Latest Odisha News

BREAKING NEWS

Browsing Category

ଓଡିଶା

Odisha

ନୂଆ ସରକାର ଆଇଏଏସ ସ୍ତରରେ କଲେ ଅଦଳ ବଦଳ, ଜାଣନ୍ତୁ କିଏ କେଉଁ ବିଭାଗ ପାଇଲେ

ଭୁବନେଶ୍ୱର: ନୂଆ ସରକାର ଆସିବା ପରେ କେବେ ଆଇଏଏସ ସ୍ତରରେ ଅଦଳ ବଦଳ ହେବ ଚର୍ଚ୍ଚା ଲାଗି ରହିଥିଲା । ଶେଷରେ ବୁଧବାର ରାଜ୍ୟ ସରକାର ଏହି ଅଦଳ ବଦଳ କରିଛନ୍ତି। ବୁଧବାର ଜାରି ବିଜ୍ଞପ୍ତି ଅନୁଯାୟୀ ଓଡ଼ିଶା ସରକାର ଆଇଏଏସ୍ କ୍ୟାଡରରେ ବଡ଼ ଧରଣର ପରିବର୍ତ୍ତନ କରିଛନ୍ତି। ମୁଖ୍ୟ ନିଯୁକ୍ତି…

ରଥଯାତ୍ରାର ୪ ଦିନ ପରେ ମାଉସୀ ମା’ ଘରେ ପହଞ୍ଚିଲା ବ୍ରହ୍ମ ତାଳଧ୍ଵଜ

କେନ୍ଦ୍ରାପଡା: ରଥଯାତ୍ରାର ଚାରିଦିନ ପରେ ମାଉସୀ ମା ମନ୍ଦିରରେ ପହଞ୍ଚିଲା କେନ୍ଦ୍ରାପଡା ଶ୍ରୀ ବଳଦେବଜୀଉଙ୍କ ବ୍ରହ୍ମତାଳଧ୍ବଜ ରଥ। ରଥଯାତ୍ରା ଦିନଠାରୁ ମାଉସି ମା ମନ୍ଦିର ଅଭିମୁଖେ ରଥ ବାହାରି ଥିଲା । ମାତ୍ର ବାରମ୍ବାର ରଥ ବାମ ମୋଡ ନେବାରୁ ଚକଡା ଲାଗିବାକୁ ବିଳମ୍ବ ହୋଇଥିଲା । ଶେଷରେ…

ଅଶାନ୍ତ ଗଞ୍ଜାମ: ଗୁଳିମାଡରେ ଯୁବକ ମୃତ୍ୟୁ

କବିସୂର୍ଯ୍ୟନଗର: ଅଶାନ୍ତ ଗଞ୍ଜାମ । ଗଞ୍ଜାମ କବିସୂର୍ଯ୍ୟନଗରରେ ଜଟେଶ୍ବର ପୋଖରୀ ପାଖରେ ଗୁଳି ମାଡ଼ରେ ଟଳି ପଡ଼ିଲେ ଯୁବକ। କିଏ ଓ କାହିଁକି ଗୁଳି କରି ହତ୍ୟା କଲା ତାହା ଜଣାପଡ଼ି ନଥିବା ବେଳେ ମୃତ ଯୁବକ ଜଣଙ୍କ ହେଉଛନ୍ତି କବିସୂର୍ଯ୍ୟନଗର ଏନଏସି ନଈସାହିର ତ୍ରିନାଥ ମଲ୍ଲିକ । ପୋଲିସ…

ସମ୍ବଲପୁରରୁ ହଟିଲା ଧାର୍ମିକ ଶୋଭାଯାତ୍ରା କଟକଣା, ଗତବର୍ଷ ହନୁମାନ ଜୟନ୍ତିରେ ଲାଗିଥିଲା

ସମ୍ବଲପୁର: ସମ୍ବଲପୁରରୁ ହଟିଲା ଧାର୍ମିକ ଶୋଭାଯାତ୍ରା କଟକଣା। ଏକ ବର୍ଷ ପାଇଁ ଧାର୍ମିକ ଶୋଭାଯାତ୍ରା ଉପରେ ଲାଗିଥିବା କଟକଣାକୁ ହଟାଇଛି ସମ୍ବଲପୁର ଜିଲ୍ଲା ପ୍ରଶାସନ । ଆଗକୁ ଆସୁଥିବା ମହରମ୍ ପର୍ବକୁ ଦୃଷ୍ଟିରେ ରଖି କଟକଣା ହଟାଇଛି ପ୍ରଶାସନ । ଗତ ବର୍ଷ ହନୁମାନ ଜୟନ୍ତୀ ପାଳନ ବେଳେ…

ମହାନଦୀରୁ ବିରଳ ‘ବୁଧିଆ’ ମାଛ ଉଦ୍ଧାର

ସମ୍ବଲପୁର: ଜାଲରେ ପଡ଼ିଲା ଏକ ବିରାଟକାୟ ମାଛ। ସମ୍ବଲପୁରର ବୁର୍ଲାରେ ମହାନଦୀରୁ ଏହି ମାଛ ଉଦ୍ଧାର ହୋଇଛି। ଯାହାର ଓଜନ ୬୦ କେଜି ହେବ ବୋଲି ଜଣାପଡିଛି। ବୁର୍ଲା ସାଇଫନରୁ ଧରା ପଡ଼ିଥିବା ଏହି ମାଛର ନାମ ବୁଧିଆ ମାଛ ବୋଲି ସୂଚନା ମିଳିଛି। ହୀରାକୁଦ ଡ୍ୟାମ ଦକ୍ଷିଣ ପାର୍ଶ୍ଵ ତଳ ମୁଣ୍ଡରେ…

ଚାଲିଥିଲା ପ୍ରୋସେସନ, ବରର ବାପାଙ୍କ ଉପରେ ଚଢ଼ିଗଲା ବରଯାତ୍ରୀ ବସ୍

ନରସିଂହପୁର: ବାହାଘର ପ୍ରୋସେସନରେ ଅଘଟଣ। ପୁଅ ବାହାଘର ପ୍ରୋସେସନ୍‌ରେ ଚାଲିଗଲା ବାପାର ଜୀବନ। ପ୍ରୋସେସନ୍‌ ବେଳେ ବରଯାତ୍ରୀ ବସ୍ ଧକ୍କାରେ ବରର ବାପା ମୃତ।ନରସିଂହପୁର ଥାନା ଚତରାପଦା ଛକରେ ଚଢ଼ିଗଲା ବରଯାତ୍ରୀ ବସ୍। ସୂଚନା ଅନୁସାରେ, ବିବାହ ପାଇଁ ବରଯାତ୍ରୀ ଧରି ନରସିଂହପୁରରୁ ଯାଉଥିବା…

ହ୍ୟୁମାନ ସାଗର ବିବାଦରେ ମନୋଜ ମିଶ୍ର ଟୁଇଷ୍ଟ

ଭୁବନେଶ୍ବର: ହ୍ୟୁମାନ ସାଗର ବିବାଦରେ ନୂଆ ଟୁଇଷ୍ଟ। ଜଗନ୍ନାଥ ଭଜନକୁ ପରିହାସ କରି ଗାଇବାକୁ ନେଇ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ରୁକୁ ସୁନାଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି । ସୋସିଆଲ୍ ମିଡିଆରେ ବି ଉଭୟ କଣ୍ଠଶିଳ୍ପୀଙ୍କୁ ସମାଲୋଚନା କରିଛନ୍ତି ଲୋକେ । ଏପରିକି ସେମାନଙ୍କୁ ବୟକଟ୍ ଓ…

ପ୍ରଭୁ ବଳଭଦ୍ରଙ୍କ ପଡ଼ିଯିବା ଘଟଣା: ୩ଜଣିଆ କମିଟି ଗଠନ, ନିଳାଦ୍ରିବିଜେର ୧୦ ଦିନ ଭିତରେ ରିପୋର୍ଟ

ପୁରୀ: ପରିଚାଳନା କମିଟି ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା। ୧୪ରେ ରତ୍ନ ଭଣ୍ଡାର ଖୋଲିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। କିନ୍ତୁ କେବେ ଖୋଲିବ ସେନେଇ ସରକାର ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ…

କାଲିର ଘଟଣାରୁ ଯାହା ଶିଖିବା କଥା ସେବାୟତ ଶିଖିଛନ୍ତି: ଗଜପତି

ପୁରୀ: ବଡ଼ଠାକୁର ପଡ଼ିଯିବା ଘଟଣା। ପରିଚାଳନା ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜା। ଯାହା ଘଟିଲା ତାହା ସମସ୍ତଙ୍କୁ ମର୍ମାହତ କରିଛି । କାଲିର ଘଟଣାରୁ ଯାହା ଶିଖିବା କଥା ସେବାୟତ ଶିଖିଛନ୍ତି। ଘଟଣାର ଯେପରି ପୁନରାବୃତ୍ତି ନହୁଏ ସେଥିପ୍ରତି ଯତ୍ନବାନ ହେବେ ବୋଲି କହିଛନ୍ତି…

ଓଡିଶାରେ କାମ କଲେ ଓଡିଆ ଶିଖ

ଭୁବନେଶ୍ବର: ଓଡିଶାରେ କାମ କରିବାକୁ ହେଲେ ଶିଖିବାକୁ ପଡିବ ଓଡିଆ ଭାଷା । ଗାଁ ଗହଳି ଲୋକ ହିନ୍ଦୀ ବୁଝନ୍ତିନି । ଗାଁରୁ ଜଣେ କେହି ଆସିଲେ ସେ କେମିତି ଶିଖିବ? ଏମିତି ଚାଲିବନି, ଓଡିଆ ଶିଖିବାକୁ ପଡିବ ବୋଲି ସିଧା ସିଧା କହିଛନ୍ତି ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ରାଜ୍ୟର…