Latest Odisha News

BREAKING NEWS

Browsing Category

କବିତା

କବିତା : ତୁମେ

ବନ୍ଦିତା ଦାଶ  ତୁମେ କେବେ ଆସ ଶ୍ୱେତ ସମ୍ଭାବନା ହୋଇ କେବେ ପୁଣି କୁହୁଡି ଚାଦର ଘୋଡି କାକରରେ ଗୋଟାପଣେ ଭିଜି ପାଚିଲା ଧାନ କିଆରୀ ଦେଇ ଆମ ଗାଁ ଆଡେ। ସୂର୍ଯ୍ୟ ଯେବେ ଲମ୍ବା ଲମ୍ବା ପାହୁଣ୍ଡ ପକାଏ ଭାରି ତରତର ହୋଇ ପଶ୍ଚିମର ମୁଣ୍ଡିଆକୁ ଛୁଇଁବାକୁ ଧାଏଁ , ପବନଟା ଭେଦୁଥାଏ…

କବିତା : ଗଙ୍ଗଶିଉଳି 

ଗଦାଧର ସାହୁ ମୁହଁ ସଞ୍ଜେ ଫୁଟି ସକାଳେ ସେ ଲୋଟି ମାଆକୁ ପ୍ରଣାମ କରେ, ଧବଳ ନାରଙ୍ଗୀ ରୂପ ଶୋଭା ଭଙ୍ଗୀ ମନ ମୋହଇ ମହୀରେ । ମାଟିରୁ ଜନମି ମାଟିପରେ ଲୋଟି ମାଟିରେ ହୁଅଇ ମାଟି, ଜୀବନକୁ ତାର ସାର୍ଥକ ମଣଇଁ ମାଟି ଯୋଗୁ ନିତି ଫୁଟି । ହେଉବା କ୍ଷଣିକ ବାସ ଚହଟାଏ ଫୁଟି…

କବିତା : ପୁଲକ

ସୁଜାତା ମିଶ୍ର ଜୀବନ ରେ! ରାସ୍ତାରେ ପଡ଼ିଛି କଣ୍ଟା ଓ ପଥର କରି ନେଲି ସବୁ ଆପଣାର, କ୍ଳାନ୍ତି ଆଉ ଅବସାଦ ସାଉଁଟିଲି ଫୁଲ ପରି ପିନ୍ଧି ନେଲି ବେଣୀରେ କରି ମୁଁ ଗଜରା ମାଳ.., ଭଙ୍ଗା ଆଇନାର କାଚ ଖଣ୍ଡରେ ଦେଖିଲି ମୋ ସ୍ୱପ୍ନର ଝଲକ, ଆହତ ପକ୍ଷୀର ଡେଣାରେ ଆଙ୍କି ଦେଲି ଲୁହ…

କବିତା : ସମୟ

ବନ୍ଦନା ପଣ୍ଡା  କୁଆଡେ ଯାଇଛି ହଜି କୋଳାହଳ ସହରର ବ୍ୟସ୍ତ ପ୍ରହର ମଣିଷ ଖୋଜୁଥିଲା ଟିକେ ଏକାନ୍ତର ବେଳ !! କୁଆଡେ ହଜିଗଲା ବଜାର ହାଟରେ ମୂଲଚାଲ ଆଉ ଠେଲା ଦୋକାନୀରେ ବରା ପକୁଡ଼ି ପାଇଁ ଚହଳ ପହଳ?? ଚା ଦୋକାନ ଖଟି ପାନଖିଆ ପାଟି ସଫଳ ବିଫଳ ପ୍ରେମିକଙ୍କ ଉତୁରା ହସ, ବତୁରା…

କବିତା : ଭସ୍ମାସୁର

ରାମକୃଷ୍ଣ କେତେ ବା ସମୟ ମୋତେ ଜନ୍ମ ନେବାକୁ ଘୃଣାରେ ଟିକେ ହଲଚଲ୍ ହେଲା ରକ୍ତ ତ ଲେଲିହାନ୍ ଭୋକପରି ଛିଡା ହୋଇ ପଡିଲି ତମର ଚରାଭୂଇଁରେ ପଥରେ ହେଉ ବା ନେପଥ୍ୟରେ ଯାହାର ହାତରେ ହ୍ବୁସିଲ୍ ସେ ହିଁ ମୋର ମାଲିକ ଆଉ ମୁଁ ତାର ବଶମ୍ବଦ ଭୃତ୍ୟ ଘୃଣାର ବିଷ୍ଫୋରଣ ମୁଁ ବାରୁଦର ହାତ ।…

କବିତା : ଶୀତ

ମଧୁସ୍ମିତା ନାୟକ ଏବେ ଜାଣି ଜାଣି ବେଶି ସୁନ୍ଦର ଦିଶୁଛି ମୋ ଗାଁ, ପଶ୍ଚିମର ଅସ୍ତରାଗ ଗୋଧୂଳୀ ବେଳାର ସଞ୍ଜୁଆ ଆକାଶ ଢଳି ପଡୁଥାଏ ଗେରୁଆ ବସ୍ତ୍ର ପିନ୍ଧି, ପକ୍ଷୀମାନଙ୍କର ଘର ବାହୁଡା, ପୁଣି ସକାଳର ଚିକ୍ ମିକ୍ କଅଁଳ ଖରା ପୂର୍ବରେ ଲାଲ୍ ଟହ ଟହ ଠିକ୍ ଚାଲୁଣୀ ପରି, ଖୁବ୍ ଅଳ୍ପ…

କବିତା : ସମୟର କବର ତଳେ

ସାଧନା ପଣ୍ଡା  ଆୟୁଷର କଅଁଳ ଡେଣାରେ ସମୟ ଅଜାଡି ଦିଏ କୁଢ କୁଢ ମୃତ୍ୟୁର ଅଙ୍ଗାର , କହି ହୁଏନା ଶେଷ କେଉଁଠି ! ଏଇ ତ ଆରମ୍ଭ ମାତ୍ର ବଞ୍ଚିବାର କୁହେଳିକା ଭିତରେ ଅନ୍ଧାରରେ ଦେଖେ ଆଜି ଆପଣାର ମୁହଁ ଆଉଥରେ ଆରମ୍ଭେ ସେଇଠି  !! ବନ୍ଦୀ ସେ ଚିରକାଳ ଏଇ ସମୟର କବର ତଳେ…

କବିତା : ଲୁହାପଥରରେ ଲୁହର କବିତା

ପିନାକୀ ମିଶ୍ର ହଳେ ରବରଚପଲ ଭଲ ବଇଁତିରି ଯାଏ ପାଦକୁ, ପଥୁରିଆ ହୁଡିବାଟ ଦିହସୁହା ଝୁଣ୍ଟିବନି ଜମା ,କାମକୁ ରତରତ ହାତରେ ଟିଫିନିଭାତ ତା’କୁ ନିଇତି ଆଉଁସେ ନଇଁଁ ପଡିଥିବା ଗଛ । ରାତି ପାହିଲେ ପୋଖରୀ ଧାଏଁ ପଡିଥାଉ କନ୍ଥା ,ବେଲା ,ଚୂଲୀପାଉଁଶ, ବାପା ମାଆ ଚାଲିଲେ ଖାଦାନ୍,…

କବିତା : ତୁମେ କ’ଣ ମୋର

ସଂଘମିତ୍ରା ରାଏଗୁରୁ  ଧାରେ ଆଶା ବର୍ଷା ହେଲାପରେ ଫର୍ଚ୍ଚା ଦିଶେ ଆକାଶ କେବେ ହୁତୁହୁତୁ ନିଆଁରେ ଜଳିଯାଏ ସବୁ କେବେ ତରଲୁଥିବା ଆଖିରେ ପୃଥିବୀଟେ ଝାସ ଦେବାକୁ ବାଧ୍ୟ ତଥାପି ଥାପିବାକୁ ପଡେ ଭରସାର ପାଦ ପ୍ରତିଟି ରାସ୍ତାରେ ଭରସାକୁ ଆଖି ମୁଦି ଭରସା କରିବା ମରିଯାଇପାରେ…

କବିତା : ଜୀବନ ସଙ୍ଗୀତ

ବିନୋଦିନୀ ଦାଶ ଗାଉଥାଏ ନିତି ଏ ମଣିଷ ଜାତି ତା'ର ଜୀବନ ସଙ୍ଗୀତ ସୁଖଦୁଃଖ ବୋଳା ଲହରୀର ମାଳା ହୃଦୟକୁ ହିଲ୍ଲୋଳିତ ସମ ବିଷମ ଗତି ଜନମୁ ମରଣ ତାଳ ଭିନ୍ନ ଭିନ୍ନ ଦେଇ ଚାଲଇ ନିୟତି ସେଠୁ ଲଭଇ ତୃପ୍ତି ଅତୃପ୍ତି । ବୁଝିଥାଏ ମନ ମାଟିଦେହ ଲୀନ ହୋଇବ ଦିନେ ମାଟିରେ ତଥାପି ଲୋଭରେ…