Latest Odisha News

BREAKING NEWS

Browsing Category

ଓଡିଶା

Odisha

ମାଲିକ ସଂଘରେ ଫାଟ ନାହିଁ : ଘରୋଇ ବସ୍ ମାଲିକ ସଂଘ ସାଧାରଣ ସଂପାଦକ

ଭୁବନେଶ୍ବର: ଆଜି ଘରୋଇ ବସ୍ ଧର୍ମଘଟ ଜାରି ରହିଥିବା ବେଳେ କେତେକ ସ୍ଥାନରେ ବସ୍ ଚଳାଚଳ କରୁଥିବାର ଖବର ସାମ୍ନାକୁ ଆସିଛି । ବାଲେଶ୍ବର ଜିଲ୍ଲାରେ କିନ୍ତୁ ବସ୍ ଧର୍ମଘଟର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି । ବାଲେଶ୍ୱରରେ ଗୋଟିଏ ସଂଘ ରାଜ୍ୟ ଘରୋଇ ବସ ମାଲିକ ସଂଘର ଧର୍ମଘଟ ଡାକରାକୁ…

ପାର୍ବଣ ପୂର୍ବରୁ ଆକ୍ସନ ମୋଡରେ ଅବକାରୀ ବିଭାଗ : ସାଲିଆ ସାହିରେ ଚଢାଉ, ବିପୁଳ ମଦ ସାମଗ୍ରୀ ଜବତ, ୧୫ ଗିରଫ

ଭୁବନେଶ୍ବର: ପାର୍ବଣ ପୂର୍ବରୁ ଆକ୍ସନ ମୋଡରେ ଅବକାରୀ ବିଭାଗ । ପୂଜା ପାଇଁ ମଦ ପ୍ରସ୍ତୁତ ହେଉଥିବାବେଳେ ଛାପା ମାରିଛି ଅବକାରୀ ଥାନା । ଚଢାଉ କରି ଶହ ଶହ ଲିଟର ମଦ ନଷ୍ଟ କରିଛି ଅବକାରୀ ବିଭାଗ । ଏଥି ସହ ମଦ ପ୍ରସ୍ତୁତ ପାଇଁ ସମସ୍ତ ସାମଗ୍ରୀ ଜବତ କରିଛି । ସୂଚନା ମୂତାବକ ସାଲିଆ ସାହିରେ…

ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି : ୨୩ ତାରିଖ ବେଳକୁ ଅବପାତର ରୂପ ନେବା ସମ୍ଭାବନା

ଭୁବନେଶ୍ବର: ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଦକ୍ଷିଣ-ପଶ୍ଚିମ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏହି  ଲଘୁଚାପ କ୍ଷେତ୍ର ଟି ସୃଷ୍ଟି ହୋଇଛି । କ୍ରମଶଃ ଏହା ଅଧିକ ଘନୀଭୂତ ହୋଇ ୨୩ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ…

ଆସୁଛନ୍ତି ମହାମାୟା, ଆଜି ପୀଠରେ ସପ୍ତମୀ, ମଣ୍ଡପରେ ମାଆଙ୍କ ଷଷ୍ଠୀ ପୂଜା

ଭୁବନେଶ୍ଵର: ଆସୁଛନ୍ତି ମହାମାୟା । ଆଜି ପୀଠରେ ମାଆଙ୍କ ସପ୍ତମୀ ପୂଜା, ମଣ୍ଡପରେ ପାଳନ ହେବ ଷଷ୍ଠୀ ପୂଜା । ଜଗତଜନନୀଙ୍କ ଆଗମନ ପାଇଁ ସବୁଠି ଉତ୍ସବର ପରିବେଶ । ବେଲଗଛ ମୂଳେ ଷଷ୍ଠୀ ପୂଜା କରାଯିବା ପରେ ମା’ଙ୍କୁ ମଣ୍ଡପକୁ ଆବାହନ କରାଯିବ । ନଦୀରୁ ପବିତ୍ର ଜଳ ଅଣାଯାଇ ମଣ୍ଡପରେ ମା’ଙ୍କୁ…

ଆଜିଠୁ ବସ ଧର୍ମଘଟ: ଲୋକଙ୍କ ସ୍ୱାର୍ଥ ପାଇଁ ଧର୍ମଘଟରୁ ଓହରି ଆଲୋଚନା କରିବାକୁ ଆହ୍ୱାନ ଦେଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର:ଆଜିଠୁ ବସ୍ ଧର୍ମଘଟ ଡାକରା ଦେଇଛି ଘରୋଇ ବସ ମାଲିକ ସଂଘ । ରାଜ୍ୟରେ ଅନିର୍ଦ୍ଦିଷ୍ଟ କାଳ ଯାଏ ଗଡିବନି ବସ । ଗତକାଲି ସରକାରଙ୍କ ସହ ଘରୋଇ ବସ ମାଲିକ ସଂଘର ବୈଠକ ବସିଥିଲା । ହେଲେ କୌଣସି ନିଷ୍କର୍ସ ବାହାରି ପାରି ନ ଥିଲା । ଫଳରେ ଆଜି ରାଜ୍ୟରେ ୧୪ ହଜାର ବସ ଚଳାଚଳ ବନ୍ଦ…

ବସ ଧର୍ମଘଟ ଡାକରାରେ ଫାଟ, ବାଲେଶ୍ୱରରେ ବସ୍‌ ଚଳାଇବାକୁ ନିଷ୍ପତ୍ତି

ବାଲେଶ୍ବର: ଗୋଟିଏ ପଟେ ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ସଂଘ ଧର୍ମଘଟ ଡାକରା ଦେଇଛି, ଅନ୍ୟପଟେ ଏହି ଧର୍ମଘଟ ଡାକରାରେ ଫାଟ ଦେଖିବାକୁ ମିଳିଛି। ବାଲେଶ୍ବର ବସ ସଂଘ କହିଛି, ରାତି ଅଧିଆ ବସ ଧର୍ମଘଟ କରିବା ଠିକ୍ ନୁହଁ। ସେମାନେ କଟକ, ଭୁବନେଶ୍ୱରକୁ ବସ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି…

ବସ ଧର୍ମଘଟକୁ ଏକପାଖିଆ ନିଷ୍ପତ୍ତି କହିଲେ ମନ୍ତ୍ରୀ, ଲିଖିତ ଚିଠି ମାଗିଲା ସଂଘ

ଭୁବନେଶ୍ୱର: ଘରୋଇ ବସ ମାଲିକ ସଂଘର ଧର୍ମଘଟ ଡାକରାକୁ ଏକପାଖିଆ କହିଲେ ପରିବହନ ମନ୍ତ୍ରୀ ଟୁକୁନି ସାହୁ। ଧର୍ମଘଟ କରିବା ଅପେକ୍ଷା ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିହେବ ବୋଲି ସେ କହିଛନ୍ତି। ତେବେ ବନ୍ଦ ପାଳନ ବେଳେ ସରକାରୀ ବସ୍ ଯେଭଲି ଚାଲିବା କଥା ଚାଲିବ ଏବଂ ଲକ୍ଷ୍ମୀ…

ପୁରୀରୁ ହାତୀ ଦାନ୍ତ ଜବତ, ୩ ଗିରଫ

ପୁରୀ:  ବିପଦରେ ହାତୀଙ୍କ ଜୀବନ । ରାଜ୍ୟରେ ଅନେକ ସମୟରେ କେଉଁଠି ହାତୀ ବିଦ୍ୟୁତ ଆଘାତରେ ପ୍ରାଣ ହରାଉଥିବାବେଳେ, କେଉଁଠି କୂଅରେ ପଡି ପ୍ରାଣ ଯାଉଛି ତ ଆଉ କେଉଁଠି ଶିକାରୀମାନଙ୍କ ହାବୁଡରେ । ନିକଟରେ ବାରିପଦାର ଶିମିଳିପାଳ ଓ ରାୟଗଡାରୁ ହାତୀକୁ ମାରି ତାର ଦାନ୍ତ ବିକ୍ରି କରୁଥିବାବେଳେ,…

ଧରାପଡିଲେ ଏଟିଏମ ଲୁଟେରା ଗ୍ୟାଙ୍ଗ, ଜାମର ଲଗାଇ ଚୋରି କରୁଥିଲେ ଟଙ୍କା

ବରଗଡ଼: ଜିଲ୍ଲା ପୋଲିସକୁ ମିଳିଲା ବଡ଼ ଧରଣର ସଫଳତା। ତିନି ଆନ୍ତଃରାଜ୍ୟ ଏଟିଏମ ଠକଙ୍କୁ ଗିରଫ କରିବାରେ ସଫଳ ହେଲା ବରଗଡ଼ ପୋଲିସ। ସେମାନଙ୍କଠାରୁ ଏକ କାର ସହିତ ମାରଣାସ୍ତ୍ର ଓ ଅନେକ ସାମଗ୍ରୀକୁ ପୋଲିସ ଜବତ କରିଛି। ବହୁ ଚାଲାକିର ସହିତ ଏଟିଏମ ସମ୍ମୁଖରେ ଛିଡା ହୋଇ ଟେକ୍ନୋଲୋଜିର ବ୍ୟବହାର…

ମହିଳା ଡାକ୍ତରଙ୍କଠାରୁ ସୁନା ଚେନ ଲୁଟ ମାମଲା: ୨ ଅଭିଯୁକ୍ତଙ୍କୁ ୨ ବର୍ଷ ସଶ୍ରମ ଦଣ୍ଡାଦେଶ

ଭୁବନେଶ୍ୱର: ଦୀର୍ଘ ଦିନ ଧରି ସୁନା ଲୁଟ କରି ଆସୁଥିବା ୨ ଅଭିଯୁକ୍ତଙ୍କୁ କୋର୍ଟଙ୍କ ଜେଲ ଦଣ୍ଡାଦେଶ। ଆଜି ଭୁବନେଶ୍ୱରସ୍ଥିତ ପ୍ରଥମ ଶ୍ରେଣୀ ବିଚାରପତି (୫) ସବ୍ୟସାଚୀ ପଣ୍ଡାଙ୍କ ଦ୍ୱାରା ଆସାମୀ ପ୍ରଦୀପ କୁମାର ଓ ବିକାଶ କୁମାରଙ୍କୁ ସୁନା ଚେନ ଲୁଟ ମାମଲାରେ ଦଣ୍ଡାଦେଷ ଦେଇଛନ୍ତି। ଗତ ୫…