Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜି ଅକ୍ଷୟ ତୃତୀୟା, ଜମିବ ସୁନା ବେପାର

ଭୁବନେଶ୍ୱର : ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ଚଳିତବର୍ଷ ସୁନା ବେପାର ପୂର୍ବାପେକ୍ଷା ଜମିବ। ଅର୍ଥାତ୍ ବେପାର ଭଲ ରହିବ ବୋଲି ରାଜ୍ୟର ସୁନା ବ୍ୟବସାୟୀମାନେ ଆଶା ରଖିଛନ୍ତି । ସକାଳୁ ସକାଳୁ ଜୁଏଲାରୀ ଦୋକାନରେ ଲୋକଙ୍କର ଭିଡ଼ ଦେଖିବାକୁ ମିଳିଛି । ଲୋକମାନେ ମଧ୍ୟ ନିଜ ପସନ୍ଦର…

ସମ୍ବଲପୁରରେ ସ୍ୱାଭାବିକ୍‌ ଇଣ୍ଟରନେଟ୍‌ ସେବା, କୋହଳ ହେଲା କର୍ଫ୍ୟୁ

ସମ୍ବଲପୁର: ସୁଧୁରିଲା ସମ୍ବଲପୁର ସ୍ଥିତି । ସଚଳ ହେଲା ଇଣ୍ଟରନେଟ୍ ସେବା  । ଆଜି ସକାଳ ୬ଟାରୁ ସମ୍ବଲପୁରରେ ମୋବାଇଲରେ ଇଣ୍ଟରନେଟ୍ ସେବା ସଚଳ ହୋଇଛି । ଫଳରେ ଲୋକଙ୍କ ଭିତରେ ଆନନ୍ଦର ଲହରୀ ଖେଳିଯାଇଛି। ଦୀର୍ଘ ୧୦ ଦିନ ପରେ ଜିଲ୍ଲାରେ ଇଣ୍ଟରନେଟ୍ ସେବା ସ୍ୱାଭାବିକ ହୋଇଛି । ସେହିପରି ଆଜି…

ଆଜିଠୁ ଚନ୍ଦନଯାତ୍ରା, ଶୁଭ ଅନୁକୂଳ ହେବ ରଥକାମ

ପୁରୀ : ଆଜି ପବିତ୍ର ଅକ୍ଷୟ ତୃତୀୟା । ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ସହିତ ଘୋଷଯାତ୍ରା ପାଇଁ ରଥ ନିର୍ମାଣର ଶୁଭ ଅନୁକୂଳ ହେବ । ସେଥିପାଇଁ ସଜେଇ ହୋଇଛି ନରେନ୍ଦ୍ର ପୁଷ୍କରିଣୀ । ତେବେ ରଥଖଳାକୁ ଆଜ୍ଞାମାଳ ବିଜେ କରିବା ପରେ ୩ ଖଣ୍ଡ ଧଉରା କାଠରେ ରଥ ନିର୍ମାଣ ଅନୁକୂଳ କରାଯିବ । ବୈଶାଖ…

ରାଜ୍ୟରେ କାଳବୈଶାଖୀ ପ୍ରଭାବ, ୮ ଜିଲ୍ଲାରେ କୂଆପଥର ବର୍ଷା

ଭୁବନେଶ୍ୱର : ବଦଳିଛି ପାଣିପାଗ । ଗ୍ରୀଷ୍ମକୋପରୁ ଆଶ୍ୱସ୍ତି ଆଣିଦେଇଛି କାଳବୈଶାଖୀ। କିଛି ଦିନର ଅସହ୍ୟ ତାତି ପରେ କାଳବୈଶାଖୀ ଆଶ୍ୱସ୍ତି ଆଣିଦେଇଛି । ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ସହ ବର୍ଷା ହୋଇଛି । ଗତ ଦୁଇ ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ…

ଆଜିି ଭୁବନେଶ୍ୱରରେ ଜି -୨୦ ବୈଠକ, ‘ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା ପ୍ରଦର୍ଶନୀ’ର ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ଠାରେ ଜି-୨୦ ‘ଶିକ୍ଷା ଓ୍ୱାର୍କିଂ ଗ୍ରୁପ’ର ତୃତୀୟ ବୈଠକ ବସିବ। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର  ଆଇଏମଏମଟି ପରିସର ଠାରେ ଆୟୋଜିତ ଜି-୨୦ ଭାରତ ‘ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା’ ପ୍ରଦର୍ଶନୀର…

କୁଇ ଭାଷାରେ ପାଠ ପଢାଇବାକୁ ଲକ୍ଷ୍ୟ, ଏନସିଇଆରଟିର ୧୦ ଜଣିଆ କମିଟି ଗଠିତ

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରାମର୍ଶ କ୍ରମେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ପ୍ରଚଳିତ ‘କୁଇ ତଥା ଦେଶୀଆ’ ଭାଷାରେ ଶିକ୍ଷାଦାନ ଓ ଶିକ୍ଷା ଆହରଣ ନିମନ୍ତେ ଏନସିଇଆରଟି ପକ୍ଷରୁ ପାଠ୍ୟପୁସ୍ତକ ପ୍ରସ୍ତୁତ କରିବା ପାଇଁ ୧୦ ଜଣିଆ କମିଟି ଗଠନ…

ଉପସ୍ଥାନ କମ୍ ଥିବା ଦର୍ଶାଇ ବନ୍ଦ ହେଲା ସ୍କୁଲ୍ , ୫-ଟି ପଦକ୍ଷେପ ଉପରେ ଉଠିଲା ପ୍ରଶ୍ନ

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମ୍ ଥିବା ଦର୍ଶାଇ ଗୋଟିଏ  ୫-ଟି ସ୍କୁଲ ବନ୍ଦ କରିଛନ୍ତି ସରକାର। ରାଜଧାନୀର ୟୁନିଟ୍-୨ସ୍ଥିତ ଏହି ସରକାରୀ ଉଚ୍ଚ ବିଦ୍ୟାଳୟର ନବୀକରଣ କରାଯାଇ ୪୫ ଲକ୍ଷ ଟଙ୍କା ବ୍ୟୟରେ ସ୍ମାର୍ଟ ସ୍କୁଲରେ ପରିଣତ କରାଯାଇଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୩୫କୁ…

ବଦଳି ନୀତିରେ ଉଲ୍ଲଂଘନ ଅଭିଯୋଗ, ଶାସକ ଦଳକୁ ଘେରିଲେ ବିଜେପି ଓ କଂଗ୍ରେସ

ଭୁବନେଶ୍ୱର: ତିନି ବର୍ଷ ପରେ ବଦଳି ହେବା ନିୟମକୁ ବେଖାତିର କରି ଓଡିଶାର ରାଜସ୍ୱ ବିଭାଗ ଅନେକ ବର୍ଷ ଧରି ଗୋଟିଏ ସ୍ଥାନରେ ଅଧିକାରୀ ଓ କର୍ମଚାରୀକୁ ପଦବୀରେ ବସାଇଥିବା ଅଭିଯୋଗ ହୋଇଛି। ବରିଷ୍ଠ ଅଧିକାରୀ, କିରାଣୀ ଓ ସହାୟକଙ୍କ ବଦଳି ନୀତିକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଯୁଗ୍ମ ସଚିବ ଏକ…

ଜେଲରୁ ମୁକୁଳିବା ପରେ ଯୁବମୋର୍ଚ୍ଚାର ନେତାଙ୍କୁ ରାଲି କରି ପାଛୋଟି ନେଲା ବିଜେପି

ଭୁବନେଶ୍ୱର: ରାଜ୍ୟ ବିଜେପିର ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ, ଏବଂ ଅନ୍ୟ ୨୧ ଜଣ ଜେଲରୁ ମୁକୁଳିଛନ୍ତି । ଶନିବାର ଝାରପଡ଼ା ଜେଲ ପାଖରୁ ବିଜେପି ପାର୍ଟି ଅଫିସ୍ ଯାଏଁ ରାଲିରେ ଆସିଥିଲେ। ଏହାପରେ ସମସ୍ତଙ୍କୁ  ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସ୍ବାଗତ କରିଥିଲେ। ନବ ଦାସ…

ବ୍ରାଉନସୁଗାର ବିକ୍ରି ପାଇଁ ବାଇକ୍ ଧରି ଖୋଜୁଥିଲେ ଗ୍ରାହକ, ମାଡ଼ି ବସିଲା ଅବକାରୀ ବିଭାଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗକୁ ସଫଳତା ମିଳିଛି । ବାଇକ୍ ଧରି ବ୍ରାଉନସୁଗାର ବିକ୍ରି ବେଳେ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ନାଲକୋନଗର ଅଞ୍ଚଳର ଜଣେ ଯୁବକ ତାଳଚେର ଅଞ୍ଚଳରେ ବ୍ରାଉନସୁଗାର ବିକ୍ରି ପାଇଁ ଗରାଖ ଅପେକ୍ଷାରେ ଥିବା ବେଳେ ଗିରଫ ହୋଇଛନ୍ତି । ଗିରଫ ଯୁବକଙ୍କ…