Latest Odisha News

BREAKING NEWS

Browsing Category

ସହର

City

କଳାହାଣ୍ଡି ଓ ମୟୂରଭଞ୍ଜ ଜିଲ୍ଲାରେ ୨ଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ପ୍ରକଳ୍ପ ଦୁଇଟି ହେଉଛି କଳାହାଣ୍ଡି ଜିଲ୍ଲା ମୁରଲିଜୋର ଉପରେ ମୁରଲିଝର ନଦୀଗର୍ଭ ଜଳାଶୟ ପ୍ରକଳ୍ପ ଏବଂ ମୟୂରଭଞ୍ଜ ଗଙ୍ଗାହର ନଦୀ ଉପରେ ଦାମୋଦରପୁର…

ଓଡ଼ିଶା ଲଲିତ କଳା ଏକାଡ଼େମୀ ଦ୍ୱାରା ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀର ଶୁଭାରମ୍ଭ

ଭୁବନେଶ୍ୱର: ଓଡ଼ିଶାରେ ଚିତ୍ରକଳାର ପ୍ରଚାର ଓ ପ୍ରସାର ପାଇଁ ଅଭିନବ ପ୍ରୟାସ । ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ରାଜ୍ୟରେ ଚିତ୍ରକଳାର ପ୍ରଚାର ଓ ପ୍ରସାର ନିମନ୍ତେ ଏକାଡେମୀ ଦ୍ୱାରା ସଂଗୃହିତ ଚିତ୍ରକଳାଗୁଡିକୁ ନେଇ ଏକ ଭ୍ରାମ୍ୟମାଣ…

ପରଲୋକରେ ପୂର୍ବତନ ବାଚସ୍ପତି ଶରତ କରଙ୍କ ପତ୍ନୀ

ଭୁବନେଶ୍ୱର : ପରଲୋକରେ ଅନିମା କର । ସେ ହେଉଛନ୍ତି ପୂର୍ବତନ ବାଚସ୍ପତି ଶରତ କରଙ୍କ ପତ୍ନୀ । ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ଘଟିଛି  । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ହେବ ଅନିମା ଯକୃତ ରୋଗରେ ପୀଡିତ ଥିଲେ  । ଦୁଇ ତିନି  ମାସ ହେବ ଏକ…

ବାତ୍ୟା ଆଶଙ୍କା : ୭ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଏସଆରସିଙ୍କ ଚିଠି

ଭୁବନେଶ୍ବର :  ଦକ୍ଷିଣ ଆଣ୍ଡାମାନ ସାଗରରେ ଗତକାଲି ଏକ  ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି  । ଯାହାକି ଆଜି ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଆସନ୍ତାକାଲି ସୁଦ୍ଧା ଅବପାତର ରୂପ ନେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଘନୀଭୂତ ହୋଇ ବାତ୍ୟା ରୂପ ନେବ । ଏ ନେଇ…

ବାଣୀବିହାର ଓଭରବ୍ରିଜ ଉପରେ ସ୍କୁଟିକୁ ପିଟିଲା ଟ୍ରକ୍, ଯୁବକ ମୃତ

ଭୁବନେଶ୍ବର: ରସୁଲଗଡ ଛକ ନିକଟ ବାଣୀବିହାର ଓଭରବ୍ରିଜ ଉପରେ ସ୍କୁଟି କୁ ପିଟିଲା ଟ୍ରକ । ଦୁର୍ଘଟଣାରେ ସ୍କୁଟି ଆରୋହୀ ମୃତ । ମୃତ୍ୟୁବରଣ କରିଥିବା ଯୁବକ ଜଣକ ହେଲେ ପ୍ରତ୍ୟୁପର୍ଣ୍ଣ ଦାସ । ସେ ଇଞ୍ଜିନିୟରିଂ ଛାତ୍ର ଥିଲେ । ଖବରମୁତାବକ, ଆଜି ସକାଳ ୮ ଟା ୩୦ ସମୟରେ ଦୁର୍ଘଟଣା ଘଟାଇଥିବା…

କାଲି ଥିଲା ଛୋଟ ଛାଡଖାଇ, ଆଜି ପାଳନ କରାଯିବ ବଡ ଛାଡଖାଇ, ବଡି ଭୋରୁ ଆମିଷ ଦୋକାନରେ ଲାଗିଛି ଲମ୍ବା ଲାଇନ୍

ଭୁବନେଶ୍ଵର: କାଲିଥିଲା ଛୋଟ ଛାଡଖାଇ, ଆଜି ପାଳନ କରାଯିବ ବଡ ଛାଡଖାଇ । ମାସେ ହେଲା ପାଟିରେ ଆମିଷ ବାଜିନଥିବା ବେଳେ ଲୋକେ ଅନାଇ ରହିଥିଲେ ଛାଡଖାଇକୁ । ହେଲେ ଅବାରରେ ଅର୍ଥାତ ମଙ୍ଗଳବାର ଛାଡଖାଇ ପଡିବାରୁ ଅନେକ ଲୋକ ଆମିଷ ଖାଇପାରି ନାହାନ୍ତି । ତେଣୁ ଆଜିକୁ ଅପେକ୍ଷା କରି ରହିଥିଲେ ।…

5T ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନଙ୍କୁ ଭେଟିଲେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ନାତି, ନୂତନ ଦାୟିତ୍ବ ପାଇଁ ଦେଲେ…

ଭୁବନେଶ୍ଵର: 5T ଅଧ୍ୟକ୍ଷ ତଥା ନବୀନ ଓଡିଶାର ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନଙ୍କୁ ଭେଟିଛନ୍ତି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ନାତି ଶ୍ରୀ ଧୀରେନ୍ଦ୍ର ଦାସ । ଆଜି ସକାଳେ ନବୀନ ନିବାସ ଠାରେ ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ଭେଟି ତାଙ୍କ ନୂତନ ଦାୟିତ୍ବ ପାଇଁ ତାଙ୍କୁ ଶୁଭେଚ୍ଛା…

ରାଜଧାନୀରୁ ୧୦ ଚୋରୀ ସାଇକେଲ ଜବତ, ୨ ଗିରଫ

ଭୁବନେଶ୍ବର: ରାଜଧାନୀର ବଡଗଡରେ ଅଞ୍ଚଳରେ ଅଭିନବ ଉପାୟରେ ସାଇକେଲ ଚୋରୀ । ଏହି ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ରାକେଶ ବେହେରା ଓରଫ ପୋଡ ଓ ଶିବ ବେହେରା । ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ବଡଗଡ ଥାନା ପୋଲିସ । ସୂଚନା ମୁତାବକ,…

ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ଫିଙ୍ଗା ଘଟଣାରେ ୨ ଗିରଫ

ଭୁବନେଶ୍ବର: ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସରେ ପଥର ଫିଙ୍ଗିବା ଅଭିଯୋଗ ଘଟଣାରେ ଦୁଇ ଜଣ ଗିରଫ । ରାଉରକେଲା ଠାରୁ ପୁରୀକୁ ଯାତ୍ରା କରୁଥିବା ସେମି ହାଇ ସ୍ପିଡ୍ ଟ୍ରେନ୍, ବନ୍ଦେ ଭାରତ ଏକ୍ସପ୍ରେସକୁ ଗତ ରବିବାର ସନ୍ଧ୍ୟାରେ ପଥର ଫିଙ୍ଗି ୱିଣ୍ଡୋ ପେନ୍ ନଷ୍ଟ କରିବା ଅଭିଯୋଗରେ…

ଝାରପଡା ଜେଲ୍ ରେ ବିଚାରଧୀନ କଏଦୀର ମୃତ୍ୟୁ

ଭୁବନେଶ୍ୱର: ଆଜି (ମଙ୍ଗଳବାର) ଭୁବନେଶ୍ୱରର ଝାରପଡା ସ୍ପେଶାଲ ଜେଲରେ ଜଣେ ବିଚରାଧୀନ କଏଦୀଙ୍କର ହୃଦଘାତ ରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ କଏଦୀଙ୍କ ନାମ ସୁକାନ୍ତ ଭୋଇ ବୋଲି ଜଣାପଡିଛି । ମିଳିଥିବା ଖବର ଅନୁସାରେ, ଯୌତୁକ ନିର୍ଜାତନା ଓ ହତ୍ୟାମାମଲାରେ ସୁକାନ୍ତ ଭୋଇ ଦୀର୍ଘଦିନ…