Latest Odisha News

BREAKING NEWS

ଚାଲିଛି ୨ ହେଭିୱେଟଙ୍କ ବିଶାଳ ମେଗା ରୋଡ ସୋ’

ଭୁବନେଶ୍ଵର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟର ନିର୍ବାଚନ ପାଇଁ ସମସ୍ତ ସ୍ଥାନରେ ବେଶ ଜମିଲାଣି ପ୍ରଚାର । ସାଧାରଣ ଜନତାଙ୍କ ନିକଟତର ହେବା ପାଇଁ ନେତା ମାନେ କରିଲେଣି ମାରାଥନ ପ୍ରଚାର । ଏହାରି ଭିତରେ ଓଡିଶାର ଜନତା ଦେଖୁଛନ୍ତି ଦୁଇ ହେଭିୱେଟଙ୍କ ବିଶାଳ ମେଗା ରୋଡ ସୋ । ଏପଟେ ରାଜଧାନୀ ଭୁବନେଶ୍ଵରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଶାଲ ରୋଡ ସୋ ଦେଖିବାକୁ ମିଳିଥିବା ବେଳେ ସେପଟେ ରାଉରକେଲାରେ ଦେଖିବାକୁ ମିଳିଛି ବିଜେଡି ବରିଷ୍ଠ ନେତା ଭିକେ ପାଣ୍ଡିଆନଙ୍କ ରୋଡ ସୋ ।

ରାଉରକେଲାର ବିଶ୍ରା ଛକରୁ ଆରମ୍ଭ ହୋଇଛି ପାଣ୍ଡିଆନଙ୍କ ବିଶାଳ ରୋଡ୍ ସୋ । ପାଣ୍ଡିଆନଙ୍କ ମେଗା ରୋଡ୍ ସୋ’ ଦେଖିବାକୁ ହଜାର ହଜାର ଲୋକ ସାମିଲ ହୋଇଛନ୍ତି । ରାଉରକେଲାରେ ରୋଡ ଶୋ’ କରି ବିଜେଡି ସାଂସଦ ପ୍ରାର୍ଥୀ ଦିଲୀପ ତିର୍କୀ ଏବଂ ବିଧାୟକ ପ୍ରାର୍ଥୀ ସାରଦା ନାୟକଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଅପିଲ୍ କରିଛନ୍ତି ପାଣ୍ଡିଆନ ।

ଏପଟେ ଭୁବନେଶ୍ଵରରେ ପହଞ୍ଚି ବିଜେପି ପାର୍ଟୀ ଅଫିସ ଠାରୁ ବାଣିବାହାର ପର୍ଯ୍ୟନ୍ତ ରୋଡ ସୋ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ମୋଦି, ମୋଦି ନାରାରେ ପ୍ରକମ୍ପିତ ହେଉଛି ଭୁବନେଶ୍ବର । ପାଖାପାଖି ଏକ ଲକ୍ଷ ଲୋକଙ୍କ ସମାଗମ ହୋଇଛି । ଏଥିପାଇଁ ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତାକୁ ସିଲ୍ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟ ବିଜେପିର ୨ ବରିଷ୍ଠ ନେତା ତଥା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଏହି ରୋଡ ସୋରେ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.