Latest Odisha News

BREAKING NEWS

Browsing Category

ଓଡିଶା

Odisha

ହିତାଧୀକାରୀଙ୍କ ପାଇଁ ସ୍ଵପ୍ନ ସରକାରୀ ଯୋଜନା, ପାଲଟଣା ଘରେ ଜୀବନ କାଟୁଛନ୍ତି ୫ ପ୍ରାଣୀ

ନବରଙ୍ଗପୁର: ରହିବାକୁ ପକ୍କାଘର ଖଣ୍ଡେ ନାହିଁ । ଛପର କରିବାକୁ ସମର୍ଥ ବି ନାହିଁ । ବର୍ଷାହେଲେ ଘର କାନ୍ଥ କେତେବେଳେ ଯେ ଗଳି ପଡିବ ଏହି ଚିନ୍ତାରେ ରାତିରେ ଆଖିରେ ନିଦ ଆସୁନାହିଁ । ପ୍ରଶାସନକୁ ଘର ଖଣ୍ଡିକ ପାଇଁ ଗୁହାରି କରିକରି ଥକିଗଲେଣି । ଚଳିତ ବର୍ଷାଦିନରୁ ରକ୍ଷା ପାଇବାପାଇଁ ଜରି…

ଟ୍ରାକ୍ଟର ଭର୍ତ୍ତି ଅଳିଆ ହୋଟେଲ୍ ଆଗରେ ଢାଳି ଦେଲା ବିଏମସି, ଜାଣନ୍ତୁ କାହିଁକି ?

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରକୁ ଡଷ୍ଟବିନ୍ ଓ ଆବର୍ଜନା ମୁକ୍ତ ପାଇଁ ବିଏମସି ପଦକ୍ଷେପ ନେଇଛି । ସ୍ୱତନ୍ତ୍ର ଅଳିଆ ଗାଡ଼ି ଆସି ଅଳିଆ ନେଉଛି । ତଥାପି କିଛି ଲୋକ ରାସ୍ତା ଉପରେ ଅଳିଆ ଫିଙ୍ଗି ଦେଉଛନ୍ତି । କଳ୍ପନା ଅଞ୍ଚଳର ଏକ ହୋଟେଲ୍ ରାସ୍ତା ଉପରେ ଅଳିଆ ପକାଇଥିବାରୁ ବିଏମସି ହୋଟେଲ୍…

ଖଡଗ ନଦୀଗର୍ଭ ଜଳାଶୟକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ: ଉପକୃତ ହେବେ ୩ ଜିଲ୍ଲାର ୨୦ ହଜାର ଲୋକ

ଭୁବନେଶ୍ୱର: ଖଡଗ ନଦୀରେ ନିର୍ମାଣ ହେବ ନଦୀଗର୍ଭ ଜଳାଶୟ। ୧୨୬ କୋଟି ଟଙ୍କାର ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ପୂର୍ବରୁ ଏହି ପ୍ରକଳ୍ପକୁ ବୈଷୟିକ ପରାମର୍ଶଦାତା କମିଟି ମଧ୍ୟ ସ୍ବୀକୃତି ପ୍ରଦାନ କରିଥିଲେ। ଏହି ପ୍ରକଳ୍ପ ଦ୍ବାରା ତିନୋଟି ଜିଲ୍ଲା ତଥା…

ଅଗ୍ନିଶମ ସେବା ବିଭାଗରେ ୨୬ ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ଓଡିଶା ଅଗ୍ନିଶମ ସେବା ବିଭାଗରେ ବିଭିନ୍ନ ପାହ୍ୟାରେ ୨୬ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏଥି ମଧ୍ୟରେ ତିନି ଗୋଟି ଷ୍ଟେସନ ଅଫିସର ପଦବୀ ଥିବା ବେଳେ ତିନି ଗୋଟି ଲିଡିଂ ଫାୟାର ମ୍ୟାନ ଓ କୋଡିଏଟି ଫାୟାର ମ୍ୟାନ ପଦବୀ ରହିଛି। ଏହି ନୂତନ…

୩୨ମାସରେ ଥରେ ଖୋଲେ ଏହି ମନ୍ଦିର: ପୂଜା ପାଆନ୍ତି ମଳ ନାରାୟଣ

ପୁରୀ: ଆରମ୍ଭ ହୋଇଛି ମଳ ମାସ । ଜୁଲାଇ ମାସ ୧୮ ତାରିଖ ମଙ୍ଗଳବାର ଠାରୁ ଅଗଷ୍ଟ ମାସ ୧୬ ତାରିଖ ବୁଧବାର ପର୍ଯ୍ୟନ୍ତ ମଳ ମାସ ପଡୁଛି । ମଳ ମାସ ହେଉଛି ଚନ୍ଦ୍ରମାସ ଓ ସୌରମାସ ମଧ୍ୟ ରେ ସାମ୍ୟ ରକ୍ଷା ପାଇଁ ପ୍ରତି ୩୨ ମାସରେ ଗଣନା କରାଯାଉଥିବା ଗୋଟିଏ ଅଧିମାସ । ପୁରୁଷୋତ୍ତମ ଜଗନ୍ନାଥ…

ଚାଲିଥିଲା ବାଲ୍ୟ ବିବାହ: ଅଟକାଇଲେ ଅଜା

କଟକ: ସମାଜ ଯେତେ ପରିବର୍ତ୍ତନର ଧାରାରେ ସାମିଲ୍ ହେଉଛି ସେତେ ସାମାଜିକ ବ୍ୟାଧିଗୁଡ଼ିକୁ ନିଜ ପାଦରେ ଦଳିଚାଲିଛି ଏବଂ ଏହି ବ୍ୟାଧିଗୁଡ଼ିକୁ ନିପାତ କରିବାକୁ ମଧ୍ୟ ନୂଆନୂଆ ପ୍ରୟାସ କରୁଛି । ଆଉ ସେ ପ୍ରୟାସରେ ସଫଳ ହେଉଛି ମଧ୍ୟ । ତା’ମଧ୍ୟରୁ ଏବେ ଆମ ରାଜ୍ୟରେ ଗୋଟିଏ ନୂଆ ସମସ୍ୟା ସୃଷ୍ଟି…

ନୂଆପଡ଼ା ଜିଲ୍ଲାରେ ବାଘ ଆତଙ୍କ, ଗୁହାଳରୁ ବାଛୁରୀ ଟାଣି ନେଇଗଲା ବାଘ

ନୂଆପଡା: ବନ୍ୟଜନ୍ତୁ ଆତଙ୍କ ଏକ ସାଧାରଣ ବ୍ୟାପାର ହୋଇ ଗଲାଣି। କେବେ ବାଘ ତ କେବେ ଭାଲୁ ନୂଆପଡ଼ା ଜିଲ୍ଲାରେ ଆତଙ୍କ ଖେଳାଇଛି। ଗତ କିଛି ଧରି ବାଘ ଆତଙ୍କ ଖେଳାଇ ଥିବା ବେଳେ ନୀରବତା ରହିଥିଲା। ଗତ ଗୋଟିଏ ସପ୍ତାହ ହେବ ଭାଲୁ ଦୁଇ ଜଣ ବନ କର୍ମଚାରୀଙ୍କ ସମେତ ଅନ୍ୟ ଦୁଇଜଣ ସାଧାରଣ ଲୋକଙ୍କୁ…

ବୋଲେରୋରୁ ୩୦ କେଜି ଗଞ୍ଜେଇ ଜବତ, ୩ ଗିରଫ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଗଞ୍ଜେଇ କାରବାର ଥମିବାର ନାଁ ଧରୁନଥିବା ବେଳେ ପୁଣି ଗଞ୍ଜେଇ ଜବତ ଘଟଣା ସାମ୍ନାକୁ ଆସିଛି। ସୋନପୁର ଜିଲ୍ଲା ସଦର ବ୍ଲକ ଶରଧାପାଲି ଛକରେ ପାଟ୍ରୋଲିଂ ଚାଲିବା ବେଳେ ଏକ ବୋଲେରୋରୁ ୩୦ କେଜି ଗଞ୍ଜେଇ ଧରିଲା ଅବକାରୀ ବିଭାଗ। ପାଟ୍ରୋଲିଂ ବେଳେ ବୋଲେରୋଟି…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଦକ୍ଷିଣ ଓଡ଼ିଶା ପାଇଁ ସତର୍କ ସୂଚନା ଜାରି

ଭୁବନେଶ୍ଵର: ବଙ୍ଗୋପସାଗରେ ସୃଷ୍ଟି ହେଲା ଲଘୁଚାପ । ଏହା ପ୍ରଭାବରେ ପ୍ରଭାବରେ ଆସନ୍ତା ୨୪ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।  ଭୁବନେଶ୍ୱର ଆଞ୍ଚଳିକ ପାଣିକେନ୍ଦ୍ର ପକ୍ଷରୁ ଏନେଇ ଟ୍ୱିଟ୍‌ କରି ସୂଚନା ଦିଆଯା଼ଇଛି। କେତେକ ସ୍ଥାନରେ ୨୦୦ ମିଲିମିଟରରୁ ଅଧିକ…

ରୂପାନ୍ତର ହେବ ୧୭୭୧ ହାଇସ୍କୁଲ; ଛାତ୍ରଛାତ୍ରୀ, ପ୍ରଧାନଶିକ୍ଷକଙ୍କ ସହ 5T ସଚିବଙ୍କ ଆଲୋଚନା

ଭୁବନେଶ୍ୱର: ମୋ ସ୍କୁଲ ଅଧିନରେ ରାଜ୍ୟରେ ଏପର୍ଯ୍ୟନ୍ତ ତିନୋଟି ପର୍ଯ୍ୟାୟରେ ୬୮୮୩ ହାଇସ୍କୁଲ ରୂପାନ୍ତରଣ କାମ ସମ୍ପୂର୍ଣ୍ଣ ହୋଇଛି। ଚତୁର୍ଥ ପର୍ଯ୍ୟାୟ ରୁପାନ୍ତରଣ କାର୍ଯ୍ୟକ୍ରମ ଅଧିନରେ ଡିସେମ୍ବର ୨୦୨୩ ସୁଦ୍ଧା ରାଜ୍ୟର ସମସ୍ତ ୮୬୫୪ ସରକାରୀ ହାଇସ୍କୁଲ ଗୁଡିକରେ ରୂପାନ୍ତର କାମ ଶେଷ କରିବା…