Latest Odisha News

BREAKING NEWS

ପୁଣି ଦିଲ୍ଲୀରୁ ଆସିଲା ଫୋନ୍, ଆଜି ବସିବ ଗୁରୁତ୍ଵପୁର୍ଣ୍ଣ ବୈଠକ

ଭୁବେନଶ୍ଵର: ହଠାତ୍ ଆସିଲା ଫୋନ । ପୁଣି ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି, ନିର୍ବାଚନ ପ୍ରଭାରୀ ଓ ବରିଷ୍ଠ ନେତା । ଦିଲ୍ଲୀରେ ଆଜି ବସିବ ବିଜେପିର ଗୁରୁତ୍ଵପୁର୍ଣ୍ଣ ବୈଠକ । ସ୍ପଷ୍ଟ ହୋଇପାରେ ମେଣ୍ଟ ଚର୍ଚ୍ଚା । ପାଖରେ ଆଉ ସମୟ ନଥିବାରୁ ଆସନ୍ତାକାଲି ସୁଦ୍ଧା ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚା ସ୍ପଷ୍ଟ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

ସୂଚନା ଅନୁସାରେ, ଗତ କିଛିଦିନ ହେଲା ମେଣ୍ଟକୁ ନେଇ ଚର୍ଚ୍ଚା ବେଶ ଜୋର ଧରିଛି । ଗତକାଲି ସନ୍ଧ୍ୟାରେ ଫୋନ ଆସିବା ପରେ ପୁଣି ଦିଲ୍ଲୀ ଅଭିମୁଖେ ବାହାରିଥିଲେ ବିଜେପି କର୍ମୀ । ସନ୍ଧ୍ୟାରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସାଧାରଣ ସମ୍ପାଦକ (ସଂଗଠନ) ମାନସ ମହାନ୍ତି, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି ଓ ଦଳର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ସମେତ ଏକ ପ୍ରତିନିଧି ଦଳ ଦିଲ୍ଲୀ ଯାଇଛନ୍ତି । ଆଜି ସେଠାରେ ସେମାନଙ୍କ ରାଷ୍ଟ୍ରୀୟ ନେତାଙ୍କୁ ଭେଟିବା ସହ ଏକ ଗୁରୁତ୍ଵପୁର୍ଣ୍ଣ ବୈଠକରେ ଯୋଗ ଦେବେ । ବୈଠକ ପରେ ଉଭୟ ଦଳର ୨୦୨୪ ନିର୍ବାଚନ ପାଇଁ ମେଣ୍ଟ ଚର୍ଚ୍ଚା ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି ।

ତେବେ ଯଦି ମେଣ୍ଟ ହୁଏ ତାହେଲେ ଏନେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଘୋଷଣା କରିବେ ବୋଲି ଶୁଣିବାକୁ ମିଳୁଛି । ହାତରେ ଖୁବ୍ କମ୍ ସମୟ ଥିବାରୁ ଏଇ ଦୁଇ ଦିନ ମଧ୍ୟରେ ସବୁ କଳ୍ପନାଜଳ୍ପନାର ଅନ୍ତ ହେବ ବୋଲି କୁହାଯାଉଛି ।

 

 

 

Leave A Reply

Your email address will not be published.