Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆପାର୍ଟମେଣ୍ଟରେ ଲୁଟକୁ ରୋକିବାକୁ ଘରୋଇ ସିକ୍ୟୁରିଟି ସଂସ୍ଥାର ସହଯୋଗ ନେଲା ପୋଲିସ

ଭୁବନେଶ୍ୱର: ଆପାର୍ଟମେଣ୍ଟରେ ଘଟୁଥିବା ଚୋରି ଏବଂ ଲୁଟକୁ ରୋକିବା ପାଇଁ ଏକ ସକ୍ରିୟ ପଦକ୍ଷେପ ସ୍ୱରୂପ ଭୁବନେଶ୍ୱର କମିସନରେଟ୍ ପୁଲିସ ଶୁକ୍ରବାର ପ୍ରାୟ 50ଟି ଘରୋଇ ସୁରକ୍ଷା ସଂସ୍ଥାର ପ୍ରତିନିଧିଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛି। ସହରରେ ବନ୍ଦ ଆପାର୍ଟମେଣ୍ଟଗୁଡ଼ିକୁ ଟାର୍ଗେଟ୍…

ଓଡ଼ିଶା ଆଇପିଏସ ସ୍ତରରେ ଅଦଳବଦଳ: ବି ରାଧିକା ନିଯୁକ୍ତି ବୋର୍ଡର ଅଧ୍ୟକ୍ଷ ନିଯୁକ୍ତ, ଅନ୍ୟମାନଙ୍କୁ ମିଳିଲା ନୂଆ…

ଭୁବନେଶ୍ୱର: ଭାରତୀୟ ପୋଲିସ ସେବା (ଆଇପିଏସ) କ୍ୟାଡରର ଏକ ସାମାନ୍ୟ ପରିବର୍ତ୍ତନ ହୋଇଛି। ରାଜ୍ୟ ସରକାର ଶୁକ୍ରବାର ଦିନ ବି. ରାଧିକାଙ୍କୁ ପୋଲିସ ନିଯୁକ୍ତି ବୋର୍ଡର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛନ୍ତି। ବର୍ତ୍ତମାନର ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ସୁନୀଲ କୁମାର ବଂଶଲଙ୍କ କାର୍ଯ୍ୟକାଳ…

ଟ୍ଵିନସିଟିରେ ଆରମ୍ଭ ହେଲା ବିକଶିତ ଭାରତ ସଂକଳ୍ପ ଯାତ୍ରା, ହିତାଧିକାରୀଙ୍କ ପାଖରେ ପହଞ୍ଚିବ କେନ୍ଦ୍ରୀୟ ଯୋଜନାର ଲାଭ

ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଆଜି ଠାରୁ ଆରମ୍ଭ ହୋଇଛି ବିକଶିତ ଭାରତ ସଂକଳ୍ପ ଯାତ୍ରା । ପ୍ରଥମ ଦିନରେ ବଡ଼ଗଡ଼ ଠାରେ ସଂକଳ୍ପ ଯାତ୍ରା ସଚେତନତା ବାହନ ପହଞ୍ଚିଥିଲା । ଭୁବନେଶ୍ୱର ମହାନଗର ନିଗମ ଡେପୁଟି ମେୟର ମଞ୍ଜୁଲତା କହଁର ଯାତ୍ରାକୁ ଶୁଭାରମ୍ଭ କରିଥିଲେ। ବଡ଼ଗଡ଼ କଲ୍ୟାଣ ମଣ୍ଡପ…

ମୁଁ ମରିବି ପଛେ, ଡରିବିନି; ସାହସ ଅଛି ତ ସାମ୍ନାକୁ ଆସ- ହତ୍ୟା ଧମକ ପରେ ବିରୋଧୀଙ୍କୁ ଚାଲେଞ୍ଜ ଦେଲେ ଅର୍ଚ୍ଚନା ନାଗ

ଭୁବନେଶ୍ୱର : ମୁଁ ମରିବି ପଛେ ଡରିବିନି । ମୁଁ ଧର୍ମକୁ ବିଶ୍ୱାସ କରେ । ମୁଁ ଧର୍ମରେ ରହିଛି । ମୋର ଅଧର୍ମ କେବେ କିଛି କ୍ଷତି କରିପାରିବ ନାହିଁ । ସତ୍ୟ ମୋର ଶକ୍ତି ଏବଂ ଶକ୍ତି ମୋର ଅସ୍ତ୍ର । ସାହାସ ଅଛି ତ ସାମ୍ନାକୁ ଆସ, ମୋତେ ମୁକାବିଲା କର । ମୁଁ ଲୁଚିବା ଝିଅ ନୁହେଁ…ମିଡିଆ ଆଗରେ…

ମିଲ୍କମେଡ ଡବାରେ ଫସିଲା ଗୋଧୀର ମୁହଁ

ଭୁବନେଶ୍ଵର: ମିଲ୍କମେଡ ଡବାରେ ଫସିଲା ଗୋଧୀର ମୁହଁ । ମୁହଁ ବାହାର କରିପାରୁନଥିବାରୁ ଛାଟିପିଟି ହେଉଛି ଗୋଧୀ । ଭୁବନେଶ୍ୱର ବଡଗଡ ଅଞ୍ଚଳରେ ଥିବା ମେଘେଶ୍ଵର କଲୋନୀରେ ଦେଖିବାକୁ ମିଳିଛି ଏହି ଘଟଣା । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଗୋଧୀଟିକୁ ଉଦ୍ଧାର କରିଥିଲେ ସ୍ନେକ୍ ହେଲ୍ପ ଲାଇନ । ଗୋଧୀର…

ବିଜେଡି ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ: ଲଗାତାର ସଫଳତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରେୟ ଦେଲେ ନେତା

ଭୁବନେଶ୍ୱର: ରାଜ୍ୟ ବିଜୁ ଜନତା ଦଳର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନଠାରେ ଅନୁଷ୍ଠିତ ହୋଇଯାଇଛି ।   ବିଜୁ ବାବୁଙ୍କର ଫଟୋଚିତ୍ରରେ ପ୍ରଥମେ ଶ୍ରଦ୍ଧା ସୁମନ ଅର୍ପଣ ଓ ବନ୍ଦେ ଉତ୍କଳ ଜନନୀ ଗାନ…

ସିଂହଦ୍ବାରରେ ମହାପ୍ରଭୂଙ୍କ ମୂଷିକ ଭକ୍ତ

ପୁରୀ : ମହାପ୍ରଭୁ ଜଗନ୍ନାଥଙ୍କ ମହିମା ଅପାର। ସେ ହେଉଛନ୍ତି ସାରା ବ୍ରହ୍ମାଣ୍ଡର ଠାକୁର ।  ବିଶ୍ବର କୋଣ ଅନୁକୋଣରୁ ପ୍ରତିଦିନ ଶହ ଶହ ଶ୍ରଦ୍ଧାଳୁ ବଡ ଠାକୁରଙ୍କୁ ଦର୍ଶନ କରିବା ଲାଗି ଆସନ୍ତି  । କେବଳ ମନୁଷ୍ୟ ନୁହଁନ୍ତି , ଦେବତା, ଦାନବ, ଯକ୍ଷ ଯେପରି କାଳିଆ ଠାକୁରଙ୍କ ଦର୍ଶନ ପାଇଁ…

ବେକାର ଯୁବକ-ଯୁବତୀଙ୍କୁ କେବେ ମିଳିବ ସ୍ଥାୟୀ ନିଯୁକ୍ତି?

ଭୁବନେଶ୍ବର : ରାଜଧାନୀରେ ଗର୍ଜିଲେ ବେକାର ଯୁବକ-ଯୁବତୀ  । ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ଥିଲା କେବେ ମିଳିବ ସ୍ଥାୟୀ ନିଯୁକ୍ତି । ଦୀର୍ଘ ଦିନ ହେବ ବେକାର ଯୁବକ-ଯୁବତୀ ମାନେ ସ୍ଥାୟୀ ନିଯୁକ୍ତି ଲାଗି ଦାବି କରିଆସୁଛନ୍ତି  । ହେଲେ ସରକାର ନିଦା ବିଷ୍ଣୁ ପାଲଟିଛନ୍ତି । ଏହାର ଉତ୍ତର…

ପାଣ୍ଡିଆନ ଆଗାମୀ ନିର୍ବାଚନ ଲଢିବେ ନାହିଁ : ସ୍ପଷ୍ଟ କଲା ବିଜେଡି

ଭୁବନେଶ୍ୱର:ନିର୍ବାଚନ ଲଢିବେନି ଭିକେ ପାଣ୍ଡିଆନ । ସେ ଜନସେବା କରିବେ । ସେ ଜନସେବା କରିବା ପାଇଁ ପ୍ରଶାସନିକ ସେବା ଚାକିରି ଛାଡିଛନ୍ତି । ଆଗକୁ ମଧ୍ୟ ଜନସେବା ଜାରି ରଖିବେ । ହେଲେ ସେ ଆଗାମୀ ନିର୍ବାଚନ ଲଢିବେ ନାହିଁ । ଏକଥା ସ୍ପଷ୍ଟ କରିଛନ୍ତି ବିଜେଡି ନେତା ତଥା ଉପସଭାପତି ଦେବୀ ମିଶ୍ର…

ଆଉ ୫ବର୍ଷ ବଢିଲା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ଅବଧି

ଭୁବନେଶ୍ବର : ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାର ଅବଧିକୁ ଆଉ ୫ ବର୍ଷ ବଢାଇଲେ ମୁଖ୍ୟମନ୍ତ୍ରୀ । ୨୦୨୪ ଜାନୁଆରୀ ପହିଲାରୁ  ୨୦୨୮ ଡିସେମ୍ବର ୩୧ ପର୍ଯ୍ୟନ୍ତ ହିତାଧିକାରୀ ମାନେ ଏହି ସୁବିଧା ପାଇବେ।  ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ୨୫୦ କୋଟି ଟଙ୍କା ହିସାବରେ ୫ ବର୍ଷରେ ୧୨୫୦ କୋଟି ଟଙ୍କା ନିଜ…