Latest Odisha News
Browsing Category

ରାଜନୀତି

ରାଜ୍ଯସଭା ପ୍ରାର୍ଥୀ ପାଇଁ ମିଳିଲାନି ପ୍ରସ୍ତାବକ, ନିରାଶ ହେଲେ ଓଡ଼ିଆ ବ୍ୟବସାୟୀ

ରାଞ୍ଚି: ଝାଡଖଣ୍ଡରେ ହେବାକୁ ଥିବା ଦୁଇ ରାଜ୍ୟସଭା ଆସନରୁ ପ୍ରାର୍ଥୀ ହେବାକୁ ନାମାଙ୍କନ ପତ୍ର କିଣିଥିବା ଓଡ଼ିଆ ବ୍ୟବସାୟୀ ହରିହର ମହାପାତ୍ର ଶେଷରେ ନିରାଶ ହୋଇଛନ୍ତି। ତାଙ୍କୁ ପ୍ରସ୍ତାବକ ଭାବେ ଆବଶ୍ୟକ ସଂଖ୍ୟକ ବିଧାୟକ ନମିଳିବାରୁ ସେ ଏବେ ତାଙ୍କର ରାଜ୍ୟସଭା ସାଂସଦ ହେବା ସ୍ବପ୍ନ ମଉଳି…

ବିଜେଡିର ମିଶ୍ରଣ ପର୍ବ: ଦଳରେ ଯୋଗ ଦେଲେ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୋକସରା ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ, ୨୨ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟମାନଙ୍କ ସହ ଧର୍ମଗଡ଼ ଓ କଲ୍ୟାଣପୁର ବ୍ଲକର ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ଆଜି ଶଙ୍ଖଭବନଠାରେ ବିଜେଡିରେ ଯୋଗ ଦେଇଛନ୍ତି । ରାଜ୍ୟସଭା…

ସିଏଏ ଲାଗୁ ହେବା ନେଇ ବର୍ଷିଲେ ଜୟରାମ ରମେଶ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ବିଜେପି ସରକାର ସୋମବାର ତମାମ ଦେଶରେ ନାଗରିକତ୍ୱ ସଂଶୋଧନ ଅଧିନିୟମ କାର୍ଯ୍ୟକାରୀ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସୋସିଆଲ ମିଡ଼ିଆ ପୋଷ୍ଟରେ ଏନେଇ…

ବିଜେଡି-ବିଜେପି ବାହାଘର ପରେ ଅନ୍ନପ୍ରାସନ୍ନ କଲା କଂଗ୍ରେସ

ଭୁବନେଶ୍ବର: ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେଡି ଓ ବିଜେପି ସଂପର୍କକୁ ବଡ ପ୍ରସଙ୍ଗ କରିଛି କଂଗ୍ରେସ । ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସର ଅଭିନବ ପ୍ରତିବାଦ । ପ୍ରଥମେ ବିଜେଡି-ବିଜେପି ବିବାହ ଆଜି ସେମାନଙ୍କ ୧୦ଟି ପିଲାଙ୍କ ଅନ୍ନ ପ୍ରାସନ୍ନ କାର୍ଯ୍ୟକ୍ରମ କରିଛି କଂଗ୍ରେସ ।…

କଂଗ୍ରେସରେ ମିଶିଲେ ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା

ଭୁବନେଶ୍ବର: ଶଙ୍ଖ ଛାଡ଼ିଲେ, ହାତ ଧରିଲେ । ୩ ଦିନ ତଳେ ବିଜେଡି ଛାଡ଼ିଥିଲେ, ଆଜି କଂଗ୍ରେସରେ ମିଶିଲେ ବାଲେଶ୍ବର ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା । ଭୁବନେଶ୍ବର କଂଗ୍ରେସ କାର୍ଯ୍ୟାଳୟରେ ହାତ ଧରିଛନ୍ତି ସୁଦର୍ଶନ ଜେନା ।  ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର, ପିସିସି ସଭାପତି…

ଇଲେକ୍ଟୋରାଲ ବଣ୍ଡକୁ ନେଇ ରାହୁଲଙ୍କ କଟାକ୍ଷ

ନୂଆଦିଲ୍ଲୀ: ନିର୍ବାଚନ ବଣ୍ଡ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ଉପରେ ବର୍ଷିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚାନ୍ଦା ବ୍ୟବସାୟର ଗୁମର ଖୋଲିବ । ଏନଡିଏ ସରକାର ନିଜ ବ୍ୟାଙ୍କର ତଥ୍ୟ ଲୁଚାଇବା ପାଇଁ…

ରାଜ୍ୟରେ ଗଡ଼ିଲା ସଂକଳ୍ପ ରଥ: ଓଡ଼ିଶାବାସୀଙ୍କ ହେବ ଅଭିମତ ସଂଗ୍ରହ

ଭୁବନେଶ୍ବର: ପୁଣି ଥରେ ଦେଶରେ ମୋଦୀ ଶାସନ ଆଣିବାକୁ ବିଜେପିର କସରତ । ତୃତୀୟଥର ପାଇଁ ଶାସନ ଗାଦିରେ ବସାଇବା ଲକ୍ଷ୍ୟରେ ବିଜେପି ସାରା ଦେଶରେ ସାଧାରଣ ଜନତାଙ୍କ ମତାମତ ଲୋଡିବାକୁ ପ୍ରୟାସ ଆରମ୍ଭ କରିଛି । ‘ବିକଶିତ ଓଡ଼ିଶା ଓ ବିକଶିତ ଭାରତ’ ସଂକଳ୍ପ ପତ୍ର ପାଇଁ ଆଜି ଅଭିମତ ସଂଗ୍ରହ…

ଇଲେକ୍ଟୋରାଲ ବଣ୍ଡ: କାଲି ସୁଦ୍ଧା ତଥ୍ୟ ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଇଲେକ୍ଟୋରାଲ ବଣ୍ଡ ମାମଲାରେ ଏସବିଆଇକୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା । କାଲି ସୁଦ୍ଧା ସମସ୍ତ ତଥ୍ୟ ଦେବାକୁ ଏସବିଆଇକୁ ନିର୍ଦ୍ଦେଶ ଦେଲେ ସବୋର୍ଚ୍ଚ ନ୍ୟାୟଳୟ । ଏସବିଆଇର ଅବଧି ବୃଦ୍ଧି ଆବେଦନକୁ ସିଧାସଳଖ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।  ରାଜନୈତିକ ଦଳ ପକ୍ଷରୁ…

ଲୋକସଭା ନିର୍ବାଚନ ପାଇଁ ୨୦୦୪ ଫର୍ମୁଲା ଆପଣେଇବ କଂଗ୍ରେସ: ଜୟରାମ ରମେଶ

ନୂଆଦିଲ୍ଲୀ: ଆଉ ଦିନ କେଇଟା ପରେ ଲୋକସଭା ନିର୍ବାଚନ ପାଇଁ ହେବ ତାରିଖ ଘୋଷଣା । ଏଥିପାଇଁ ଶାସକ, ବିରୋଧୀ ଦଳ ପ୍ରସ୍ତୁତ ହୋଇସାରିଲେଣି । ଜନତାଙ୍କ ବହୁମତକୁ ନିଜ ସପକ୍ଷରେ ଆଣିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିସାରିଲେଣି ପ୍ରତି ଦଳ । ଲୋକସଭା ନିର୍ବାଚନରେ ବିରୋଧୀ ଦଳ କଂଗ୍ରେସ…

ପୁଣି ଦିଲ୍ଲୀରୁ ଆସିଲା ଫୋନ୍, ଆଜି ବସିବ ଗୁରୁତ୍ଵପୁର୍ଣ୍ଣ ବୈଠକ

ଭୁବେନଶ୍ଵର: ହଠାତ୍ ଆସିଲା ଫୋନ । ପୁଣି ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି, ନିର୍ବାଚନ ପ୍ରଭାରୀ ଓ ବରିଷ୍ଠ ନେତା । ଦିଲ୍ଲୀରେ ଆଜି ବସିବ ବିଜେପିର ଗୁରୁତ୍ଵପୁର୍ଣ୍ଣ ବୈଠକ । ସ୍ପଷ୍ଟ ହୋଇପାରେ ମେଣ୍ଟ ଚର୍ଚ୍ଚା । ପାଖରେ ଆଉ ସମୟ ନଥିବାରୁ ଆସନ୍ତାକାଲି ସୁଦ୍ଧା ବିଜେପି-ବିଜେଡି ମେଣ୍ଟ…