Latest Odisha News

BREAKING NEWS

Browsing Category

ଓଡିଶା

Odisha

ରଥଯାତ୍ରା ଦେଖିବା ପାଇଁ ବାହାରିଥିଲେ ବାପା-ପୁଅ; ଅଧାବାଟରେ ବାଇକୁ ପିଟିଦେଲା ବସ୍

ବାରିପଦା: ରଥଯାତ୍ରା ଦେଖିବା ପାଇଁ ସକାଳୁ ସକାଳୁ ବାହାରିଥିଲେ ବାପା-ପୁଅ । ହେଲେ ଜଗତଠାକୁରଙ୍କ ଶେଷଦର୍ଶନ ସେ କରିପାରିଲେ ନାହିଁ । ରଥଟଣା ଆଶା ଅଧାରେ ଅଟକି ଯାଇଥିଲା । ବାଟରେ ଯିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ବସ ତାଙ୍କ ବାଇକକୁ ଚାପିଦେଲା । ଫଳରେ ବାଟରେ ଚାଲିଗଲା ବାପାଙ୍କ ଜୀବନ…

ବାହାନଗା ଟ୍ରେନ ଦୁର୍ଘଟଣା: ସିଗନାଲ ଜେଇଙ୍କୁ ଧରି ଭଡାଘର ଯାଞ୍ଚ କରୁଛି ସିବିଆଇ

ବାଲେଶ୍ୱର : ବାହାନଗା ରେଳ ଦୁର୍ଘଟଣାକୁ ସିବିଆଇ ତଦନ୍ତ ଜୋରଦାର କରିଛି । ଗତକାଲି ସିଗନାଲ ଜେଇଙ୍କ ଘର ସିଲ କରିଥିବାବେଳେ ଆଜି ତାଙ୍କୁ ଧରି ସିଲ ହୋଇଥିବା ଘରକୁ ଯାଇଛି ସିବିଆଇ । ସେଠାରେ ତାଙ୍କୁ ପଚରାଉଚରା କରୁଛି । ବହାନଗା ଷ୍ଟେସନ ସିଗନାଲ ଜେଇ ଅମୀର ଖାନ ଭଡାଘରେ ସିବିଆ ପକ୍ଷରୁ…

ହାତୀ ଉତ୍ପାତ: ବିନା ବାଧାରେ ଭାଙ୍ଗୁଛନ୍ତି ପାଚେରୀ, ବନ ଖଣ୍ଡ କର୍ମଚାରୀଙ୍କୁ ପଡୁନି ଫରକ

ଭୁବନେଶ୍ଵର: ଅଣ ଗ୍ୟାଜେଟେଡ ବନ ସେବା ସଂଘର ପାଟ୍ରୋଲିଂ ବନ୍ଦର ପ୍ରଭାବ ସାରା ରାଜ୍ୟରେ ଅନୁଭୂତ ହେବାକୁ ଲାଗିଲାଣି। ରାଜଧାନୀ ଭୁବନେଶ୍ଵରରେ ମଧ୍ୟ ଏହି ବନ୍ଦର ଖରାପ ପ୍ରଭାବ ଦେଖିବାକୁ ମିଳିଛି। ସୋମବାର ରାତିରେ ଭରତପୁର ଜଙ୍ଗଲ ଭିତରୁ ୩ଟି ହାତୀ ଆସି ଶିଖରଚଣ୍ଡୀ ପାହାଡ ପାଦ ଦେଶରେ ଥିବା…

ପବିତ୍ର ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି ପବିତ୍ର ରଥଯାତ୍ରା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାବାସୀ ସମେତ ଦେଶବାସୀଙ୍କୁ ରଥଯାତ୍ରା…

ସରିଲା ପହଣ୍ଡି; ରଥ ଉପରେ ତିନିଠାକୁର

ପୁରୀ:ଝୁଲି ଝୁଲି ନାଚି ନାଚି ଟାହିଆ ହଲେଇ ରଥ ଉପରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଘଣ୍ଟଘଣ୍ଟା ଧ୍ୱନିରେ ଗଗନ ପବନ କମ୍ପାଇ ଭକ୍ତଙ୍କ ଭିଡରେ ରଥ ଉପରକୁ ଆସିଛନ୍ତି ଶ୍ରୀଜଗନ୍ନା, ପ୍ରଭୁ ବଳଭଦ୍ର ଏବଂ ମା’ ସୁଭଦ୍ରା । ତିନିଠାକୁର ଏବେ ତିନି ରଥରେ ବିରାଜମାନ । ଭକ୍ତ ଆବେଗର ସହ…

କାହିଁକି ହୁଏ ରଥ ଯାତ୍ରା ? ଜାଣନ୍ତୁ ମହତ୍ତ୍ୱ

ପୁରୀ: ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ପ୍ରତିବର୍ଷ ପୁରୀରେ ରଥ ଯାତ୍ରା ହୁଏ । ରତ୍ନବେଦୀରୁ ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ଭାଇଭଉଣୀଙ୍କୁ ନେଇ ବାହାରି ଯାଆନ୍ତି କଳା ଠାକୁର । ଯେଉଁଥିରେ ସାମିଲ୍ ହେବାକୁ ଦେଶ ବିଦେଶରୁ ପୁରୀ ଛୁଟି ଆସିଥାନ୍ତି ଭକ୍ତଗଣ ।…

ଶ୍ରୀକ୍ଷେତ୍ର ଆକାଶ ମେଘ ଶୂନ୍ୟ, ଗୁଳୁଗୁଳିରେ ସନ୍ତୁଳି ହେବେ ଶ୍ରଦ୍ଧାଳୁ

ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ଶ୍ରୀକ୍ଷେତ୍ର ଜନ ସମୁଦ୍ର ପାଲଟିଛି । ବଡ଼ ଦାଣ୍ଡରେ ଭକ୍ତଙ୍କ ଗହଳି ଲାଗି ରହିଥିବା ବେଳେ ଆଜି ଶ୍ରୀକ୍ଷେତ୍ରର ଆକାଶ ପ୍ରାୟ ମେଘ ଶୂନ୍ୟ ରହିଛି । ଫଳରେ ଖରାର ମାତ୍ରା ଏବଂ ଉଚ୍ଚ  ଆଦ୍ରତା ହେତୁ ଗୁଳୁଗୁଳି ଲାଗି ରହିଥିବା ସୂଚନା ଦେଇଛି…

ଖେଳ ହେଲା କାଳ, ଯୁବକଙ୍କ ପେଟରେ ପଶିଲା ତୀର

ଢେଙ୍କାନାଳ: ଖେଳ ହେଲା କାଳ। ଯୁବକଙ୍କ ପେଟରେ ପଶିଗଲା ତୀର। ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାଶ ପଞ୍ଚାୟତ ଅନ୍ତର୍ଗତ ଜାମୁନାଳୀ ଗାଁରେ। ଗାଁରେ ଧନୁ ତୀର ମରାମରି ଖେଳୁ ଖେଳୁ ଜଣେ ଯୁବକଙ୍କ ପେଟରେ ତୀରଟି ପଶି ଯାଇଥିଲା। ଗୁରୁତର ଯୁବକ ଜଣକ ହେଲେ…

୨୧ ତାରିଖରୁ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ

ଭୁବନେଶ୍ୱର: ଆଉ ବଢିବନି ଗ୍ରୀଷ୍ମଛୁଟି। ଚଳିତମାସ ୨୧ ତାରିଖରୁ ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ଖୋଲିବ। କିଛି ଜିଲ୍ଲାରେ ଏବେବି ତାପମାତ୍ରା ଜାରି ରହିଥିବାରୁ ସେଠାକାର ପାଣିପାଗକୁ ଦୃଷ୍ଟିରେ ରଖି ଜିଲ୍ଲପାଳମାନେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେଇପାରିବେ ବୋଲି ବିଦ୍ୟାଳୟ…