Latest Odisha News

BREAKING NEWS

ସ୍ତ୍ରୀର ମୃତ୍ୟୁ ପରେ ବିଚ୍ଛେଦ ସହି ନପାରି ସ୍ୱାମୀର ଆତ୍ମହତ୍ୟା

କୋଇଡା: କଇଁ କଇଁ ହୋଇ କାନ୍ଦୁଛି ୪ ମାସର କୋମଳମତୀ ଶିଶୁଟି । ପ୍ରଥମେ ମା’ ଆଉ ଏବେ ବାପା । ହାତ ଧରାଧରି ହୋଇ ଚାଲିଗଲେ ବାପା, ମା’ । ଏବେ ଶିଶୁଟି ପୁରା ଏକା । ବିନା ଦୋଷରେ ଅନାଥ ହୋଇଗଲା ଏହି କୁନି ଶିଶୁଟି । ହଁ ଆଜ୍ଞା ଏ ଘଟଣାଟି ହେଉଛି ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ ଟେନସା ଫାଣ୍ଡି ଜିରୋ ପଏଣ୍ଟ ଅଞ୍ଚଳର । ସ୍ତ୍ରୀର ମୃତ୍ୟୁ ପରେ ବିଚ୍ଛେଦ ସହି ନପାରି ସ୍ୱାମୀର କଲେ ଆତ୍ମହତ୍ୟା । ଏକ ଆମ୍ବ ଗଛରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି ନନ୍ଦଲାଲ ଚାମ୍ପିଆ ।

ସୂଚନା ଅନୁସାରେ, ଗତ ଜାନୁୟାରୀ ମାସ ୨୬ ତାରିଖରେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଘର ନିଆଁ ପୋଉଁଥିଲେ ମୃତ ନନ୍ଦଲାଲାଙ୍କ ପତ୍ନୀ ଜିନିଦ କାଣ୍ଡୁଲାନା । କିନ୍ତୁ ହଠାତ ଜିନିଦଙ୍କ ପିନ୍ଧା ଶାଢୀରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗି ଗୁରୁତର ଆହତ ହୋଇଥିଲେ ଜିନଦି । ଗୁରୁତର ଅବସ୍ଥାରେ ତାଙ୍କୁ ରାଉରକେଲାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଦୀର୍ଘ ୩ମାସ କାଳ ଜୀବନ ଯୁଦ୍ଧରେ ଲଢି ଲଢି ଶେଷରେ ହାର ମାନିଥିଲେ ଜିନିଦ । ଗତ ମାର୍ଚ୍ଚ ୨୦ତାରିଖରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ସ୍ତ୍ରୀର ମୃତ୍ୟୁ ପରେ ସମ୍ପୁର୍ଣ୍ଣ ଭାବରେ ଭାଙ୍ଗି ପଡିଥିଲେ ଜିନିଦଙ୍କ ସ୍ଵାମୀ । ଶେଷରେ ଆଜି ଗଛରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି ଜିନିଦଙ୍କ ସ୍ଵାମୀ ନନ୍ଦଲାଲ ଚାମ୍ପିଆ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ କୋଇଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.