Latest Odisha News

BREAKING NEWS

ରଥଯାତ୍ରା ଦେଖିବା ପାଇଁ ବାହାରିଥିଲେ ବାପା-ପୁଅ; ଅଧାବାଟରେ ବାଇକୁ ପିଟିଦେଲା ବସ୍

ବାରିପଦା: ରଥଯାତ୍ରା ଦେଖିବା ପାଇଁ ସକାଳୁ ସକାଳୁ ବାହାରିଥିଲେ ବାପା-ପୁଅ । ହେଲେ ଜଗତଠାକୁରଙ୍କ ଶେଷଦର୍ଶନ ସେ କରିପାରିଲେ ନାହିଁ । ରଥଟଣା ଆଶା ଅଧାରେ ଅଟକି ଯାଇଥିଲା । ବାଟରେ ଯିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ବସ ତାଙ୍କ ବାଇକକୁ ଚାପିଦେଲା । ଫଳରେ ବାଟରେ ଚାଲିଗଲା ବାପାଙ୍କ ଜୀବନ । ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ପୁଅର ଚିକିତ୍ସା ଚାଲିଛି ।   ଏମିତି ଦୁଃଖଦ ଖବର ଆସିଛି ମୟୂରଭଞ୍ଜ ଜିଲ୍ଲାରୁ ।

BjdElectrycity

ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ସାନକେରକ ଛକଠାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ପଦ୍ମଲୋଚନ ଗୋଛାୟତ ଓ ତାଙ୍କ ଘର ବେଲାମ ଅଞ୍ଚଳରେ  । ପଦ୍ମଲୋଚନ ସକାଳୁ ସକାଳୁ  ପୁଅକୁ ଧରି ବାଇକରେ ବାହାରି ପଡିଥିଲେ ରଥଯାତ୍ରା ଦେଖିବା ପାଇଁ । ତାଙ୍କ ଘରଠାରୁ ଅଳ୍ପ ଦୂରରେ ଥିବା ଜଗନ୍ନାଥ ମନ୍ଦିରରେ ପାଳିତ ହେଉଥିଲା ରଥଯାତ୍ରା । ତେଣୁ ବାପ-ପୁଅ ରଥଟଣା ଦେଖିବାକୁ ବାହାରିଥିଲେ ।

ହେଲେ ସାନକେରକ ଛକଠାରେ ଦୁଲାରୀ ନାମକ ଏକ ଯାତୟୀବାହୀ ବସ୍‌ ଆସି ତାଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ପଦ୍ମଲୋଚନଙ୍କର ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି ।  ଦୁର୍ଘଟଣା ପରେ ବସ୍‌ ଡ୍ରାଇଭର ଗାଡ଼ି ନେଇ ଫେରାର ହୋଇ ଯାଇଥିଲେ । ହେଲେ ସ୍ଥାନୀୟ ଲୋକ ବସକୁ ପିଛା କରି ବାରିପଦା ପୋଡା ଅସ୍ତିଆଠାର ତାକୁ ଧରି ଭଙ୍ଗାରୁଜା କରିଥିଲେ । ମୃତବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ଦେବା ଦାବିରେ ରାସ୍ତା ଅବରୋଧ ବି କରିଥିଲେ ।

Leave A Reply

Your email address will not be published.