Latest Odisha News

BREAKING NEWS

Browsing Category

କବିତା

କବିତା : ବେଳ ଉପଗତ

ଲକ୍ଷ୍ମଣ ସାହୁ  ସ୍ୱପ୍ନ ଦେଖେ ଶ୍ରେଣୀହୀନ ସମାଜ ଗଠନେ ବେଳ ଏବେ ରତରତ ସାକାର ଲଭିବ ବାପୁ ଏବେ ଉପଗତ ସବୁ ଦର୍ଶନ ଉର୍ଦ୍ଧ୍ୱରେ ରାମରାଜ୍ୟ ଠାରୁ ଉନ୍ନତ ଜାତି, ବର୍ଣ୍ଣ, ଧର୍ମ ହୀନ ନୂଆ ଏକ ରାଷ୍ଟ୍ର ମୁଣ୍ଡ ଟେକି ଥିବ ।। କୋରାନ୍ ବାଇବେଲ ଗୀତା ସମସ୍ୱରେ ଗାଉଥିବା ଅହିଂସାର…

କବିତା : ବିଶେଷ ଦ୍ରଷ୍ଟବ୍ୟ

ମୌସୁମୀ ଦାସ୍  ଛୋଟ ବଡ଼ ଓ ଉପଖବରମାନଙ୍କ ଭିଡ଼ ଭିତରୁ ଥରେ ଥରେ ଆଖି ଓଟାରିଯାଏ ଖୁବ୍ ଛୋଟ ଧାଡ଼ିକିଆ ହରଫ୍ ଆଡ଼କୁ ବିଜୁଳିଟେ ଆକସ୍ମିକ ଚିକ୍ ମାରିଲା ପରି ସେଇ ହିଁ ଥାଏ ମୂଳଖବର ସାରାଦିନ ଆଲୋଚନା ପାଇଁ। ସହର ଭର୍ତ୍ତି ଧୁନ୍ଧୁଳିଆ ଅନ୍ଧାରକୁ ଘେରି କଳାକାରବାରର ବଳୟ ଖୋଲା…

କବିତା : ଘର

ରାମକୃଷ୍ଣ ଏ ଘର କେବଳ ମୋର ନୁହେଁ ଅନେକନଙ୍କର , ପ୍ରାୟ ସମସ୍ତଙ୍କର ଠିକ୍ ଘର ନୁହେଁ ତ ଏକ ପାନ୍ଥଶାଳା ମଣିଷ ପାଇଁ ନୁହେଁ କେବଳ ପଶୁ ପକ୍ଷୀ ସଭିଁକ ପାଇଁ ଝରକା କବାଟ ସବୁବେଳେ ଖୋଲା ମେଲା ଇଟା ସିମେଣ୍ଟ ଛଡରେ ନୁହେଁ ରକ୍ତ ମାଂସ ହାଡରେ ତିଆରି ଏଘର ସମସ୍ତଙ୍କ ସବୁ ଇଚ୍ଛା…

ଅନୁବାଦ କବିତା : ତୁମରି ରକ୍ତ, ତୁମରି ଗନ୍ଧ

ମୂଳବାଂଲା : ଆଲ ମାହମୁଦ ରାସ୍ତା ଘାଟରେ ବୁଲି ବୁଲି ଖୋଜି ଖୋଜି ଚାଲେ ଲୋକେ ପଚାରନ୍ତି, ଦେଖ କଣ ଖୋଜୁଛି ଏଇ କବି ? ସୁନାର ଟଙ୍କା ହଠାତ ମିଳିବ ଏଇ କଥା ଭାବି ଭାବି ସେଇ ଆଶାରେ ହିଁ ଦେଖେ ବାରମ୍ବାର କେଉଁଠି ଆଲୁଅ, କେଉଁଠି ଅନ୍ଧକାର ମୁଦ୍ରାର ଟଙ୍କାର, ମତୁଆଲା ଏ ମନ ମୁଁ ତ…

କବିତା : ବିନ୍ଦୁଏ ଭାବନା

ବନ୍ଦିତା ଦାଶ ଜୀବନରେ ତୁ ଆଉ କେତେ ଖେଳିବୁ ମୋ’ ସାଙ୍ଗେ ପଛକଥା ଆଜି ମନେପଡେ ଯେତେ ସ୍ବପ୍ନରେ ଭାସିବାକୁ ଭଲଲାଗେ ସେତେ ଉଦାସିଆ ସଞ୍ଜ ଉନ୍ନିଦ୍ର ଅନ୍ଧାରରୁ ମାଗିଆଣେ ନୂଆ ସକାଳକୁ… । ସେ ସକାଳ ନୀଳ ପଦ୍ମରେ ସଜ୍ଜିତା ମହମହ ବାସ୍ନାୟିତ ଦେଉଥିବ ଆଶାର ବାରତା ବିଭୋର…

କବିତା : ଫେରିଆସିବୁ ଯଦି ଆ

ରତ୍ନମୟ ତ୍ରିପାଠୀ  ଫେରି ଆସିବୁ ଯଦି ଆ ଖୋଲା ରଖିଛି ଦୁଆର ପ୍ରେମିଳ ହୃଦୟ ଆଉ ବିସ୍ତିଣ୍ଣ ଆଶାର ଆକାଶ ସବୁକିଛି ଏବେ ତୋର ଦେଲି ତୋତେ ମୋର.. ପ୍ରିୟ ଫୁଲର ଅଗଣା ଏବେ ତୁ ଯାହା ଚାହୁଁ କର ଫୁଟା ତୁ ଗୋଲାପର ଫୁଲ ଅବା ଲଗା କୃଷ୍ଣଚୂଡ଼ା ଲଗାପଛେ କଣ୍ଟାର ବାଡ଼ ପ୍ରତିଶୃତି ଦେଲି…

କବିତା : ହେ ଭୋଳା ଶଙ୍କର

ସାଧନା ପଣ୍ଡା  ତୁମ ଆରାଧନା କରନ୍ତି ଭକତେ ପୃଜା ପାଉଅଛ ଏ ମରତେ ‘ମୁଁ ‘କାର’ ବରଜି ‘ଓଁ’ କାରକୁ ହେଜି ପୂଜିବୁ ତୁମ୍ଭକୁ ଆମେ ଭକ୍ତି ଚିତ୍ତେ । ପ୍ରତି ରାତ୍ରି ଜାଳି ନୟନ ଦୀପାଳି ହୃଦ କପିଳାସ ଭକ୍ତି ରସେ ବାହି ପ୍ରୀତି ଝର ଆନନ୍ଦ ଅଶ୍ରୁର ସ୍ୱୟଂ ସ୍ୱୟମ୍ଭୁଙ୍କୁ ଜପେ ହର୍ଷେ ।…

କବିତା : ପ୍ରେମ

ତପସ୍ୱିନୀ ଶତପଥୀ ଶାଶ୍ୱତ ଅମୃତର ସ୍ପର୍ଶ ଯୋଡ଼େ ଦୁଇ ଅନ୍ତର ନା ତାର ପ୍ରେମ କରଇ ସଭିଙ୍କୁ ହର୍ଷ ସୁପ୍ତ ଚେତନାକୁ ଜାଗ୍ରତ କରେ ସ୍ଵୟଂ ସିଦ୍ଧ କରେ ପରିଚୟ । ମୃଦୁ ମଳୟର ମଳୟ ପବନେ ପୁଲ୍ଲକିତ ସ୍ପନ୍ଦନ ପ୍ରେମ ନିଷ୍ପାପ କରେ ଜୀବନ ବନ୍ଧନ ଶ୍ରାବଣ ଭିଜା ବରଷା ଟିପାରେ ତନୁ…

ଅନୁବାଦ କବିତା : ପଟ୍ଟଭୂମି

ମୂଳ ବଙ୍ଗଳା: ରୁଦ୍ର ମୁହମ୍ମଦ ଶହିଦୁଲ୍ଲାହ ଖୁବ୍ ସୁନ୍ଦର ଭାବେ ରକ୍ତାକ୍ତ ହୁଅ ତିକ୍ତତାରେ ଭାଙ୍ଗିପଡ଼ି ହୁଅ ଚୁରମାର କାନ୍ଦି କାନ୍ଦି ହୁଅ ଅବସନ୍ନ ତା'ନହେଲେ ତୁମେ କେବେବି ବୁଝିବ ନାହିଁ ବେଦନା କବିର । ଜନନୀ ଜନ୍ମ ଦେବାକୁ ନିଜକୁ ପ୍ରସ୍ତୁତ କଲାପରି ତୁମେ ଦାୟିତ୍ବ ନିଅ…

କବିତା : ଠିକଣା

ମାନସ ରଞ୍ଜନ ମହାପାତ୍ର ଆମେ ସବୁ ହଜିଯାଇଥିବା ଲୋକ ଠିକଣା ହଜେଇଥିବା ପଳାତକ ଆମେ ସବୁ ଆହୁଲା ହଜେଇ ନାଆ ଖୋଜୁଥିବା ନାବିକ ମିଶିଯିବା ଆଗରୁ ମହାକାଳର ସ୍ରୋତରେ ଆସ ଆମେ ଥରେ ଦେଖାହେବା ଏଇଠି ଏକାଠି ପରିଚୟକୁ ଖୋଜିବା ଅଚିହ୍ନା ଏଇ ସହରରେ । କେତେ ଶତାବ୍ଦୀ ବିତିଗଲାଣି କହିଲ…