Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜଧାନୀରେ ପବରେ ଯୁବତୀଙ୍କୁ ଅସଦାଚରଣ, ୧୦ ଗିରଫ

ଭୁବନେଶ୍ୱର: କମିସନରେଟ୍ ପୁଲିସ ମଙ୍ଗଳବାର ଚନ୍ଦ୍ରଶେଖରପୁର ଥାନା ଅଧୀନ ଏକ ପବ ଭିତରେ ଗଣ୍ଡଗୋଳ ଘଟଣାରେ ୧୦ ଜଣଙ୍କୁ ଗିରଫ କରିଛି। ଗତ ୧୧ ତାରିଖରେ ଜଣେ ଯୁବତୀ ଓ ତାଙ୍କ ଦୁଇ ସାଙ୍ଗ ପବକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା। ପବର ଜଣେ କର୍ମଚାରୀ ତାଙ୍କୁ ଅସଦାଚରଣ କରିଥିବା ଯୁବତୀ ଜଣକ…

୧୪ ଓ ୧୫ ତାରିଖରେ ରାଜ୍ୟର ସମସ୍ତ ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବ ବିଜେପି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ବିଜୁଳି ବିତରଣ କଂପାନୀ ଟାଟା ପାୱାରର ଅରାଜକତା ସମସ୍ତ ସୀମା ଉଲ୍ଲଂଘନ କରିଛି । ସରକାରଙ୍କ ନିୟନ୍ତ୍ରଣ ବାହାରେ ଟାଟା ପାୱାର ଅଛି ଏବଂ ସାଧାରଣ ଉପଭୋକ୍ତା ନାହିଁ ନଥିବା କଷ୍ଟ ଭୋଗୁଛନ୍ତି । ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରୀ…

ଶାଶୁ ଘର ଲୋକେ ଯୌତୁକରେ ବାଇକ ମାଗିବାରୁ ବାପ ଘର ଚାଲିଆସିଲା ନବ ବୋଧୂ

କନ୍ଧମାଳ: ବିବାହ ପରେ ପୁଅ ଘର ଲୋକେ ଯୌତୁକରେ ଗାଡି ମାଗିବାରୁ ଶାଶୂ ଘର ଛାଡି ବାପ ଘରେ ହାଜର ହୋଇଛି ନବବୋଧୂ। ଯଦିଓ ଆଜିର ଶିକ୍ଷିତ ସମାଜ ଯୌତୁକ ବିରୋଧୀ ବୋଲି ଦାବି କରୁଛି କିନ୍ତୁ କନ୍ଧମାଳ ବାଲୁଗୁଡାରେ ଯାହା ଘଟିଲା ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଆଦିବାସୀ ଅଧ୍ୟୁଷିତ…

ବିଜୁଳି ବିଭ୍ରାଟ ପ୍ରସଙ୍ଗ: ଅମରଙ୍କ ପରେ ସୁବାସ ଟାଟା ଉପରେ ବର୍ଷିଲେ

ଭୁବନେଶ୍ୱର: ଓଡ଼ିଶାରେ ବିଜୁଳି ଯୋଗାଣକୁ ନେଇ ରାଜ୍ୟ ସରକାର ଓ ଟାଟା ପାଓ୍ୱାର ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଏହାକୁ ନେଇ ରାଜନୈତିକ ପାଣିପାଗ ସରଗରମ ହୋଇଛି। ଏହି ବିବାଦ ମଧ୍ୟରେ ବିଜେଡି ସାଂସଦ ଅମର ପଟ୍ଟନାୟକ ଟାଟା ପାଓ୍ୱାରକୁ ଦାୟୀ କରି କହିଛନ୍ତି ଯେ, ଟାଟା ପାଓ୍ୱାରର ଲୋଡ୍…

ପାଚିକା-ସହାୟିକାମାନଙ୍କୁ ଭତ୍ତା ବାଣ୍ଟିଲେ ମୁଖମନ୍ତ୍ରୀ, ଶାଢ଼ି ପାଇଁ ଦେଲେ ୫୦୦ ଟଙ୍କା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନରେ ରାଜ୍ୟର ବିଦ୍ୟାଳୟ ଗୁଡିକରେ ନିୟୋଜିତ ଥିବା ପାଚିକା-ସହାୟିକା ମାନଙ୍କ ପାଇଁ ୧୧୭.୭୩ କୋଟି  ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରିଥିବା ବେଳେ ଶାଢ଼ି ପାଇଁ ଭତ୍ତା ମଧ୍ୟ ପ୍ରଦାନ କରିଛନ୍ତି । ଆର୍ଥିକ ସହାୟତା ଭାବେ ୧୧୭.୭୩…

ରଜ ପରେ ଟ୍ରେନ ଦୁର୍ଘଟଣାରେ ଚିହ୍ନଟ ହୋଇନଥିବା ଶବର ଅନ୍ତିମ ସଂସ୍କାର ପାଇଁ ବିଏମସି ପ୍ରସ୍ତୁତ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ସହର ମଧ୍ୟରେ ୪ଟି ସମ୍ଭାବ୍ୟ ସ୍ଥାନକୁ ଚିହ୍ନଟ କରାଯାଇଛି। ଯେଉଁଠାରେ ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତାହତଙ୍କ ଅନ୍ତିମ ସଂସ୍କାର କରାଯାଇପାରିବ। ସତ୍ୟନଗର ଇଲେକ୍ଟ୍ରିକ୍ ଶ୍ମଶାନ, ଆଇଗିଣିଆ, କପିଳପ୍ରସାଦସ ଏମ୍ସ ନିକଟରେ ଏବଂ…

ଠେଲା ଦୋକାନୀଙ୍କ ପାଇଁ ବ୍ରହ୍ମପୁର ଆଇଟିଆଇ ତିଆରି କଲା ସୁଲଭ ମୂଲ୍ୟର ଇ-ଟ୍ରଲି

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ) ପକ୍ଷରୁ ପରିବା ଓ ଫଳ ବ୍ୟବସାୟୀଙ୍କ ଦୈନନ୍ଦିନ କାମରେ ସହାୟକ ହେବା ପାଇଁ ଏକ ଇ-ଟ୍ରଲି ତିଆରି କରାଯାଇଛି। ଏହି ନବସୃଜନର ଉଦ୍ଦେଶ୍ୟ ହେଉଛି ସେହି ଦୋକାନୀମାନଙ୍କ ପାଇଁ ଯେଉଁମାନେ ରାସ୍ତା କଡରେ କିମ୍ବା…

କ୍ରିକେଟ ଖେଳ ବେଳେ ବଚସାରୁ ଗୁଳିକାଣ୍ଡ, ଦୁଇ ଅଭିଯୁକ୍ତ ଗିରଫ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ଅଞ୍ଚଳରେ ଜଣେ ଯୁବକଙ୍କ ଉପରକୁ ଗୁଳିମାଡ଼ କରିବା ଅଭିଯୋଗରେ ମଙ୍ଗଳବାର ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ଅଭିଯୁକ୍ତ ସୁରେଶ କୁମାର ଓ ରାଜୁ ସିଂଙ୍କୁ ଗିରଫ କରାଯାଇଛି। ରାହୁଲ ଦାସ ନାମକ ଜଣେ ଯୁବକଙ୍କ ଅଭିଯୋଗ ଆଧାରରେ ଏହି ଗିରଫ…

ଜୁନ ୧୬ରୁ ତିନି ମାସ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ଯ

ମୟୂରଭଞ୍ଜ: ଭାରତର ଅନ୍ୟତମ ବୃହତ ବ୍ୟାଘ୍ର ଅଭୟାରଣ୍ୟ ଶିମିଳିପାଳ ଜାତୀୟ ଉଦ୍ୟାନକୁ ୨୦୨୩ ଜୁନ୍ ୧୬ରୁ ସେପ୍ଟେମ୍ବର ୧୫ ଯାଏ ତିନି ମାସ ପାଇଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯିବ। ମୟୂରଭଞ୍ଜ ଜିଲ୍ଲାରେ ଥିବା ଏହି ପାର୍କକୁ ମୌସୁମୀ ଋତୁ ପୂର୍ବରୁ ବନ୍ଦ କରିଦିଆଯିବ। ବର୍ଷା ଋତୁର ବିପଦରୁ…

ପ୍ରଥମ ଜନଜାତି ଖେଳ ମହୋତ୍ସବ ଉଦ୍‍ଯାପିତ, ସମ୍ମାନ ରଖିଲା ଓଡ଼ିଶା

ଭୁବନେଶ୍ୱର: ଜୁନ୍‍ ୯ତାରିଖରୁ ୪ଦିନ ଧରି କିଟ୍‍ ବିଶ୍ୱବିଦ୍ୟାଳୟରେ ଚାଲିଥିବା ପ୍ରଥମ ଜନଜାତି ଖେଳ ମହୋତ୍ସବ ଉଦ୍‍ଯାପିତ ହୋଇଯାଇଛି । ଉଦ୍‍ଯାପନୀ ଉତ୍ସବରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତଥି ଭାବେ ଯୋଗ ଦେଇଥିବା ବେଳେ ରାଜ୍ୟ ସ୍କୁଲ୍‍ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସୁଦାମ…