Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ବୈଜୟନ୍ତଙ୍କ ଉଦ୍ୟମରେ କତାରରୁ ଫେରିଲା ଓଡ଼ିଆ ଯୁବକଙ୍କ ମୃତଦେହ, ଗାଁ ମାଟିରେ ହେଲା ଶେଷକୃତ୍ୟ

ଭୁବନେଶ୍ବର: ଗାଁ ମାଟିକୁ ଫେରିଲା ଓଡ଼ିଆ ଯୁବକଙ୍କ ମରଶରୀର । ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ କତାରରୁ ଫେରିପାରିଛି ଓଡିଆ ଯୁବକ ପ୍ରଭାତ କୁମାର ବାରିକଙ୍କ ମରଶରୀର । ଗତକାଲି ସନ୍ଧ୍ୟାରେ ମରଶରୀର ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ…

ରାଜଧାନୀରେ ପୁଣି ସେକ୍ସ ରାକେଟ୍‌: ୨ ଗରାଖ ଗିରଫ, ୨ ଯୁବତୀ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀରେ ସେକ୍ସ ରାକେଟର ପର୍ଦ୍ଦାଫାସ । ଲକ୍ଷ୍ମୀସାଗର ଅଞ୍ଚଳରୁ ଠାବ କଲା ପୋଲିସ । ଭଡ଼ା ଘରେ ଚାଲିଥିଲା ଦେହ ବ୍ୟବସାୟ । ଅଚାନକ ଚଢଞାଉ କରି ସେଠାରୁ ଗ୍ରାହକଙ୍କୁ ପୋଲିସ ଗିରଫ କରିଛନ୍ତି । ଦୁଇ ଜଣ ଦେହଜୀବୀଙ୍କୁ ବି ଉଦ୍ଧାର କରାଯାଇଛି । ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଏକ…

ଡରାଉଛି କରୋନା ସଂକ୍ରମଣ, ରାଜ୍ୟରୁ ଆଜି ନୂଆ ୨୧୮ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ୟବାସୀଙ୍କୁ ଟେନସନ୍ ଦେଉଛି କରୋନା ସଂକ୍ରମଣ । ପ୍ରତିଦିନ ନୂଆ ନୂଆ ଆକ୍ରାନ୍ତ ଚିହ୍ନଟ ଚିନ୍ତାରେ ପକାଇଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୨୧୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୪୦୬୨୦ରେ ପହଞ୍ଚିଛି ।…

ଓଡ଼ିଶା ରାଜନୀତି ବିଜ୍ଞାନ ସଂଘର ବାର୍ଷିକ ସମ୍ମିଳନୀ ପାଇଁ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର: ଓଡ଼ିଶା ରାଜନୀତି ବିଜ୍ଞାନ ସଂଘର ବାର୍ଷିକ ସମ୍ମିଳନୀ ପାଇଁ କାର୍ଯ୍ୟକାରିଣୀ ବୈଠକ ମାର୍ଚ୍ଚ ୨୮ ତାରିଖରେ ଭୁବନେଶ୍ୱର ସ୍ଥିତ ପାନ୍ଥ ନିବାସରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସଂଘର ସଭାପତି ପ୍ରଫେସର ସୂର୍ଯ୍ୟ ନାରାୟଣ ମିଶ୍ର ସଭାପତିତ୍ୱ କରିଥିଲା ବେଳେ ସାଧାରଣ…

କ୍ରୀଡା କ୍ଷେତ୍ରରେ ଓଡିଶାକୁ ଦଶନ୍ଧିର ଶ୍ରେଷ୍ଠ ରାଜ୍ୟ ସମ୍ମାନ, ପୁରସ୍କାର ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର: କ୍ରୀଡା କ୍ଷେତ୍ରରେ ଓଡିଶା ନମ୍ବର ୱାନ । ରାଜ୍ୟକୁ ମିଳିଲା ଦଶନ୍ଧିର ଶ୍ରେଷ୍ଠ କ୍ରୀଡା ପୁରସ୍କାର । କ୍ରୀଡାର ପ୍ରୋତ୍ସାହନ ପାଇଁ ଦଶନ୍ଧିର ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କୃତ ହୋଇଛି ଓଡିଶା । ଏହି ପୁରସ୍କାର ପ୍ରଦାନ କରିଛି ସ୍ପୋର୍ଟସ ଷ୍ଟାର । ପୁରସ୍କାର ଗ୍ରହଣ କରିଛନ୍ତି…

ଅଭାବନୀୟ ଘଟଣା: ୩ ଛୁଆଙ୍କୁ ବିଷ ଦେଇ ନିଜେ ବିଷ ପିଇଲା ମାଆ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳରେ ଅଭାବନୀୟ ଘଟଣା । ୩ ଛୁଆଙ୍କୁ ବିଷ ଦେଇ ମାଆ ନିଜେ ବିଷ ପିଇଛି  । ଘଟଣାରେ ୨ ପୁଅଙ୍କ କ୍ୟାପିଟାଲ ହସ୍ପିଟାଲରେ ମୃତ୍ୟୁ ହୋଇଛଇ । ମାଆ ଓ ଶିଶୁକନ୍ୟାର ଅବସ୍ଥା ସଙ୍କଟାପନ୍ନ ରହିଛି । ସେମାନଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ…

ଭୁବନେଶ୍ୱରରେ ଏହି କୋଚିଂ ଇନିଷ୍ଟିଚ୍ୟୁଟରୁ ୨୦ କରୋନା ପଜିଟିଭ୍, ସିଲ୍ କଲା ବିଏମସି

ଭୁବନେଶ୍ୱର: ରାଜଧାନୀରେ ଶିକ୍ଷାନୁଷ୍ଠାନ ପରେ କୋଚିଂ ସେଣ୍ଟରରେ କରୋନା । ଭୁବନଶ୍ୱର ସ୍ଥିତ XIMB ପରେ ମୈତ୍ରୀ ବିହାରରେ ଥିବା ଆଲୋନ୍ କୋଚିଂ ଇନିଷ୍ଟିଚ୍ୟୁଟକୁ ଆଜି ସିଲ୍ କରିଛି ବିଏମସି । ୨୦ ଜଣ କରୋନା ସଂକ୍ରମିତ ଚିହ୍ନଟ ପରେ ସର୍ବସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନେଇଛି…

ବଦଳିପାରେ ପାଗ, ଆସନ୍ତା ଦୁଇ ଦିନ କାଳବୈଶାଖୀ ଓ ବର୍ଷା !

ଭୁବନେଶ୍ବର: ଆସନ୍ତା ଦୁଇ ଦିନ କାଳବୈଶାଖୀ ଓ ବର୍ଷା ହେବ । ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବ । ରାଜ୍ୟର କିଛି ସ୍ଥାନରେ ବିଜୁଳି, ଘଡଘଡ଼ି ସହ ବର୍ଷା ହେବ । ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କୋରାପୁଟ, ଗଜପତି ଓ କନ୍ଧମାଳ ଆଦି ଜିଲ୍ଲାରେ ଅପରାହ୍ଣରେ…

ଭୁବନେଶ୍ୱର ଓ କଟକରେ କାଳବୈଶାଖୀ ପ୍ରଭାବ

ଭୁବନେଶ୍ୱର: ଦିନରେ ପ୍ରଚଣ୍ଡ ଖରା ଓ ଅପରାହ୍ନରେ ପବନ, ଘୂର୍ଣ୍ଣିଝଡ ସହ ବର୍ଷା । ଏହା ଥିଲା ଆଜିର ଟ୍ୱିନ ସିଟିର ଦୃଶ୍ୟ । ସନ୍ଧ୍ୟା ନ ହେଉଣୁ ଘୂର୍ଣ୍ଣିଝଡରେ ଚାରିଆଡ ଅନ୍ଧାର ହୋଇଯାଇଥିଲା । ହଠାତ୍ ପବନର ବେଗ ୪୦ରୁ ୬୦ କିମି ବେଗରେ ବୋହିଥିଲା । ଆଜିର କାଳବୈଶାଖୀ ସମ୍ପର୍କରେ ପୂର୍ବରୁ…

ରାଜଧାନୀରେ ଗଂଜେଇ ଚାଲାଣ କରୁଥିବା ୨ ମହିଳା ସମେତ ୩ ଗିରଫ

ଭୁବନେଶ୍ୱର: ଗଂଜେଇ ଚୋରା ଚାଲାଣ ବେଳେ ଧରିଲା ଅବକାରୀ ବିଭାଗ । ଭୁବନେଶ୍ୱର ତମାଣ୍ଡୋ ରାଜରାସ୍ତାରେ ଚେକିଂ ବେଳେ ପ୍ରାୟ ୫୦ କିଲୋଗ୍ରାମ ଗଂଜେଇ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୩୫ ଲକ୍ଷ ଟଙ୍କା ହେବ । ତେବେ ଏହି ଗଂଜେଇ ଚାଲାଣରେ ସଂପୃକ୍ତ ଥିବା ଦୁଇ ମହିଳାଙ୍କ ସମେତ ତିନି…