Latest Odisha News

BREAKING NEWS

Browsing Category

ଓଡିଶା

Odisha

ଲୋକଙ୍କୁ ସରକାରୀ ସୁବିଧା ଯୋଗାଇଦେବାକୁ ୩ କିମି ପାହାଡ ଚଢିଲେ ବିଡିଓ

ନବରଙ୍ଗପୁର: ଦୁର୍ଗମ ଅଞ୍ଚଳବାସିନ୍ଦାଙ୍କୁ ସରକାରୀ ସୁବିଧା ଯୋଗାଇ ଦେବାକୁ ୩ କିଲୋମିଟର ପାହାଡ଼ ଚଢ଼ି ଚର୍ଚ୍ଚାରେ କୋରାପୁଟ ଜିଲା ନନ୍ଦାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ସାହୁ । ନନ୍ଦାହାଣ୍ଡି ବ୍ଲକ ଜଗନ୍ନାଥପୁର ପଞ୍ଚାୟତର ଦୁର୍ଗମ ଅଞ୍ଚଳରେ ରହିଛି ଫୁଟଘର ଗାଁ । ଏଠାରେ…

Dhenkanal Shutdown: ଆଜି ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ; ରେଳ ଅବରୋଧ ସହ ଗାଡ଼ି ଚଳାଚଳ ଠପ୍…

ଢେଙ୍କାନାଳ: ସୋମବାର ଢେଙ୍କାନାଳ ବନ୍ଦ । ସ୍ମାର୍ଟ ମିଟର ବିରୋଧରେ ବିଦ୍ୟୁତ୍ ଉପଭୋକ୍ତା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ପାଳନ ହେବ। ସକାଳ ୬ଟାରୁ ରାଜପଥ ଅବରୋଧ ସହ ରେଳ ଅବରୋଧ କରାଯାଇଛି । ଦୋକାନ ବଜାର,…

ବ୍ୟାଡମିଣ୍ଟନ ତାରକା ଶ୍ୱେତପର୍ଣ୍ଣା ପଣ୍ଡାଙ୍କୁ ୩୩ତମ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର: ବ୍ୟାଡମିଣ୍ଟନ ଖେଳାଳି ଶ୍ୱେତପର୍ଣ୍ଣା ପଣ୍ଡାଙ୍କୁ ଚଳିତ ବର୍ଷର ୩୩ତମ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯାଇଛି। ଏଥିରେ ଟ୍ରଫି ସହିତ ୭ ଲକ୍ଷ ଟଙ୍କାର ନଗଦ ପୁରସ୍କାର ପ୍ରଦାନ କରାଯାଇଥିଲା। ଉପ ବିଜେତା ଭାରୋତ୍ତୋଳକ ପ୍ରୀତିସ୍ମିତା ଭୋଇ ଏବଂ ଟେନିସ୍ ଖେଳାଳି ଆହାନଙ୍କୁ ମଧ୍ୟ…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ପଇତାଲାଗି ନୀତି, ସନ୍ଧ୍ୟା ୫ରୁ ରାତି ୧୦ ଯାଏଁ ସାଧାରଣ ଦର୍ଶନ ବନ୍ଦ

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ପଇତାଲାଗି ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ନୀତି ଓ ପରମ୍ପରା ମୁତାବକ ଏହି ନୀତି ଅନୁଷ୍ଠିତ ହେବ । ଏହି ସମୟରେ ସନ୍ଧ୍ୟା ୫ଟାରୁ ରାତି ୧୦ଟା ଯାଏଁ ଦୀର୍ଘ ୫ଘଣ୍ଟା ଧରି ବନ୍ଦ ରହିବ ସର୍ବସାଧାରଣ ଦର୍ଶନ l ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ…

୨ ସନ୍ଦିଗ୍ଧ ବାଂଲାଦେଶୀ ଅଟକ; ଗୋଟିଏ ବନ୍ଧୁକ, ୧୦ଟି କଟୁରୀ ଜବତ

ଜଗତସିଂହପୁର: ରାଜ୍ୟରେ ଧରାପଡିଛନ୍ତି ଦୁଇ ବାଂଲାଦେଶୀ । ଜଗତସିଂହପୁର ସଦର ଥାନା ବେହେରାମପୁର ବସ୍ତିରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଅଟକ ରଖାଯାଇଛି । ଚଢ଼ାଉ ବେଳେ ଗୋଟିଏ ବନ୍ଧୁକ ଜବତ ସହିତ ୫ଟି କଟୁରୀ ଓ ଆପତ୍ତି ଜନକ ସାମଗ୍ରୀ ଜବତ କରିଛି ପୋଲିସ । ପୋଲିସ ବିଶେଷ ସୂତ୍ରରୁ ଖବର…

ରାଜ୍ୟରେ ଆହୁରି ୪ ଦିନ ହାଡ଼ଭଙ୍ଗା ଶୀତ: ୧୨ ଡିଗ୍ରୀ ତଳେ ୧୩ ସହର

ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ ରହିଛି ପାରଦ । ଫଳରେ ବୃଦ୍ଧି ପାଇଛି ଶୀତର ପ୍ରକୋପ । ଉପକୂଳରୁ ଆରମ୍ଭ କରି ଉତ୍ତର, ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାରେ ବି ନିସ୍ତାର ମିଳୁନି । ଆସନ୍ତା ୪ ଦିନ ଯାଏ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବ । ଆହୁରି ଦୁଇ ଦିନ ରାଜ୍ୟରେ ଏମିତି ଥଣ୍ଡା ଲହରୀ ଜାରି ରହିବ…

ଡକାୟତି ଓ ଚୋରି ମାମଲାରେ କୋରାପୁଟରୁ ୧୯ ଗିରଫ

କୋରାପୁଟ: କୋରାପୁଟ ଜିଲ୍ଲାରେ ରବିବାର ଦିନ ପୋଲିସ ୧୯ ଜଣ ଚୋରଙ୍କୁ ଗିରଫ କରିଛି। ଡକାୟତି ଏବଂ ଚୋରି ଜନିତ ଆଠଟି ମାମଲାର ଖୋଳତାଡ କରି ସେମାନଙ୍କୁ ପୋଲିସ ଧରିଥିବା ଦାବି କରିଛି। କୁନ୍ଦ୍ରା, ଜୟପୁର ସଦର ଏବଂ ଜୟପୁର ସହର ଅଞ୍ଚଳରେ ନିକଟରେ ଘଟିଥିବା ଡକାୟତି ମାମଲାରେ ସନ୍ଦିଗ୍ଧ ଲୋକଙ୍କୁ…

Jaundice In Cuttack: କଟକରେ ୧୫ରୁ ଅଧିକ ଜଣ୍ଡିସ୍‌ରେ ଆକ୍ରାନ୍ତ..

କଟକ: କଟକରେ ଜଣ୍ଡିସ ବ୍ୟାପିବାରେ ଲାଗିଛି । ୧୫ରୁ ଅଧିକ ଜଣ ଏଥିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବାବେଳେ, ୨ ଜଣଙ୍କ ଅବସ୍ଥା ଗୁରୁତର ମଧ୍ୟ ରହିଛି । ଦୂଷିତ ଜଳ ବ୍ୟବହାର କାରଣରୁ ଏତେ ସଂଖ୍ୟାରେ ଲୋକେ ଜଣ୍ଡିସ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ବିଶେଷ କରି କଟକର କଦମ ଏ ରସୁଲର…

Odisha Eco Retreat:ବିଳାସପୂର୍ଣ୍ଣ କଟେଜରୁ ପ୍ରକୃତିର ମଜା…ରାଜ୍ୟର ୬ଟି ସ୍ଥାନରେ ଇକୋ ରିଟ୍ରିଟ ଆରମ୍ଭ

ଭୁବନେଶ୍ବର: ଖୋଲିଲା ଇକୋ ରିଟ୍ରିଟ । ଗତକାଲି ରାଜ୍ୟରେ ୬ଟି ଇକୋ ରିଟ୍ରିଟକୁ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଭିଡିଓ କନଫରେନ୍ସ ମାଧ୍ୟମରେ ଶୁଭ ଉଦଘାଟନ କରିଛନ୍ତି । ପର୍ଯ୍ୟଟକଙ୍କୁ ନିଆରା ଅନୁଭୂତି ଦେବାକୁ ହୀରାକୁଦ, ସାତକୋଶିଆ, ସୁନାପୁର (ଗଞ୍ଜାମ), ଦାରିଙ୍ଗିବାଡି,…

ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି, ଡାକ୍ତର ସ୍ବାମୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ପତ୍ନୀ

କଟକ: ଜଣେ ଯୁବ ଡାକ୍ତର ତାଙ୍କ ପତ୍ନୀଙ୍କୁ ୧୦ ଦିନରୁ ଅଧିକ ହେବ ଘରେ ବନ୍ଦ କରିବା ସହ ମାନସିକ ଯନ୍ତ୍ରଣା ଦେଉଛନ୍ତି, ଏହା ସହ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଉଥିବା ଅଭିଯୋଗ ହୋଇଛି । ଏନେଇ ନିଜେ ଖୋଦ ଡାକ୍ତରଙ୍କ ପତ୍ନୀ ଅଭିଯୋଗ ଆଣିଛନ୍ତି । ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି କଟକ…