Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିହାରରେ ଓଡ଼ିଆ ତୀର୍ଥଯାତ୍ରୀଙ୍କୁ ନେଇ ଯାଇଥିବା ବସ ଦୁର୍ଘଟଣାଗ୍ରସ୍ତ; ମହିଳା ମୃତ

ପାଟନା: ବିହାରରେ ଏକ ବସ ଦୁର୍ଘଟଣାରେ ଜଣେ ଓଡ଼ିଆ ମହିଳା ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟିଛି । ଦୁରଘଟଣାରେ ଅନେକ ଓଫିଆ ଆହତ ହୋଇଛନ୍ତି । ଶୁକ୍ରବାର ସକାଳେ ବିହାରର କୈମୁର ଜିଲ୍ଲାରେ ଏହ ଦୁର୍ଘଟଣା ଘଟିଛି । ସ୍ଥାନୀୟ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ,  ମୃତା ମହିଳାଙ୍କ…

‘ଡାଲି’ ଆଉ ‘ଶ୍ରଦ୍ଧା’ ପ୍ରସଙ୍ଗକୁ କାହିଁକି ଡରୁଛି ବିଜେଡି ? ବିଜେପି ପ୍ରଶ୍ନର ଉତ୍ତର ରଖିଲେ ଶାସକ ଦଳ ମୁଖ୍ୟ ସଚେତକ

ଭୁବନେଶ୍ୱର:ଦିନକୁ ଦିନ ସରଗରମ ହେଉଛି ରାଜନୖତିକ ମାହୋଲ । ଆରୋପ-ପ୍ରତ୍ୟାରୋପର ବାକଯୁଦ୍ଧରେ  ଟିଭି ପରଦାଠାରୁ ଆରମ୍ଭ କରି ସୋସିଆଲ ମିଡିଆ କମ୍ପୁଛି । ଆଜି ବିଜେପି ସାଂସଦ ଏବଂ ବିଧାୟକ ବସନ୍ତ ପଣ୍ଡା ଏବଂ ବିଧାୟକ ଜୟ ନାରାୟଣ ମିଶ୍ର ବିଜେଡି ସରକାର ଉପରେ ଜୋରଦାର ବର୍ଷିଛନ୍ତି ।…

ଅକ୍ଟୋବର ୨ରୁ ବୁଲିବ ସାଇବର ସଚେତନତା ରଥ, ଆସନ୍ତାକାଲି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ସୁବର୍ଣ୍ଣପୁର /ଭଦ୍ରକ : ସୁବର୍ଣ୍ଣପୁର ଜିଲ୍ଲାରେ  ଦିନକୁ ଦିନ ବୃଦ୍ଧି ପାଉଛି ସାଇବର ଅପରାଧ  । ତେଣୁ ଜିଲ୍ଲାବାସୀ ସଚେତନ କରିବା ଲାଗି ବୁଲିବ ସାଇବର ସଚେତନତା ରଥ  । ଏହା  ଆସନ୍ତା ୨ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ବୁଲିବ  । ଏ ନେଇ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ରେ ଅନୁଷ୍ଠିତ ଏକ…

ରତ୍ନଭଣ୍ଡାର ମରାମତି ମାମଲା: ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ରତ୍ନଭଣ୍ଡାର ମରାମତି ସମ୍ପର୍କିତ ମାମଲାରେ ଆସିଲା ହାଇକୋର୍ଟଙ୍କ ରାୟ । ରତ୍ନଭଣ୍ଡାର ମରାମତି ପାଇଁ ଗଠନ ହେବ ଉଚ୍ଚସ୍ତରୀୟ କମିଟି । ଏହି କମିଟି ୨ ମାସ ମଧ୍ୟରେ ଗଠନ କରାଯିବ । ଏମିତି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ରତ୍ନଭଣ୍ଡାର ମାମଲାର ଶୁଣାଣି କରି ହାଇକୋର୍ଟ ଶ୍ରୀମନ୍ଦିର…

ବେଆଇନ ମଦ ଭାଟିରେ ଚଢଉ: ୧୦୦ ବୋତଲ ବିଦେଶୀ ମଦ ଜବତ, ଜଣେ ଗିରଫ

ଯାଜପୁର: ଯାଜପୁର ଅବକାରୀ ବିଭାଗକୁ ବଡ ସଫଳତା ମିଳିଛି  ।  ଦଶରଥପୁର ଥାନା ପଲ୍ଲାସାହି ରେ ନକଲି ବିଦେଶୀ ମଦ ତିଆରି ବେଳେ ଚଢାଉ କରାଯାଇଛି  । ଫଳରେ ୧୦୦ ବୋତଲ ନକଲି ବିଦେଶୀ ମଦ ଜବତ କରାଯାଇଛି  । ଏବଂ ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି  । ଗିରଫ ଅଭିଯୁକ୍ତ ରମେଶ ଚନ୍ଦ୍ର ବେହେରାଙ୍କ…

ଗାଡ଼ି ପାର୍କିଂକୁ କେନ୍ଦ୍ରକରି ୟୁନିଟ୍-୧ ମାର୍କେଟରେ ଉତ୍ତେଜନା: ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମାର୍କେଟ ବନ୍ଦ

ଭୁବନେଶ୍ଵର: ୟୁନିଟ୍‌-୨ ମାର୍କେଟ ବିଲ୍ଡିଂ ପରେ ଏବେ ୧ ନମ୍ବର ହାଟରେ ମାର୍କେଟ ଆସୋସିଏଶନ୍‌ ଏବଂ ଭେଣ୍ଡିଂଜୋନ୍‌ ବ୍ୟବସାୟୀଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଛି। ଫୁଟ୍‌ପାଥ୍‌ ଉପରେ ଦୋକାନ କରିଥିବା ବ୍ୟବସାୟୀମାନେ ଦୋକାନ ଆୟତ୍ତନର ଦୁଇଗୁଣ ବାହାରକୁ ଜବରଦଖଲ କରି ରଖୁଥିବାରୁ ଗ୍ରାହକମାନେ…

ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧି, ସ୍ଥିତି ଦେଖି ଅଧିକ ଗେଟ୍‌ ଖୋଲିବା ନିଷ୍ପତ୍ତି

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରେ ବଢିବାରେ ଲାଗିଛି ଜଳସ୍ତର। ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍ ହୋଇଥିବା ବେଳେ ଗୁରୁବାର ସନ୍ଧ୍ୟା ୬ଟାରେ ଜଳସ୍ତର ୬୨୯.୮୫ ଫୁଟ୍ ରହିଥିଲା। ରୁଲ୍ କର୍ଭ ଅନୁସାରେ ସେପ୍‌ଟେମ୍ବର ୩୦ କିମ୍ବା ଅକ୍ଟୋବର ୧ ତାରିଖରେ ହୀରାକୁଦ…

କୃଷି ବୈଜ୍ଞାନିକ ଏମ ଏସ୍ ସ୍ବାମୀନାଥନଙ୍କୁ ବାଲୁକା କଳାରେ ଶ୍ରଦ୍ଧାଞ୍ଜଳୀ

ପୁରୀ: ବିଶିଷ୍ଟ କୃଷି ବୈଜ୍ଞାନିକ ଏମ ଏସ ସ୍ଵାମୀନାଥନ ଙ୍କ ପରଲୋକ ଘଟିଛି  ।  ତାଙ୍କ ମୃତ୍ୟୁରେ ସାରା ଦେଶରେ ଶୋକ ର ଛାୟା ଖେଳି ଯାଇଛି। ବିଭିନ୍ନ ମହଲ ରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ବାଲୁକା ଚିତ୍ରକଳା ମାଧ୍ୟମରେ ଏମ ଏସ୍…

ମୁହାଁମୁହିଁ ପିଟି ହେଲା ଦୁଇ ବାଇକ, ଚାଲିଗଲା ୩ ଜୀବନ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା ।  ଆଜି ସକାଳେ  ସଡ଼କ ଦୁର୍ଘଟଣାରେ ଚାଲି ଯାଇଛି ୩ ଜୀବନ । ଆନନ୍ଦପୁର-କରଞ୍ଜିଆ ରାସ୍ତା ପଦ୍ମପୁର ଗେଟ୍‌ ନିକଟରେ ଏହି ଦୁର୍ଘଟଣା ଘଟିଛି ।  ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କାରେ ୨ ଜଣ ପୁରୁଷଙ୍କ ସମେତ  ଜଣେ…

ପବିତ୍ର ଭାଗବତ ଜନ୍ମ: ଚଳଚଞ୍ଚଳ ନୀଳକନ୍ଦରର କୋଣଅନୁକୋଣ

ପୁରୀ: ଆଜି ପବିତ୍ର ଭାଗବତ ଜନ୍ମ ଓ ଇନ୍ଦୁପୂର୍ଣ୍ଣିମା । ଭାଦ୍ରବ ମାସ ପୂର୍ଣ୍ଣିମା ତିଥିରେ ଭାଗବତ ଜନ୍ମଦିନ ରୂପେ ପାଳନ କରାଯାଏ । ଏହି ଦିନ ଜଗନ୍ନାଥ ଦାସ ଭାଗବତ ଲେଖିବା ଆରମ୍ଭ କରିଥିବା କଥାରେ ଅଛି । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ପ୍ରତି ଗାଁ ଓ ସହର । ଏପଟେ ଭାଗବତ ଜନ୍ମ ଉପଲକ୍ଷେ ପୁରୀ…