Latest Odisha News

BREAKING NEWS

Browsing Category

ଓଡିଶା

Odisha

ପାରାଦୀପ ଜାହାଜରୁ ୨୨ ପ୍ୟାକେଟ କୋକେନ ଜବତ: ଷ୍ଟିଲ ପ୍ଲେଟ ଆଣି ଆସୁଥିଲା MV DEBI ଜାହାଜ

ପାରାଦୀପ: ପାରାଦୀପ ବନ୍ଦର ପିଆଇସିଟି ବର୍ଥରେ ଚାଞ୍ଚଲ୍ୟ । ଷ୍ଟିଲ ପ୍ଲେଟ ନେଇ ପାରାଦୀପ ଆସିଥିବା MV DEBI PANAMA ଜାହାଜରୁ ଆଜି ସକାଳେ ୨୨ଟି ସନ୍ଦିଗ୍ଧ ପ୍ୟାକେଟ ମିଳିଥିଲା । ଜାହାଜଟି ଇଣ୍ଡୋନେସିଆରୁ ଆସିଥିଲା । ଜାହାଜ ଭିତରୁ ସନ୍ଦେହଜନକ ପ୍ୟାକେଟ ମିଳିବା ଘଟଣାର ଯାଞ୍ଚ ବେଳେ ସେହି…

୧୭ ମହଲାରୁ ଉଦ୍ଧାର ହେଲା ଅଢେ଼ଇ ଫୁଟର ଢମଣା ସାପ, କିପରି ଏତେ ଉପରକୁ ଗଲା ସେନେଇ ସନ୍ଦେହ…

ଭୁବନେଶ୍ଵର: ୧୭ ମହଲାରୁ ଉଦ୍ଧାର ହେଲା ଅଢେ଼ଇ ଫୁଟର ଢମଣା ସାପ । ଭୁବନେଶ୍ୱର ସିଯୁଆ ସ୍ଥିତ ୧୮ ମହଲା ଉଚ୍ଚ ଭିପୁଲ୍ ଗ୍ରୀନ ଆପାର୍ଟମେଣ୍ଟର ୧୭ ମହଲାରେ ଥିବା ଏ-୧୭୦୧ ନମ୍ବର ଘର ଭିତରୁ ଏକ ଅଢେ଼ଇ ଫୁଟର ଢମଣା ସାପ ଉଦ୍ଧାର ହୋଇଛି । ଆଜି ସକାଳେ ଘର ଭିତରେ ଏକ ହଳଦିଆ ରଙ୍ଗର ସାପକୁ ଦେଖି…

ଭୁବନେଶ୍ୱରରେ ପହଞ୍ଚିଲେ ଉତ୍ତରକାଶୀ ଟନେଲରେ ଫସିଥିବା ୪ ଓଡ଼ିଆ ଶ୍ରମିକ

ଭୁବନେଶ୍ୱର: ଟନେଲରୁ ଉଦ୍ଧାର ହୋଇଥିବା ୪ ଓଡ଼ିଆ ଶ୍ରମିକ ଭୁବନେଶ୍ୱରରେ ପହଞ୍ଚିଲେ । ଆଜି ମଧ୍ୟାହ୍ନରେ ସେମାନେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ଉତ୍ତରକାଶୀର ଟନେଲରେ ଫସିଥିବା ୪୧ ଶ୍ରମିକଙ୍କ ମଧ୍ୟରେ ୫ ଜଣ ଓଡ଼ିଆ ଶ୍ରମିକ ଥିଲେ । ତେବେ ୪ ଜଣ ଫେରିଥିବାବେଳେ ତପନ ମଣ୍ଡଳ…

ବାଲି ବୋଆ ସାପ କୁ ଜୀବନ୍ତ ଗିଳିଲା ନାଗ, ନାଗ ପେଟରୁ ବାହାରି ପୁଣି ବୁଲିଲା ବୋଆ ସାପ

ବରଗଡ: ଦେଢ଼ ଫୁଟର ବାଲି ବୋଆ ସାପ କୁ ଜୀବନ୍ତ ଗିଳିଦେଲା ସାଢେ ୩ ଫୁଟର ନାଗ । ଏପରି ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଭେଡେନ ହସ୍ପିଟାଲ ରୋଡ ନିର୍ମଳ ମେହେରଙ୍କ ଘରେ । ସମ୍ବଲପୁରୀ ଭାଷାରେ ସେଇ ସାପ କୁ ଫୁତକା ସାପ କୁହାଯାଏ । ହଠାତ୍ ଘରେ ଜରି ଖଡ ଖଡ ଶବ୍ଦ ଶୁଣି ନିର୍ମଳ କବାଟ ଖୋଲି…

ବଙ୍ଗୋପସାଗରରେ ଅବପାତ : ଡିସେମ୍ବର ୩ରେ ବାତ୍ୟା , ୪ରେ ଛୁଇଁବ ଉପକୂଳ

ଭୁବନେଶ୍ବର : ଅବପାତରେ ପରିଣତ ହେଲା ସୁଦୃଶ୍ୟ ଲଘୁଚାପ  । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଦକ୍ଷିଣପୂର୍ବ ରେ ଅବପାତରେ ପରିଣତ ହୋଇଛି । ପୁଡୁଚେରୀଠାରୁ ୭୯୦ , ଚେନ୍ନାଇଠାରୁ ୮୦୦ କିଲୋମିଟର ଦୂରରେ ଅବସ୍ଥିତ ରହିଛି । ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆହୁରି ଘନୀଭୂତ ହେବାର…

ଆଜିଠୁ କୋଣାର୍କ ମହୋତ୍ସବ: ଶାସ୍ତ୍ରୀୟ ସଙ୍ଗୀତ , ବାଦ୍ୟ ଓ ଘୁଙ୍ଗୁରର ରୁଣୁଝୁଣୁ ଶଦ୍ଦରେ ଆନମନା ହେବେ ଦର୍ଶକ

କୋଣାର୍କ : ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା  । ଆରମ୍ଭ ହେବ ଅନ୍ତର୍ଜାତୀୟ କୋଣାର୍କ ମହୋତ୍ସବ । କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ କୋଣାର୍କ ମହୋତ୍ସବର ଉଦଘାଟନୀ କାର୍ଯ୍ୟକ୍ରମ ରହିଛି । ଆଜିଠୁ ପୁଣି ଚଳଚଞ୍ଚଳ ହୋଇପଡିବ କୋଣାର୍କ । ଶାସ୍ତ୍ରୀୟ ସଙ୍ଗୀତ, ବାଦ୍ୟ ଆଉ ଘୁଙ୍ଗୁରର…

ଆଜିଠୁ କଂଗ୍ରେସର ତୁଳସୀ ଯାତ୍ରା

ପୁରୀ: ସଂକୀର୍ତ୍ତନ ପ୍ରତିବାଦ ପରେ ଆଜିଠୁ କଂଗ୍ରେସ ଆରମ୍ଭ କରୁଛି ‘ତୁଳସୀ ଯାତ୍ରା’ । ଆଜି ରାଜ୍ୟର ସମସ୍ତ ବ୍ଲକ ଓ ନଗରର ସାଧାରଣ ଜନତା, ଜଗନ୍ନାଥ  ପ୍ରେମୀ, ଭକ୍ତ, ଶ୍ରଦ୍ଧାଳୁ, ଯୁବକ , ଯୁବତୀ, ଛାତ୍ର ଛାତ୍ରୀ, ଭକ୍ତଙ୍କ ଠାରୁ ତୁଳସୀ ସଂଗ୍ରହ କରାଯିବ । ଜିଲ୍ଲା କଂଗ୍ରେସ ସଭାପତିଙ୍କ…

ଅଧାରହିଗଲା ତାରିଣୀ ଦର୍ଶନ: ଟ୍ରକକୁ ପିଟିଲା ଭ୍ୟାନ୍, ଚାଲିଗଲା ୮ଜୀବନ, ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଟଗାଁରେ ଦୁର୍ଘଟଣା ଘଟି ୮ଜଣଙ୍କ ମୃତ୍ୟୁ ଘଟଣା  । ମୃତକଙ୍କ ପରିବାରକୁ ୩ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ଏବଂ ଆହତ ୧୨ଜଣ ଙ୍କୁ ମାଗଣା ରେ ଉପଯୁକ୍ତ ଚିକିତ୍ସା…

ଭିଜିଲାନ୍ସ ଜାଲରେ ଫସିଲେ ଉଠା ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଗୁରା ସିଂ

ମୟୂରଭଞ୍ଜ: ଭିଜିଲାନ୍ସ ଜାଲରେ ଫସିଲେ ଆଉ ଜଣେ ସହକାରୀ ଯନ୍ତ୍ରୀ। ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ରାସଗୋବିନ୍ଦପୁର ଉଠା ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଗୁରା ସିଂ। ଏକ ବୋରୱେଲ କାର୍ଯ୍ୟର ସର୍ଭେ କରିବା ପାଇଁ ଧର୍ମପଦ ବେହେରାଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବାରମାଇଲ…

ବାଲିଆମ୍ବ ଗାଁରେ ଅଘଟଣ, ବାଲିରେ ପୋତି ହୋଇ ଦୁଇ ଶିଶୁ ମୃତ

ଅନୁଗୁଳ: ହଣ୍ଡପା ଥାନା ବାଲିଆମ୍ବ ଗାଁରେ ଅଘଟଣ। ବାଲିରେ ପୋତି ହୋଇ ଦୁଇ ଶିଶୁ ମୃତ। ମୃତ ଦୁଇ ଶିଶୁ ହେଲେ କାଳିଆ ବେହେରାଙ୍କ ପୁଅ ବାଦଲ ବେହେରା ଓ ସୁରେନ୍ଦ୍ର ପ୍ରଧାନଙ୍କ ପୁଅ ଜୟନ୍ତ ପ୍ରଧାନ। ଉଭୟଙ୍କ ବୟସ ୯ ବର୍ଷ ବୋଲି ଜଣାପଡିଛି। ସୂଚନା ଅନୁସାରେ ଉଭୟ ଶିଶୁ ନାଳକୁ ଯାଇଥିଲେ। ତେବେ…