Latest Odisha News

BREAKING NEWS

Browsing Category

କବିତା

କବିତା : ଝିପି ଝିପି ବର୍ଷାରେ

ଗଗନ ବିହାରୀ ନାୟକ   ଝିପି ଝିପି ବର୍ଷା ଦେହ ଭିଜେଇଲା । ମନ ତଳ ରହି ଗଲା । ଜଳୁଛି ଯେମିତି ଆଦେଖା ନିଆଁରେ । ତୁମେ ତା ବୁଝିଲେ ହେଲା (୦) ବତୁରା ମାଟିର ଗନ୍ଧେ ଶିହରଣ। ଅଙ୍ଗେ ଅଙ୍ଗେ ଯାଏ ଭରି। କାହିଁକି କେଜାଣି ମେଘୁଆ ସଂଜଟା । ଚାଲିଗଲା ପର କରି ।। ଦେଇଗଲା ଯେଉଁ କଳାର…

କବିତା : ଶ୍ରୀ ଅପାରଗ ଉବାଚ

କାମଦେବ ମହାରଣା ପିଲାଦିନରୁ ହିଁ ଏମିତି ହିନସ୍ତା ମୁଁ। ନା ରୂପରେ ନା ଗୁଣରେ ନା ପାଠରେ ନା ଶାଠରେ ନା ମିଛରେ ମାହିର ନା ସତରେ ସୌଦାଗର ଏମିତି ଶବ୍ଦ ଯୋଡୁ ଯୋଡୁ ବାହାରି ପଡ଼େ ପଦେ ଅଧେ ତାକୁ କିଏ କହିବ କବିତା, ନା ମୁଁ କବି! ଏମିତି ଆସେନି ବୋଲି କିଛି ନିଦ ଏଡେଇ ଚାଲିଯାଏ…

କବିତା : ମାଟିଘୋଡ଼ା

ଗଦାଧର ସାହୁ  ମାଟି ପୋଡି ମାଟି ଘୋଡା ଗଢ଼ିଥିଲି ସେନେହ ମମତା ଭରି, ଘୋଡା ଭାଙ୍ଗିଗଲା ହୃଦୟ ଭାଙ୍ଗିଲା ଘୋଡା ନଆସିଲା ଫେରି । ରକ୍ତ ମାଂସ ହାଡ ଶରୀର କାନ୍ଦିଲା ମାଟି ପୋଡା ଘୋଡା ପାଇଁ, ରକ୍ତ ମାଂସ ହାଡ ଘୋଡାର ନଥିଲା ମନ କାନ୍ଦି ଝୁରୁଥାଇ । ସେନେହ ମମତା ଯହିଁ…

ଅନୁବାଦ କବିତା : ଏକ ଅ-ପ୍ରେମିକ ପାଇଁ

ମୂଳ ବାଂଲା : ତସଲିମା ନାସରିନ ତୁମେ ଏଇ ସହରରେ ରହିବ କାମ ଅକାମରେ ଏଠାକୁ ସେଠାକୁ ଦୌଡ଼ିବ ଅବସର ପାଇଲେ କେଉଁଠି ଆଡ୍ଡା ମାରିବ ମଦ ପିଇବ, ତୁମୁଳ ହଇଚଇ କରିବ ରାତି ଶୋଇ ପଡ଼ିବ ତୁମେ ଶୋଇବନି । କେତେବେଳେ ଖାଲି ସମୟ ମିଳିଲେ ଏଘର ସେଘର ହେବ ଖାଇବା ଲାଗି, ଖେଳିବା ଲାଗି କିଏ…

କବିତା : ଫେରିବାର ଥାଏ ବୋଲି

ସୁନନ୍ଦା (ବି) ମହାପାତ୍ର  ଫେରିବାର ଥାଏ ବୋଲି ଫେରିବାକୁ ହୁଏ, ନହେଲେ,ଥରେ ଗଲେ କିଏ ଅବା ଫେରିବାକୁ ଚାହେଁ ! ଫେରିଲେ କି ଫେରିଆସେ ଯାହା ଚାହେଁ ମନ ? ମନାଏ କି କେହି ଭାଙ୍ଗି ଅଭିମାନ ? ଧାଏଁ କି ପଛେ କେହି ଭିଡ଼ି କି ଆଣେ କେହି ? ଅଳି କି କରେ କେହି ‘ଆସ ଫେରି ଆସ’…

କବିତା : ତୁମେ ଆସିବ ବୋଲି

ଡମ୍ବରୁଧର ବେହେରା ପ୍ରେମର ସରସ ଜଳେ ଅପେକ୍ଷା କରିଛି ମୁହଁ ଆଉ ଉଠରେ ହସର ଲିପିଷ୍ଟିକ୍ ମାଖି ଆଖିରେ ଆଖିଏ ସ୍ବପ୍ନ ନେଇ ସବୁଜ ଶାଢ଼ୀ ପିନ୍ଧି ମନ,ପ୍ରାଣ,ହୃଦୟରେ ଆଶାର ଦୀପାଳି ଜାଳି ପୂର୍ଣ୍ଣିମା ଜହ୍ନର ଆଲୁଅରେ ଯୁଗଳ ସାରସ ପରି ତୁମ ପ୍ରେମ ଓ ପ୍ରଣୟର ଜଳ ଶୂନ୍ୟ ଜଳଦର…

କବିତା : ଡିମିରି ଫୁଲ

ରତ୍ନାକର ରାଉତ ଜୀଇଁ ରହିବା କ'ଣ ଜୀବନ ? ନନ୍ଦ ଦାସ ଭାବୁଛି ସମସ୍ତେ ଦେଖୁଛନ୍ତି ସେ ଜୀଇଁଛି ଜୀଇଁବା ଅର୍ଥ କଣ ଜୀବନକୁ ବଞ୍ଚିବା? ସେ ନିଜେ ଜାଣେ ସେ ମରି ସାରିଛି ଅନେକ ଆଗରୁ ଯେଉଁଦିନ ସେ ତାର ସ୍ବାଧୀନ ଅଭିବ୍ୟକ୍ତି ଓ ସ୍ଵାଧୀନ ଚେତା ମନକୁ ବନ୍ଧା ପକେଇ ପ୍ରତିଦାନରେ…

କବିତା : ଏକାକୀତ୍ଵ

ମଞ୍ଜୁ ରାଣୀ ବେହେରା  କେଜାଣି କାହିଁକି ସେଇ ଚିହ୍ନା ଚିହ୍ନା ଭିଡ଼ରେ ବି ନିଜକୁ ଖୁବ୍ ଏକଲା ପାଏ। ଆତ୍ମୀୟତାର ମୁହଁ ଖୋଜୁ ଖୋଜୁ ଅସ୍ପଷ୍ଟ ଆବେଗ ସବୁ ମେଘାଚ୍ଛନ୍ନ ଆକାଶରେ ହତାଶାର ଧୁମ୍ରାଭ କୁହେଳିକା ପାଲଟିଯାଏ। ମୁଁ ସେମିତି ଠିଆ ହୋଇଥାଏ ପୁରା ଚୁପଚାପ୍ ଆଞ୍ଜୁଲାଏ…

କବିତା : ପାଦଚିହ୍ନ

ରାଜ କିଶୋର ଦାସ  ପାଦକଥା କ’ଣ ବା କହିହେବ ଏକଥା ସତ୍ୟ ଯେ, ମୋଠୁ, ଆମଠୁ ତୁମେ ପାଦେ ଅଧିକା । ନଖ କୋଣରୁ ବୁହାଇ ପାର ନଈ ସମୁଦ୍ର ଉପରେ ଉପରେ ବେଶ୍ ପାଦଥାପି ଚାଲିପାର, ବହୁ ଚିତ୍ରବିଚିତ୍ରର ତଳିପା ! ଭୂମିରେ କେବେ ତୁମ ପାଦ ଲାଗିଛି ଜାଣେନା, ମୋ ଛାତି ସାରା କିନ୍ତୁ ବିଛେଇ…

କବିତା : ଶ୍ରାବଣର ଶାମୁକାଏ ଶିହରଣ

ସୁଜାତା ମିଶ୍ର ମେଘମାଳାର ଲାସ୍ୟମୟୀ ଋତୁ ପିନ୍ଧି ନେଇଛି ସବୁଜ ଶିଫନ୍ ଶାଢ଼ୀ, ଲାଲ୍ ରେଶମୀ ସୂତାରେ କିଏ ଆଙ୍କିଛି ଫୁଲକରୀ ଏମ୍ବ୍ରୋଡରି .. ଠା ଠା କରି.., ପୁଳା ପୁଳା ରକ୍ତିମ ଶିହରଣରେ ପ୍ରକୃତିର ସାବଜା ପଣତ ଯାଇଛି ଭରି ..! ଶାଗୁଆ ଘାସର ଲାଲ୍ ପରୀ ଟୋପାଏ ଶ୍ରାବଣ…