Latest Odisha News

BREAKING NEWS

Browsing Category

ଅନୁବାଦ

ଅନୁବାଦ ଗଳ୍ପ : ତଫାତ୍‌!

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୪୦ ମୂଳ ରଚନା : ବିଷ୍ଣୁ ପ୍ରଭାକର ସେଦିନ କାହିଁକି ତା’ର ଭାରି ଇଚ୍ଛା ହେଲା ଭାରତ ଓ ପାକିସ୍ତାନ ଭିତରେ ଟଣା ହୋଇଥିବା ସୀମାରେଖାକୁ ଥରେ ଯାଇ ଦେଖି ଆସିବ । ସେ ମନେ ମନେ ଭାବିଲା, ଦିନେ ସୀମାରେଖାର ଉଭୟ ଭାଗ ଗୋଟିଏ ଦେଶ ଥିଲା ।…

ଅନୁବାଦ କବିତା : ଚିରନ୍ତନ ପ୍ରେମ

ମୂଳ ବଙ୍ଗଳା : ରବୀନ୍ଦ୍ରନାଥ ଠାକୁର  ତୁମକୁ ଯେମିତି ପାଇଛି ମୁଁ ଭଲ ଶତ ରୂପେ ଶତବାରେ ଜନମେ ଜନମେ , ଯୁଗେ ଯୁଗେ, ସବୁ କାଳେ। ଚିରଦିନ ଏଇ ବିଭୋର ହ୍ରଦୟ ଗୁନ୍ଥିଛି ଯେ ଫୁଲହାର କେତେ ଭାବେ ତୁମେ ପିନ୍ଧିଛ ଗଳାରେ ନେଇ ସେଇ ଉପହାର ଜନମେ ଜନମେ, ଯୁଗେ ଯୁଗେ ବହୁବାର। ଯେତେ…

ଅନୁବାଦ ଗଳ୍ପ : ବିଭାଜନ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୯  ମୂଳ ହିନ୍ଦୀ: ସ୍ୱୟମ୍ ପ୍ରକାଶ ଆପଣମାନେ କୁର୍ବାନ ଭାଇ ନାଁ ଶୁଣିଛନ୍ତି? ଆମ ଏଇ ଛୋଟିଆ ଟାଉନରେ ସେ ହେଲେ ଜଣେ ଅତି ପରିଚିତ ଓ ସମ୍ମାନାସ୍ପଦ ଲୋକ । ଆମ ଟାଉନର କେନ୍ଦ୍ରସ୍ଥଳ ହେଲା ଆଜାଦ ଚୌକ, ଆଉ ସେଇଠି କୁର୍ବାନ ଭାଇଙ୍କର…

ଅନୁବାଦ କବିତା : ଯାହାବି କୁହ

ମୂଳ ରଚନା : ମହାଦେବ ସାହା  ତୁମେ ଯାହାବି କୁହ ମୁଁ ଆଜି ବି ଶୈଶବର ସେଇ ନିର୍ଜନ ଛାଇ ଭିତରେ ବୁଡ଼ି ରହିଛି ସେଇ ସକାଳ ସ୍କୁଲ, ବର୍ଷାଦିନ ଛୁଟି, ପୋଖରୀ ତୁଠ ଆଜି ବି ମୁଁ ଧାନର ଗନ୍ଧରେ ଭିଜାଇ ରଖିଛି ସାରା ଶରୀର କାନ ପାତିଲେ ସବୁବେଳେ ଶୁଣିପାରେ ଟୁପଟାପ ଶବ୍ଦ ଶିଶିରର।…

ଅନୁବାଦ ଗଳ୍ପ : ମୋ ମାଆ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୮  ମୂଳ ସିନ୍ଧୀ : କିରାଟ ବବାନୀ ସେଦିନ ମୁଁ ଗ୍ରାଣ୍ଡ୍ ରୋଡ଼ ଷ୍ଟେସନରେ ଠିଆ ହୋଇଥିଲି । ମୋର ଜଣେ ସାଙ୍ଗ ଟ୍ରେନ୍‌ରେ ଆସିବାର ଥିଲା । ତାକୁ ହିଁ ମୁଁ ଅପେକ୍ଷା କରୁଥିଲି । ବମ୍ବେ ନଗରୀ ତ ଘଣ୍ଟା କଣ୍ଟା, ସେକେଣ୍ଡ କଣ୍ଟା ଭଳିଆ…

ଅନୁବାଦ କବିତା : କେତେ ଦାବି ଯଥାର୍ଥ

ମୂଳ ରଚନା : ଆନ୍ନା ଆଖମାତୋଭା  କେତେ ଅଧିକାର ଦାବି କରିପାରେ ଜଣେ ପ୍ରେମିକା କିଛି ବି ନୁହେଁ ଯଦି ସେ ମହିଳାଟି ପରିତ୍ୟକ୍ତା ମୁଁ ଖୁବ୍ ଖୁସି ଯେ ଆଜି ରଙ୍ଗ ହୀନ ବରଫ ତଳର ପାଣି କେତେ ନିଶ୍ଚଳ କେତେ ଗତିଶୂନ୍ୟ ଏବଂ ମୁଁ ସିଧା ଓ ଅଟଳ ହୋଇ ଦଣ୍ଡାୟମାନ ପ୍ରଭୁ ମତେ…

ଅନୁବାଦ ଗଳ୍ପ : ପାକିସ୍ତାନ ଜିନ୍ଦାବାଦ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୭ ମୂଳ ପଞ୍ଜାବୀ: କର୍ତ୍ତାର ସିଂହ ଡୁଗ୍‌ଗଲ  ତା’ର ଅସଲ ନାଁ ରାମ ରାକ୍ଷୀ । କିନ୍ତୁ ଏବେ ତା ନାଁ ବଦଳେଇ ଦିଆଯାଇଥିଲା ଆଲ୍ଲା ରାକ୍ଷୀ । ତେବେ ଏଭଳି ନାମ ପରିବର୍ତ୍ତନ ପୂର୍ବରୁ ଓ ପରେ ସମସ୍ତେ ତାକୁ କେବଳ ‘ରାକ୍ଷୀ’ ନାଁରେ ହିଁ…

ଅନୁବାଦ କବିତା : ମୃତ ପୃଥିବୀ

ମୂଳ ବଙ୍ଗଳା : ସୁକାନ୍ତ ଭଟ୍ଟାଚାର୍ଯ୍ୟ  ପରିଶେଷେ ଆଜି ନିଃସ୍ଵ ଏଇ ଧରା କ୍ଷୁଧାତୁର କାନ୍ଦେ ବିଶ୍ୱ ସାରା ଚାରି ଦିଗେ ଝରିପଡ଼େ ରକ୍ତ ଜୀବନ ତ ଆଜି ସତରେ ଉତ୍ୟକ୍ତ। ନୁହେଁ ଆଜି ସମୟ କାବ୍ୟର।ପରିଣାମ ବା ସମ୍ଭାବନାର ପ୍ରତିଦିନ କଟୁଛି ଭୟରେ ଧୂର୍ତ୍ତ ଆଉ ଲୁଚାଛପା ଏଇ…

ଅନୁବାଦ ଗଳ୍ପ : କଳେ ପାଣି, କଳେ ରକ୍ତ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୬  ମୂଳ ମରାଠୀ : ଏନ ଜି ଗୋରେ ଆକାଶରେ କେଉଁଠି ଚାଖଣ୍ଡେ ହେଲେ ବାଦଲ ଦିଶୁ ନ ଥିଲା । ଚାରିଆଡ଼ ବେଶ୍‍ ଉଜ୍ଜ୍ୱଳ ଲାଗୁଥିଲ । ବାହାରେ ଅସମ୍ଭବ ଖରା, ଯେତିକି ତେଜ ସେତିକି ଅସହ୍ୟ । ଗୁଳୁଗୁଳି ବି ତା’ ଠାରୁ ବଳି ଯନ୍ତ୍ରଣାଦାୟକ । ପାଦ…

ଅନୁବାଦ କବିତା : ଅସହାୟ କବି

ମୂଳ ରଚନା : ଚେଜଲୋ ମିଲସ୍  ଗୀତ ଗାଇବା ହିଁ ଗତିର ପ୍ରଥମ ଚିହ୍ନ ଯେଉଁ ମୁକ୍ତ କଣ୍ଠ ପାହାଡ଼ ଓ ଉପତ୍ୟକା ଭରିଦିଏ, ଆନନ୍ଦ ଓ ଉଲ୍ଲାସ ହିଁ ପ୍ରଥମ ସ୍ପନ୍ଦନ କିନ୍ତୁ, ତାହା ଅକସ୍ମାତ କାଢ଼ି ନିଆ ହୁଏ। ଏବେ କିନ୍ତୁ ଏତେ ବର୍ଷ ପରେ ରୂପାନ୍ତର ହୋଇ ସାରିଛି ରକ୍ତରେ ମୋର ଶତ ସହସ୍ର…