି । ଲୁଟେରାକୁ ସହିଦନଗର ଥାନା ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ କଟକ ବଡମ୍ବା ଅଞ୍ଚଳର ପ୍ରଭାସ ଦାସ । ସୋସିଆଲ ମିଡିଆରେ ଯୁବତୀ ମାନଙ୍କୁ ପ୍ରେମରେ ଫସାଇ ମୋଟା ଅଙ୍କର ଲୁଟ୍ ଚଳାଇଥିଲା। ନିଜକୁ ଏମକେସିଜିରେ ଗାଇନୋକୋଲୋଜିଷ୍ଟ…

[ଭିଡିଓ] ପଞ୍ଚମ ଦିନରେ ବିଧାନସଭା ଅଚଳ, ଅପରାହ୍ନ ୪ ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର : ଆଜି ପଞ୍ଚମ ଦିନରେ ବି ଚାଲିପାରିଲାନି ଗୃହ । ସୋମବାର ଗୃହ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି । ମମିତା ପ୍ରସଙ୍ଗକୁ ନେଇ ବିରୋଧୀ ହୋ ହାଲ୍ଲା ଓ ପ୍ରତିବାଦ ଜାରି ରଖିଥିବା ବେଳେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛନ୍ତି। ଗୃହର ମଧ୍ୟ…

ରାଜ୍ୟରେ ଆଉ ଜଣେ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ଏବେ ଜଣଙ୍କ ପରେ ଜଣଙ୍କ ଜୀବନ ନେଉଛି କରୋନା। ଗତ ୨୪ ଘଣ୍ଟାରେ ୧୦୫ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ଜଣେ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୨୩ କୁ ବୃଦ୍ଧି…

ଗତ ୨୪ଘଣ୍ଟାରେ ରାଜ୍ୟରେ ୧୦୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୧୦୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ୬୨ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି । ସ୍ଥାନୀୟ ସଂକ୍ରମଣରୁ ୪୩ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୧୯ଜଣ କରୋନା ପଜିଟିଭ ଚିହ୍ନଟ…

ରାଜଧାନୀ ଛାତିରେ ଲୁଟେରାଙ୍କ ରାଜୁତି, କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଓ ରୁପା ଗହଣା ଲୁଟ୍

ଭୁବନେଶ୍ୱର: ଭୁବନେଶ୍ୱର ଡ଼େଲଟା ଛକରେ ଥିବା ସୁନା ଦୋକାନରୁ ବଡ଼ ଧରଣର ଲୁଟ୍ । ଲକ୍ଷ୍ମୀ ନାରାୟଣ ନାମକ ଗହଣା ଦୋକାନରୁ ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । କୋଟିଏରୁ ଅଧିକ ଟଙ୍କାର ସୁନା ଓ ରୁପା ଗହଣା ଲୁଟ୍ ହୋଇଛି । ଚୋରୀ ସାମଗ୍ରୀ ମଧ୍ୟରେ ରହିଛି ୧ କେଜି ସୁନା, ୧୦କେଜି ରୁପା ଓ…

ପଶ୍ଚିମବଙ୍ଗ ଆଡ଼କୁ ମୁହାଁଇଲା ଜୱାଦ, ଆଜିଠୁ ପାଗରେ ହେବ ପରିବର୍ତ୍ତନ

ଭୁବନେଶ୍ୱର: ଜୱାଦ ଦୁର୍ବଳ ହେବା ପରେ ପଶ୍ଚିମବଙ୍ଗ ଆଡ଼କୁ ମୁହାଁଇଲା । ଜୱାଦ ପ୍ରଭାବରେ ଉତ୍ତର ଓଡ଼ିଶା ଉପକୂଳରେ ବର୍ଷା ହୋଇଛି । ସମୁଦ୍ର ଭିତରେ ବାତ୍ୟାର ରୂପ ନେବା ପରେ ସେହି ସମୁଦ୍ରରେ ତୀବ୍ର ଅବପାତ ଓ ପରେ ଅବପାତରେ ପରିଣତ ହୋଇଛି । ଏହା ଆହୁରି ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବ ।…

[ଭିଡ଼ିଓ] କଳିଙ୍ଗ ଷ୍ଟାଡିୟମରେ ପାଣି

ଭୁବନେଶ୍ବର: ଜୱାଦ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ସେହିଭଳି କଳିଙ୍ଗ ଷ୍ଟାଡିୟମ୍ ରେ ମ୍ୟାଚ୍ ଚାଲଇଥିବା ବେଳେ ଏଠାରେ ମଧ୍ୟ ବର୍ଷା ପ୍ରଭାବ ଦେଖିବାକୁ ମିଳିଥିଲା । ହକି ଷ୍ଟାଡିୟମରେ ପାଣି ପଶିଯାଇଥିବା ବେଳେ ଖେଳ ବାଧା ପ୍ରାପ୍ତ ହୋଇଥିଲା । ଖେଳାଯିବାକୁ ଥିବା ପ୍ରଥମ…

[ଭିଡ଼ିଓ]ଜାତୀୟ ହାର ତୁଳନାରେ ରାଜ୍ୟରେ କୋଭିଡ଼ ସ୍ଥିତି କମ୍ ରହିଛି:ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଓଡ଼ିଶାରେ କରୋନା ସଂକ୍ରମଣ ବଢ଼ୁଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଚିଠି ପ୍ରସଙ୍ଗ । ଏନେଇ ପ୍ରତିକ୍ରିୟା ରଖିଲେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ଜାତୀୟ ହାର ତୁଳନାରେ ରାଜ୍ୟରେ କୋଭିଡ଼ ସ୍ଥିତି ଭଲ ରହିଛି । ସନ୍ଦୀଗ୍ଧ ସକ୍ରମିତଙ୍କ…

ଖଲ୍ଲିକୋଟରେ ସର୍ବାଧିକ ୧୫୮ମିମି ବର୍ଷା ରେକର୍ଡ଼

ଭୁବନେଶ୍ୱର: ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକଙ୍କ ସୂଚନା ଦେଇଛନ୍ତି । ଜୱାଦ ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିଛି । ରାଜ୍ୟରେ ଖଲ୍ଲିକୋଟରେ ସର୍ବାଧିକ ୧୫୮ମିମି ବର୍ଷା ରେକର୍ଡ଼ ହୋଇଛି । ଏହାଛଡ଼ା ନୟାଗଡ଼ରେ ୧୦୭.୫, ଛତ୍ରପୁରରେ ୮୬.୬ ଓ ଭୁବନେଶ୍ୱରରେ ୪୨.୩ ମିମି,…

ଗତ ୨୪ଘଣ୍ଟାରେ ରାଜ୍ୟରେ ୧୮୯ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ଘଣ୍ଟାରେ ୧୮୯ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ୧୧୩ଜଣ ସଙ୍ଗରୋଧ କେନ୍ଦ୍ରରୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୭୬ଜଣ ସ୍ଥାନୀୟ ସଂକ୍ରମଣରୁ ସଂକ୍ରମିତ ହୋଇଛନ୍ତି । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୨୫ଜଣ କରୋନା ପଜିଟିଭ…