Latest Odisha News

BREAKING NEWS

Browsing Category

ପାଣିପାଗ

କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ଏହି ଦିନ ପହଞ୍ଚିବ ଓଡ଼ିଶାରେ

ନୂଆଦିଲ୍ଲୀ: ଦେଶରେ ପାଦ ଥାପିଛି ମୌସୁମୀ । ଆଜି କେରଳ ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କେରଳର ଦକ୍ଷିଣାଞ୍ଚଳରେ ମୌସୁମୀ ବାୟୁ ପ୍ରବେଶ କରିଛି । ଖୁବ ଶୀଘ୍ର ସମଗ୍ର ଅଞ୍ଚଳକୁ ଛୁଇଁବ । ଏହାର ପ୍ରଭାବରେ କେରଳରେ ବର୍ଷା…

ଏବର୍ଷ ଦେଶରେ ସ୍ୱାଭାବିକ ରହିବ ମୌସୁମୀ ବର୍ଷା

ନୂଆଦିଲ୍ଲୀ: ଦେଶରେ ଚାଷୀକୂଳ ପାଇଁ ଖୁସି ଖବର । ଏବର୍ଷ ଦେଶରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ବର୍ଷା ସ୍ୱାଭାବିକ ରହିବ । ଜୁନରୁ ସେପ୍ଟେମ୍ୱର ଲଙ୍ଗ ଟର୍ମ ଆଭରେଜରେ ୧୦୧ପ୍ରତିଶତ ବୃଷ୍ଟିପାତ ହୋଇପାରେ । ଏହି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ୯୬ରୁ ୧୦୪ ପ୍ରତିଶତ…

ଡିପ୍ ଡିପ୍ରେସନ୍ ହେଲା ୟସ୍: ଓଡ଼ିଶାରେ ତାଣ୍ଡବ ପରେ ଝାଡ଼ଖଣ୍ଡରେ ପ୍ରବେଶ

ଭୁବନେଶ୍ୱର: ଓଡ଼ିଶାରେ ତାଣ୍ଡବ ରଚିବା ପରେ ଝାଡ଼ଖଣ୍ଡରେ ପ୍ରବେଶ କରିଛି ବାତ୍ୟା ୟସ୍ । ଏବେ ଏହା ଡିପ୍ ଡିପ୍ରେସନ୍ ହୋଇ ସାରିଛି । ଝାଡ଼ଖଣ୍ଡର ଦକ୍ଷିଣ ଓ ସଂଲଗ୍ନ ଉତ୍ତର କେନ୍ଦ୍ରୀୟ ଓଡ଼ିଶା ଉପରେ ରହିଛି ଗଭୀର ଅବପାତ । ଏବେ ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଗତି…

ବାଲେଶ୍ୱର ଜିଲ୍ଲାର ଏହି ସ୍ଥାନରେ ହିଟ୍ କଲା ୟାସ୍

ବାଲେଶ୍ୱର: ଆରମ୍ଭ ହୋଇଛି ବାତ୍ୟା ୟାସର ସ୍ଥଳଭାଗ ପ୍ରବେଶ ପ୍ରକ୍ରିୟା । ସକାଳ ୯ଟାରୁ ଲାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ଧାମରାରୁ ଉତ୍ତର ଓ ବାଲେଶ୍ୱରରୁ ଦକ୍ଷିଣକୁ ବାହାନଗା ବ୍ଲକ ଉପକୂଳରେ ଲାଣ୍ଡଫଲ୍ କରିଛି ବାତ୍ୟା । ଏହି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା…

ଧାମରାରେ କରାଳ ରୂପ ଦେଖାଉଛି ବାତ୍ୟା ୟାସ୍, ଦେଖନ୍ତୁ ଭିଡିଓ

ଭଦ୍ରକ: ଧାମରା ମୁହାଁ ହୋଇଛି ବାତ୍ୟା ୟାସ୍ । ଲାଣ୍ଡଫଲ୍ କରିବା ପୂର୍ବରୁ ଭଦ୍ରକ ଜିଲ୍ଲାରେ କରାଳ ରୂପ ଦେଖାଇବା ଆରମ୍ଭ କରିଛି ବାତ୍ୟା । ଘୂ ଘୂ ଗର୍ଜନ ଛାଡୁଛି ସମୁଦ୍ର । ଛାତି ଥରାଇବା ଭଳି ଶବ୍ଦ । ସାଇଁ ସାଇଁ ହୋଇ ବହୁଛି ପବନ । ବାତ୍ୟା ଯେତିକି ଆଗକୁ ବଢୁଛି ସେତିକି ବଢୁଛି ପବନର ବେଗ ।…

ଉତ୍ତର ଓଡ଼ିଶା ଉପକୂଳରେ ହିଟ୍ କରିବ ବାତ୍ୟା ୟସ୍, ସ୍ପଷ୍ଟ କଲା IMD

ଭୁବନେଶ୍ୱର: ବାତ୍ୟା ୟସ୍ କେଉଁଠି ଲାଣ୍ଡଫଲ୍ କରିବ ? ଭାରତୀୟ ପାଣିପାଗ ବିଭାଗ ଏନେଇ ନିର୍ଦ୍ଦିଷ୍ଟ ସ୍ଥାନ ସ୍ପଷ୍ଟ କରି ନଥିବା ବେଳେ ଆଜି କହିଛି ଉତ୍ତର ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବ । ଅର୍ଥାତ୍ ଓଡ଼ିଶାରେ ଲାଣ୍ଡଫଲ୍ କରିବା ନିଶ୍ଚିତ । ବାଲଶ୍ୱର ଉପକୂଳର ଧାମରାରୁ ଚାନ୍ଦିପୁର ଭିତରେ…

ଏବେ କେତେ ଦୂରରେ ଅଛି ବାତ୍ୟା ୟସ୍, ଘଣ୍ଟାପ୍ରତି ବେଗ କେତେ ?

ଭୁବନେଶ୍ୱର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ୟସ୍ ଏବେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ସମୁଦ୍ର ଭିତରୁ ବଳ ସାଉଣ୍ଟୁଛି ବାତ୍ୟା । ଦିନ ୧୨ଟା ସୁଦ୍ଧା ପାଣିପାଗ ବିଭାଗର ସୂଚନା ଅନୁସାରେ, ଘଣ୍ଟାପ୍ରତି ଏବେ ୨ କିଲୋମିଟର ବେଗରେ ଆଗକୁ ବଢୁଛି ୟସ୍ । ପୋର୍ଟ…

‘ୟସ’ର ଲାଣ୍ଡଫଲ୍ ବେଳେ ୧୯୦ କି.ମି. ବେଗରେ ବହିବ ପବନ

ଭୁବନେଶ୍ୱର: ବଙ୍ଗୋପସାଗରରେ ଜନ୍ମ ନେଇଛି ବାତ୍ୟା ୟସ୍ । ୨୬ ତାରିଖ ମଧ୍ୟାହ୍ନରେ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳର ପାରାଦୀପରୁ ସାଗର ଦ୍ୱୀପ ମଧ୍ୟରେ ଲାଣ୍ଡଫଲ୍ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ଓଡ଼ିଶା ଉପକୂଳର ୪ଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ…

ବଙ୍ଗୋପସାଗରରେ ଗଭୀତ ଅବପାତ ଆଜି ନେବ ବାତ୍ୟାର ରୂପ

ଭୁବନେଶ୍ୱର: ବଙ୍ଗୋପସାଗରରେ ଆଜି ସୃଷ୍ଟି ହେବ ବାତ୍ୟା । ଆକାର ଧାରଣ କରିବ ୟସ୍ । ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଡିପ୍ରେସନ୍ ଡିପ୍ ଡିପ୍ରେସନ୍ ବା ଗଭୀତ ଅବପାତରେ ପରିଣତ ହୋଇଛି । ଆଜି ଏହା ସାଇକ୍ଲୋନିକ୍ ଷ୍ଟର୍ମ ବା ସାମୁଦ୍ରିକ ଝଡ଼ର ରୂପ ନେବ । ସମୁଦ୍ର ଭିତରେ ବଳ ଗୋଟାଉଛି । ଗତ ୪…

ବାତ୍ୟା ‘ୟଶ’: ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବା ପରେ ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ଆସନ୍ତାକାଲି ବାତ୍ୟାର ରୂପ ନେବ ‘ୟଶ’। ୨୫ ତାରିଖ ବେଳକୁ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ…