Latest Odisha News

BREAKING NEWS

Browsing Category

ଓଡିଶା

Odisha

ସାମ୍ବାଦିକା ମଧୁମିତା ଆତ୍ମହତ୍ୟା ମାମଲା: ଅଭିଯୁକ୍ତ ସ୍ୱାମୀଙ୍କୁ ରିମାଣ୍ଡରେ ଆଣିଲା ପୋଲିସ

ଭୁବନେଶ୍ୱର: ସାମ୍ବାଦିକା ମଧୁମିତା ପରିଡା ଆତ୍ମହତ୍ୟା ମାମଲାରେ ତଦନ୍ତ ଜାରି ରଖିଛି ଧଉଳି ଥାନା ପୁଲିସ । ଅଭିଯୁକ୍ତ ସ୍ୱାମୀଙ୍କୁ ରିମାଣ୍ଡରେ ଆଣିଛି ପୋଲିସ l ଅଭିଯୁକ୍ତ ଶ୍ରୀଧରଙ୍କୁ ନେଇ ଭଡା ଘରେ ଆଜି ପୋଲିସ ଛାନଭିନ୍‌ କରିଛି । ମଧୁମିତା ରହୁଥିବା ବାପୁଜୀନଗର ଭଡା ଘରୁ ଏକ ସୁଇସାଇଡ…

ମମତା ବିଜେପିକୁ ଆସିଲେ, ଆମେ ତାଙ୍କୁ ସ୍ବାଗତ କରିବୁ:ବିଶେଶ୍ୱର ଟୁଡୁ

ଭୁବନେଶ୍ୱର: ରାଜ୍ୟସଭା ସାଂସଦ ପଦରୁ ମମତା ମହନ୍ତଙ୍କ ଇସ୍ତଫା ପରେ ଜାରି ରହିଛି ରାଜନୀତି ବୟାନବାଜି l ମମତାଙ୍କ ଇସ୍ତଫାକୁ ନେଇ ବରିଷ୍ଠ ବିଜେପି ନେତା ବିଶେଶ୍ୱର ଟୁଡୁଙ୍କ ପ୍ରତିକ୍ରିୟା l ମମତାଙ୍କୁ ବିଜେପି ଭଲ ଲାଗିଲେ, ସେ ଦଳରେ ଯୋଗ ଦେଇପାରନ୍ତି l ମମତା ବିଜେପିକୁ ଆସିଲେ, ଆମେ ତାଙ୍କୁ…

ମାଉସୀ ନେଇଗଲା ଝିଆରୀର ପୁଅ

ଆଠଗଡ଼: ଖୁଣ୍ଟୁଣୀ ମେଡିକାଲ୍‌ ପରିସରରୁ ଶିଶୁପୁତ୍ର ଚୋରି l ଝିଆରୀର ୪ ମାସର ପୁଅକୁ ସମ୍ପର୍କୀୟ ମାଉସୀ ନେଇ ଯାଇଥିବା ଅଭିଯୋଗ l ଆଜି ଢେଙ୍କାନାଳର ପିଙ୍ଗୁଆ ଅଞ୍ଚଳରୁ ଶିଶୁପୁତ୍ରକୁ ଉଦ୍ଧାର କରିଛି ପୋଲିସ l ସମ୍ପର୍କୀୟ ମାଉସୀ ସହ ଅନ୍ୟ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ l…

ପଣ୍ୟ କାରବାରରେ ପୁଣି ରେକର୍ଡ ଭାଙ୍ଗିଲା ପାରାଦ୍ୱୀପ ବନ୍ଦର

ପାରାଦୀପ: ପାରାଦୀପ ବନ୍ଦରରେ ରେକର୍ଡ ଭାଙ୍ଗିଲା ପଣ୍ୟ କାରବାର। ଦେଶର ସବୁ ବନ୍ଦର ମଧ୍ୟରେ ଦ୍ରୁତତମ ପଣ୍ୟ କାରବାର କରି ରେକର୍ଡ କଲା ପାରାଦ୍ୱୀପ ବନ୍ଦର। ଚଳିତବର୍ଷ ପ୍ରଥମ ୪ ମାସରେ ୫୦.୧୬ ନିୟୁତ ଟନ୍ ପଣ୍ୟ କାରବାର ହୋଇଥିବା ସୂଚନା ରହିଛି। ଚଳିତ ବର୍ଷ ୧୨୨ ଦିନରେ ୫୦.୧୬ ନିୟୁତ ଟନ…

ଜୁନାଗଡ଼ ଏନଏସିରେ ଅନାସ୍ଥା ଭୋଟ ସ୍ଥଗିତ, ଭୋଟ ପାଇଁ ପୁନର୍ବାର ତାରିଖ ଘୋଷଣା କରିବେ ଜିଲ୍ଲାପାଳ

କଳାହାଣ୍ଡି: ଜୁନାଗଡ଼ ଏନଏସିରେ ଅନାସ୍ଥା ଭୋଟ ସ୍ଥଗିତ। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଆଜି ହେବାକୁ ଥିବା ଅନାସ୍ଥା ଭୋଟ୍ ସ୍ଥଗିତ ରହିଛି। ଏଡିଏମ୍‌ ନଆସିବାରୁ ଅନାସ୍ଥା ଭୋଟକୁ ସ୍ଥଗିତ ରଖାଯାଇଥିବା ସୂଚନା ରହିଛି। ଏହି ଭୋଟ ପାଇଁ ପୁନର୍ବାର ତାରିଖ ଘୋଷଣା କରିବେ…

ଭଦ୍ରକରେ ଜବରଦଖଲ ଉଚ୍ଛେଦ, ଚାଲିଲା ବୁଲଡୋଜର

ଭଦ୍ରକ: ଭଦ୍ରକ ସହରରୁ ବେଆଇନ୍ ଜବରଦଖଲ ଉଚ୍ଛେଦ କଲା ପ୍ରଶାସନ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଟାଉନ୍ ହଲ୍ ପର୍ଯ୍ୟନ୍ତ ଜବରଦଖଲ ହୋଇଥିବା ସମସ୍ତ ଜାଗା ଉପରେ ବୁଲଡୋଜର ଚଲାଇ ରାସ୍ତାକୁ ଆହୁରି ପ୍ରଶସ୍ତ କରାଯାଉଛି । ଏଥିପାଇଁ ମୋଟ ୪ ପ୍ଲାଟୁନ୍ ଫୋର୍ସ ସହ ୪ ଇନ୍ସପେକ୍ଟର, ସିଟି ଡିଏସପି,…

ଛତିଶଗଡରୁ ଭାସି ଓଡିଶାରେ ଲାଗିଲେ, ସୁରକ୍ଷିତ ଉଦ୍ଧାର କଲେ ମତ୍ସଜୀବି

ଭୁବନେଶ୍ବର: କଥାରେ ଅଛି ଯାହାକୁ ରଖେ ହରି, କିଏ ବା ପାରିବ ତରି.. । ସେମିତି ଜଣେ ମହିଳା ନିଜ ଜୀବନ ବଳରେ ଛତିଶଗଡରୁ ସୁଦୂର ୬୦ କିଲୋମିଟର ମହାନଦୀରେ ଭାସି ଭାସି ଆସି ଓଡିଶାରେ ଲାଗିଛନ୍ତି । ୬୦ କିଲୋ ମିଟର ଭାସିବା ପରେ କିଛି ମତ୍ସଜୀବି ତାଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ତେବେ…

ଲୋକସଭା ପବ୍ଲିକ ଆକାଉଣ୍ଟ କମିଟିର ସଦସ୍ୟ ନିର୍ବାଚିତ ହେଲେ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ଲୋକସଭା ପବ୍ଲିକ ଆକାଉଣ୍ଟ କମିଟିର ସଦସ୍ୟ ନିର୍ବାଚିତ ହେଲେ ଅପରାଜିତା ଷଡ଼ଙ୍ଗୀ। ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସହ ମୋଟ୍ ୧୫ ଜଣ ସଦସ୍ୟ ନିର୍ବାଚିତ ହୋଇଛନ୍ତି। https://twitter.com/AprajitaSarangi/status/1818855051592384985 ୨୦୨୫ ଏପ୍ରିଲ ୩୦ରେ ଏହି…

ବନ୍ଦ ହେଲା ହୀରାକୁଦର ୨ଟି ଗେଟ୍, ୧୨ଟି ଗେଟ୍ ଦେଇ ଜଳ ନିଷ୍କାସିତ

ଭୁବନେଶ୍ବର: ରବିବାର ହୀରାକୁଦ ଜଳଭଣ୍ଡାର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରିଥିଲା । ହେଲେ ଉପର ମୁଣ୍ଡରେ ବର୍ଷାର ପରିମାଣ ନିୟନ୍ତ୍ରଣ ଥିବା ବେଳେ ଗତକାଲି ୨ଟି ଗେଟ୍ ବନ୍ଦହୋଇଥିବା ବେଳେ ପରେ ଆଉ ୪ଟି ଗେଟ୍ ବନ୍ଦ କରାଯାଇଥିଲା । ଆଜି ପୁଣି ୨ଟି ଗେଟ୍ ବନ୍ଦ କରିଛନ୍ତି…

ଆଗକୁ ପ୍ରବଳ ବର୍ଷିବ, ୨୨ ଜିଲ୍ଲାକୁ ଜାରି ହେଲା ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ବର: ଆଜିଠୁ ରାଜ୍ୟରେ ବର୍ଷା ବଢିବା ନେଇ ପୂର୍ବାନୁମାନ କଲା ଆଞ୍ଚଳିକ ପାଣିପାଗ ବିଭାଗ । ଝାଡଖଣ୍ଡ, ଛତିଶଗଡରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଗାଙ୍ଗେୟ ପଶ୍ଚିମବଙ୍ଗର ସ୍ଥଳଭାଗ ଉପରେ ସକ୍ରିୟ ରହିଛି । ଯାହା ଶୁକ୍ରବାର ଲଘୁଚାପର ରୂପ ନେଇପାରେ । ଯାହାର ପ୍ରଭାବରେ ପଶ୍ଚିମ ଓ…