Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଜେଡିକୁ ବାଏ ବାଏ କହିବେ ସାଂସଦ ଦେବାଶିଷ ସାମନ୍ତରାୟ! ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ଜୋର

କଟକ: ବିଜେଡି ରାଜନୀତିରେ ପୁଣି ଏକ ବଡ଼ ଚର୍ଚ୍ଚା ଆରମ୍ଭ ହୋଇଛି। ରାଜ୍ୟସଭା ସଦସ୍ୟ ତଥା ତିନିଥରର ବିଧାୟକ ଦେବାଶିଷ ସାମନ୍ତରାୟ ବିଜେଡି ଛାଡ଼ିପାରନ୍ତି ବୋଲି ରାଜନୈତିକ ମହଲରେ ଜୋରଦାର ଆଲୋଚନା ଚାଲିଛି। ଦେବାଶିଷ ଏବେ ରାଜ୍ୟ ବାହାରେ ଥିବାରୁ ଏନେଇ ତାଙ୍କର କୌଣସି ସ୍ପଷ୍ଟ ପ୍ରତିକ୍ରିୟା…

ଏନକାଉଣ୍ଟର ପରେ ବି କମୁନି ଖାତିର୍: ବ୍ରହ୍ମପୁର ବିଚ୍ ରାସ୍ତା ଉପରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ପୁଣି ଅପରାଧୀଙ୍କ ଦୌରାତ୍ମ୍ୟ ସାମ୍ନାକୁ ଆସିଛି। ବଡ଼ବଜାର ଥାନା ଅନ୍ତର୍ଗତ ଅମ୍ବିକା ନଗର ଅଞ୍ଚଳରେ ଗତକାଲି ରାତିରେ ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଛି। ଆକ୍ରମଣରେ ବଡ଼ବଜାର ଅଞ୍ଚଳର ମଙ୍ଗଳା ବେହେରା ଗୁରୁତର ଆହତ ହୋଇଛନ୍ତି। ସୂଚନା…

ଅପରେସନ୍ ସିନ୍ଦୂରର ସଫଳ ନାୟକ ‘ଆନାଡ୍ରୋନ୍ ସିଷ୍ଟମ୍ସ’କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା; ଭବିଷ୍ୟତ…

ଭୁବନେଶ୍ୱର: ଓଡ଼ିଶାରେ ଶିଳ୍ପାୟନର ପ୍ରସାର, ସ୍ଥାନୀୟ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ ଏବଂ ଏଥିପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି…

ସୁନା ଗହଣା ଚୋରି ଘଟଣାର ପର୍ଦ୍ଦାଫାଶ; ୨୪ ଘଣ୍ଟାରେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ବରଗଡ଼:ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି । ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ସୁନା ଗହଣା ଚୋରି ହୋଇଥିଲା । ପୋଲିସ ୨୪ଘଣ୍ଟା ମଧ୍ୟରେ ଏଥିରେ ସମ୍ପୃକ୍ତ ୪ଅଭିଯୁକ୍ତଙ୍କୁ ଗିରଫ କରିବା…

Love Tragedy:ସୋସିଆଲ ମିଡିଆରେ ବିଷ ପିଇ ଭିଡିଓ ପୋଷ୍ଟ କଲେ ଯୁବକ… ହାରିଲେ ଜୀବନ

ମୟୂରଭଞ୍ଜ:ପ୍ରେମ ପାଇଁ ଜଣେ ଯୁବକ ବିଷ ପିଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିଛନ୍ତି । ମୟୂରଭଞ୍ଜ ଜିଲ୍ଲା ରାସଗୋବନ୍ଦପୁର ଥାନା ମାଣିନ୍ଦା ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମୃତ ଯୁବକ ହେଲେ ମାଣିନ୍ଦା ଗାଁର ବ୍ରହ୍ମାନନ୍ଦ ଗିରି । ୭ ବର୍ଷ ଧରି ପାଖ ଜଣେ ଯୁବତୀଙ୍କୁ ଭଲ…

ମେ’ରୁ ଜିଲ୍ଲା ଗସ୍ତ କରିବେ ସଚିବ ଓ ବରିଷ୍ଠ ଅଧିକାରୀ;ସରକାରୀ ଯୋଜନାର କରିବେ ତଦାରଖ

ଭୁବନେଶ୍ବର: ରାଜ୍ୟରେ ଚାଲିଥିବା ବିଭିନ୍ନ କଲ୍ୟାଣମୂଳକ ଓ ଲୋକାଭିମୁଖୀ ଯୋଜନାର ସଫଳ କାର୍ଯ୍ୟକାରିତା ଏବଂ ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା ପାଇଁ ରାଜ୍ୟ ସରକାର ନେଲେ ଏକ ବଡ଼ ନିଷ୍ପତ୍ତି । ମେ’ ମାସଠାରୁ ଜୁଲାଇ ପର୍ଯ୍ୟନ୍ତ ସରକାରଙ୍କ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ,…

ଆୟକର ବିଭାଗର ଗୁଇନ୍ଦା ଓ ଅପରାଧିକ ଅନୁସନ୍ଧାନ ବିଭାଗର ନୂଆ ନିର୍ଦ୍ଦେଶକ ହେଲେ ଆଶିଷ ଚନ୍ଦ୍ର ମହାନ୍ତି

ଭୁବନେଶ୍ୱର: ଆୟକର ବିଭାଗର ଗୁଇନ୍ଦା ଓ ଅପରାଧିକ ଅନୁସନ୍ଧାନ ବିଭାଗର ନୂତନ ନିର୍ଦ୍ଦେଶକ ହେଲେ ବରିଷ୍ଠ ଭାରତୀୟ ରାଜସ୍ୱ ସେବା ଅଧିକାରୀ ଆଶିଷ ଚନ୍ଦ୍ର ମହାନ୍ତି । ସେ ଆଜି ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ସେ କଟକରେ ଆୟକର କମିଶନର ଭାବେ…

ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶ୍ରମିକମାନଙ୍କୁ କାର୍ଯ୍ୟରେ ନିୟୋଜିତ ନ କରିବାକୁ ପୂର୍ତ୍ତ ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶ୍ରମିକମାନଙ୍କୁ କାର୍ଯ୍ୟରେ ନିୟୋଜିତ ନ କରିବାକୁ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ପୂର୍ତ୍ତ ବିଭାଗର ଇଆଇସି ସମସ୍ତ ଜୋନ୍‌ର ମୁଖ୍ୟ ନିର୍ମାଣ ଯନ୍ତ୍ରୀ,…

ନିଶା ନିବାରଣ କେନ୍ଦ୍ରରେ ନିର୍ଘାତ ମାଡ଼ ପରେ ଇଞ୍ଜେକସନ୍ ଦେଇ ହତ୍ୟା, ୨ ଗିରଫ

ଜଗତସିଂହପୁର: ନିଶା ନିବାରଣ କେନ୍ଦ୍ରରେ ଇଞ୍ଜେକସନ୍ ଦେଇ ହତ୍ୟା ଅଭିଯୋଗ । ଅଭିଯୋଗକୁ ଆଧାର କରି ଜଗତସିଂହପୁର ଥାନା ପୁଲିସ ହତ୍ୟା ମାମଲା ରୁଜୁ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି । ଜଗତସିଂହପୁର ସହରର ଥିବା ‘ସୁଧାର’ ନିଶା ନିବାରଣ କେନ୍ଦ୍ରରେ ଏହି ଘଟଣା ଘଟିଛି । ଖବର ଅନୁସାରେ,…

ରାଜ୍ୟରେ ଆଉ ୫ ଦିନ ଯାଏଁ ହିଟ୍‌ ୱେଭ୍‌: IMD ଡିଜି

ଭୁବନେଶ୍ବର: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ। ଏହାରି ମଧ୍ୟରେ ପାଣିପାଗ ବିଭାଗ ଆକଳନ କରିଛି ଯେ ରାଜ୍ୟରେ ଆଉ ୫ ଦିନ ପର୍ଯ୍ୟନ୍ତ ହିଟ୍‌ ୱେଭ୍‌ ଜାରି ରହିବ। ରାଜ୍ୟରେ ପ୍ରବଳ ତାତି ଓ ଗୁଳୁଗୁଳି ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଆହୁରି ୫ ଦିନ…