Latest Odisha News

BREAKING NEWS

Browsing Category

ଓଡିଶା

Odisha

ଶୋଇଥିବା ବେଳେ ମହିଳାଙ୍କ ଉପରେ ମାଡ଼ିଗଲା କାର୍‌, କ୍ଷତିପୂରଣ ଦାବିରେ ରାସ୍ତାରୋକ

ବୌଦ୍ଧ : ଭାରସାମ୍ୟ ହରାଇ ଘରେ ପଶିଗଲା କାର୍‌ । ଶୋଇଥିବା ଅବସ୍ଥାରେ ମହିଳାଙ୍କ ଉପରେ ମାଡ଼ିଗଲା । ଘଟଣାସ୍ଥଳରେ ଚାଲିଗଲା ମହିଳାଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ବୌଦ୍ଧ ରାଧାନଗର ଗାଁରେ ଘଟିଛି । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ କାରଟି ଚାରିଛକ ପଟୁ ବୌଦ୍ଧ ଆଡ଼କୁ…

ଦେଶର ସମସ୍ତ ବନ୍ଦରକୁ ପଛରେ ପକାଇ ‘ସାଗର ଶ୍ରେଷ୍ଠ ସମ୍ମାନ’ ହାତେଇଲା ପାରାଦୀପ

ପାରାଦୀପ (କମର୍ଜିତ ଜେନା): ଜଗତସିଂହପୁର ଜିଲ୍ଲାରେ ଥିବା ପାରାଦୀପ ବନ୍ଦରକୁ ଭାରତର ସମସ୍ତ ପ୍ରମୁଖ ବନ୍ଦର ମଧ୍ୟରେ ସର୍ବାଧିକ ଅଭିବୃଦ୍ଧି ହାର ହାସଲ କରିଥିବାରୁ ବନ୍ଦର, ଜାହାଜ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ୨୦୨୩ ପାଇଁ ସମ୍ମାନଜନକ 'ସାଗର ଶ୍ରେଷ୍ଠ ସମ୍ମାନ' ପ୍ରଦାନ କରାଯାଇଛି। ବନ୍ଦର…

ଡଙ୍ଗରିଆ ମହିଳାଙ୍କଠୁ ଲାଞ୍ଚ ନେବା ଘଟଣା, ଖବର ପ୍ରକାଶ ପରେ ଟଙ୍କା ଫେରାଇଲେ କର୍ତ୍ତୃପକ୍ଷ

ରାୟଗଡା: ଓପିଲିପି କର୍ମଚାରୀ ଲାଞ୍ଚ ନେଇଥିବା ଟଙ୍କା ଫେରାଇଲେ ଟିମିଙ୍କୁ। ଅତିରିକ୍ତ ଜିଲ୍ଲାପାଳଙ୍କୁ ବାବୁ ଟଙ୍କା ମିଳିଲା କି, ବୋଲି ଟିମି ପଚାରିବାର ୨୪ ଘଣ୍ଟା ନପୂରୁୁଣୁ ତାଙ୍କ ନିକଟରେ ଶନିବାର ସକାଳୁ ସକାଳୁ ଟଙ୍କା ପହଞ୍ଚିଯାଇଥିଲା।ଲାଞ୍ଚ ବାବଦକୁ ନେଇଥିବା ଟଙ୍କା ଯେଉଁ ଦୁଇ ଜଣଙ୍କ…

ଘରକୁ ଫେରିବାକୁ ପୋଲ ଉପରେ ଛିଡ଼ା ହୋଇଥିବା ବେଳେ ଗୁଳିମାଡ଼ରେ ଗୌରୀଙ୍କର ମୃତ୍ୟୁ

ରାୟଗଡା: ଗୁଣପୁର ସହରରେ ଗୁଳିମାଡ଼ରେ ଆଶା ନାମକ ସଂସ୍ଥାର ନିର୍ଦ୍ଦେଶକ ଗୌରୀ ମିଶ୍ର (୫୫) ହତ୍ୟାର ଶିକାର ହୋଇଛନ୍ତି। ସ୍ଥାନୀୟ ବଂଶଧାରା ନଦୀ ପୋଲ ଉପରରେ ନିଜ ସାଙ୍ଗ ସାଥୀଙ୍କ ଗହଣରେ ଉପସ୍ଥିତ ଥିଲେ ଗୌରୀ। ଘରକୁ ଫେରୁଥିବା ସମୟରେ କେହି ଜଣେ ଅଜ୍ଞାତ ଲୋକ ଗୁଳି ମାରି ତାଙ୍କୁ ହତ୍ୟା…

ବାଙ୍ଗିରିପୋଷି-ଭୁବନେଶ୍ୱର ସୁପରଫାଷ୍ଟ ଏକ୍ସପ୍ରେସ ଏବେ ପୁରୀକୁ ସମ୍ପ୍ରସାରିତ

ଭୁବନେଶ୍ୱର: ମେ' ୧୫ ଠାରୁ ପୁରୀ ପର୍ଯ୍ୟନ୍ତ ଗଡ଼ିବ ବାଙ୍ଗିରିପୋଷି-ଭୁବନେଶ୍ୱର ଏକ୍ସପ୍ରେସ। ଅର୍ଥାତ ଏହା ବାରିପଦା ବାଙ୍ଗିରିପୋଷି ପଟୁ ଆସୁଥିବା ଏହି ଟ୍ରେନର ଅନ୍ତିମ ଷ୍ଟପେଜ ପୁରୀ ରହିବ। ସମ୍ପ୍ରସାରଣ ପାଇଁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଯାହା ବାଲେଶ୍ବର, ମୟୂରଭଞ୍ଜ ଜିଲ୍ଲାରୁ…

କଳିଙ୍ଗନଗରରେ ୫ଟି ଶ୍ରେଣୀଗୃହ ଦାନ କଲା ଟାଟା ଷ୍ଟିଲ୍ ଫାଉଣ୍ଡେସନ୍, ଉପକୃତ ହେବେ ୨୦୦ ଶିକ୍ଷାର୍ଥୀ

କଳିଙ୍ଗନଗର: ଯାଜପୁର ଜିଲ୍ଲା କଳିଙ୍ଗନଗରରେ ୨ଟି ପ୍ରକଳ୍ପ ଭେଟି ଦେଇଛି ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ । ବାରଗାଡ଼ିଆ ପଞ୍ଚାୟତରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ୫ଟି ଶ୍ରେଣୀଗୃହ ସହ ଏକ ଗୋଷ୍ଠୀ ପୋଖରିର ଉନ୍ନତିକରଣ କରାଯାଇଛି । ଏହାକୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ…

କିନ୍‍ସରେ ଅନ୍ତର୍ଜାତୀୟ ନର୍ସ ଦିବସ ପାଳିତ

ଭୁବନେଶ୍ୱର: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ନର୍ସିଂ ସାଇନ୍‌ସେସ୍ (କିନ୍‌ସ) ପକ୍ଷରୁ ଶୁକ୍ରବାର ଅନ୍ତର୍ଜାତୀୟ ନର୍ସ ଦିବସ ପାଳିତ ହୋଇଯାଇଛି । ଏଥିରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ସେବିକାଙ୍କ ମଧ୍ୟରେ ଦୟା ଓ କରୁଣା ମନୋଭାବ ସବୁଠୁ…

ସମ୍ ଅଲ୍ଟିମେଟ୍‌ରେ ଆନ୍ତର୍ଜାତୀୟ ନର୍ସେସ୍ ଦିବସ

ଭୁବନେଶ୍ୱର: ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଶୁକ୍ରବାର ଆନ୍ତର୍ଜାତିକ ନର୍ସେସ୍ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ମମ୍‌ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନର୍ସମାନେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି କହିଥିଲେ । ସେମାନେ…

ସିବିଏସଇ ଦ୍ୱାଦଶ ଶ୍ରେଣୀ ଫଳାଫଳରେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ରାଜ୍ୟ ଟପ୍ପର

ଭୁବନେଶ୍ୱର: ଓଡ଼ିଶାକୁ ପୁଣି ଗୌରବାନ୍ୱିତ କରିଛି ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ । ଶୁକ୍ରବାର ସିବିଏସ୍ଇ ଦ୍ୱାଦଶ ଓ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ ହୋଇଥିବା ବେଳେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲ୍ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି । ପୂର୍ବ ବର୍ଷ ଭଳି ସାଇ ଇଣ୍ଟରନ୍ୟାସନାଲ ସ୍କୁଲର…

ଅନଲାଇନ୍ ଜୁଆ ଖେଳ, ଦେବଗଡ଼ରୁ ୬ ଗିରଫ

ଦେବଗଡ଼: ବେଆଇନ୍ ଭାବେ ଅନଲାଇନ୍ ଜୁଆ ଖେଳ ମାମଲାରେ ୬ ଜଣ ଯୁବକଙ୍କୁ ଦେବଗଡ଼ ଜିଲ୍ଲାରୁ ଗିରଫ କରାଯାଇଛି । ସୂଚନା ଅନୁସାରେ, ଦେବଗଡ଼ର ଆଦର୍ଶ ଥାନା ପୋଲିସ ଲାଲୁସାହୁ ସ୍ଥିତ ଏକ ଭଡ଼ାଘରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା । ରେଡ୍ ବେଳେ ୬ ଯୁବକ ଧରା ପଡ଼ିଛନ୍ତି । ୬…